ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ବାଟଗାଁ ଉପକଣ୍ଠସ୍ଥ କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ବିକ୍ରମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବରଗଡ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ୟ ଆଲୋଚକଭାବେ ଯୋଗ ଦେଇ ଶିଶୁମାନଙ୍କ ବହୁବିଧ ଶୈକ୍ଷିକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରିଥିଲେ। ଅଭିଭାବକ ଓ ଶିକ୍ଷକମାନଙ୍କର ନିରବିଚ୍ଛିନ୍ନ ପ୍ରୟାସ, ଶିଶୁର ବ୍ୟକ୍ତିତ୍ବର ବିକାଶରେ ସହାୟକ ହୁଏ ବୋଲି ଉପସ୍ଥିତ ଶିକ୍ଷକ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ସାହୁ, ଅଭିରାମ କାଣ୍ଡୁଲାନା, ମାନୀ କାଣ୍ଡୁଲାନା, ଗୀତାଞ୍ଜଳୀ ବିଶି ଓ ବାବୁଲି ବିଶି ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ମାଟ୍ରନ୍ ଇଲାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


