ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ଅଗ୍ନିଶମ ବିଭାଗର ଅଧିକାରୀ ବିଶିକେଶନ ସାହୁଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ନିଆଁ ଓ ନିଆଁକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସଚେତନତା କରାଯାଇଥିଲା। ସଡ଼କ ଦୁର୍ଘଟଣା, ଜଳରେ ବୁଡିବା ଜନିତ ଦୁର୍ଘଟଣା, ଦୁର୍ବିପାକ ସମୟରେ ଅଗ୍ନିଶମ ବିଭାଗର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ କରିବା ଓ ଅଗ୍ନି ବଳୟ ଭିତରେ ଫସି ଯାଇଥିବା ବ୍ୟକ୍ତିକୁ କିପରି ଉଦ୍ଧାର କରାଯାଇପାରିବ ମକଡ୍ରିଲ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିନିର୍ବାପକ ଯନ୍ତ୍ର ଗୁଡିକର ବ୍ୟବହାର, ତେଲ ଓ ଗ୍ୟାସର ନିଆଁକୁ ଆୟତ୍ତ କରିବାର ଉପାୟ ପ୍ରତ୍ୟକ୍ଷ ଭାବରେ ଅଭ୍ୟାସ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ପ୍ରକାଶ ସାହୁ, ଚିରଞ୍ଜିବି ଦାଶ, ବିଭୁତି ଭୂଷଣ ସାହୁ, ଦୀପକ ସାହୁ ଓ ଧରଣୀ ବେହେରା ପ୍ରମୁଖ ଯୋଗଦେଇ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


