Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ
ଆଞ୍ଚଳିକ

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରକ୍ତଦାନ ଅଭିଯାନ
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଓଡିଆ ପକ୍ଷ ପାଳନ ଅବସର ରେ ରେଢ଼ାଖୋଲ ଓ ସମ୍ବଲପୁର ବ୍ଲଡ଼ ବେଙ୍କ ସହାୟତାରେ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ଵ ରେ ଆୟୋଜିତ ରକ୍ତଦାନ ସମ୍ପର୍କିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ଯୋଜନା କମିଟିର ସହଯୋଗୀ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଦେଓ, ସମ୍ମାନୀତ ଅତିଥି ଭାବେ ନାକଟିଦେଉଳ ବ୍ଳକ୍ ଉନ୍ନୟନ ଅଧିକାରୀ ଆକାଶ ରଞନ ସାହୁ, ରେଢ଼ାଖୋଲ ବ୍ଲଡ଼ ବେଙ୍କ୍ ଅଧିକାରୀ ଡାକ୍ତର ଅଭିଶେକ ଦାଶ ଓ ଟେକ୍ନିସିଆନ୍ ନୃସିଂହ ଚରଣ ବିଶ୍ୱାଳ ଯୋଗ ଦେଇ ଓଡ଼ିଆ ପକ୍ଷରେ ରକ୍ତଦାନ ଶିବୀର ଆୟୋଜନ ର ଯଥାର୍ଥତା, ରକ୍ତଦାନ ର ଆବଶ୍ୟକତା ଏବଂ ନିୟମ ତଥା ରକ୍ତ ବର୍ଗୀକରଣ ସମ୍ପର୍କ ରେ ଆଲୋକପାତ କରିଥିଲେ।

ମନୋରମା ଧଳ, ଜାହ୍ନବୀ ଧଳ, କାମଦେବ ପଟେଲ, ଗଣେଶ ରାମ ସେଠ ଓ ଡି ସେଠ ଙ୍କ ପରିଚାଳନା ତଥା ୟୁଥ୍ ରେଡ଼କ୍ରସ ର ପରାମର୍ଶଦାତା ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଏବଂ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଆର ପୁଷ୍ପାଞ୍ଜଳି ଙ୍କ ସଂଯୋଜନାରେ ରକ୍ତଦାନ ଶିବୀର ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଭଜମୋହନ ପ୍ରଧାନ, ଅଧ୍ୟାପିକା ଗିରିଶ ବାଳା ନାୟକ, ସମରେନ୍ଦ୍ର ମାଝୀ, ଭବାନୀ ସାହୁ, ଲୋପାମୁଦ୍ରା ଗଡ଼ତିଆ, ଅଜୟ ସାହୁ, ଉମାକାନ୍ତ ପ୍ରଧାନ,ଦିଲିପ ସାହୁ , ସିପୁନ ପ୍ରଧାନ ଓ ଅଶୋକ ଧଳ ସମେତ ମୋଟ୍ ୩୮ ଜଣ ରକ୍ତଦାନ କରିଥିଲେ।

ଏହି ଅଭିଯାନରେ ନାକଟିଦେଉଳ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଓଡିଆ ପକ୍ଷ ପାଳନ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରକ୍ତଦାନ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଭାରତରେ ପରିବର୍ତ୍ତନର ଧାରା!: ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG- EV କାରର ବଢୁଛି ଚାହିଦା

April 9, 2026

ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍

April 9, 2026

ନୀତିଶ କୁମାରଙ୍କ ୟୁ-ଟର୍ଣ୍ଣ!: ଦିଲ୍ଲୀ ପହଞ୍ଚିବା ପରେ ଦେଲେ ବଡ଼ ବୟାନ

April 9, 2026

ଜୁନ୍ ସୁଦ୍ଧା ପୂର୍ବତଟ ରେଳପଥର ୨୫୦୦ ସିସିଟିଭି କ୍ୟାମେରା ସ୍ଥାପନ ଯୋଜନା

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.