ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡଃ ନକୁଳ ସାହୁଙ୍କ ଦ୍ଵାରା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାଲି କେବଳ ଖାଦ୍ୟ ନୁହଁ ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ ଡଃ ନକୁଳ ସାହୁ କହିଛନ୍ତି।
ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଯେ, ମୁଗ ଡାଲି ଚୂର୍ଣ୍ଣ ଦେହରେ ଲଗାଇଲେ ଅତିସ୍ଵେଦ କମିଯାଏ, ମୁଗ ବା କାନ୍ଦୁଲ ଡ଼ାଲିରେ ଗୁଡ଼ ଘିଅ ମିଶାଇ ପିଇଲେ ବଳ ବୀର୍ଯ୍ୟ ହୁଏ। ବଥ, ସ୍ତନ ବଥରେ ଉଷ୍ଣ କରି ଲଗାଇଲେ ଭଲ ହୁଏ। ମୁଗ ଡାଲି ବାଟି ଶରୀରରେ ଲଗାଇଲେ ଚର୍ମ, ପାଦ କୋମଳ ହୁଏ, ଶରୀର ଗୋରା ହୁଏ।
ହରଡ଼ ଡାଲି ସିଝାପାଣି ପିଇଲେ ଗଞ୍ଜେଇ ନିଶା ଛାଡେ, ତେନ୍ତୁଳି ମଣ୍ଡ ସହ ପିଇଲେ ଲାଳ ଝାଡା ଭଲ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ପାତ୍ର। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତ।


