ଚିଲିକା: ଆଜି ସକାଳେ ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସୁଧୀର କୁମାର ବେହେରାଙ୍କ ମା’ ସଂଯୁକ୍ତା ଦେଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଥିବା ବେଳେ ଗତକାଲି ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ଆଜି ପ୍ରତ୍ୟୁଷରୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସ୍ବର୍ଗତ ସଂଯୁକ୍ତା ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟ ପରାୟଣ, ପରୋପକାରୀ ସ୍ୱଭାବର ମହିଳା ଥିଲେ। ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ପାଖରେ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ଅନ୍ତେଷ୍ଟି କ୍ରିୟା ଗ୍ରାମ ସ୍ମଶାନରେ କରାଯାଇଥିଲା। ସ୍ଵାମୀ ସୁକାନ୍ତ ବେହେରାଙ୍କ ୧୦ ବର୍ଷ ତଳେ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


