
ସମୀକ୍ଷା ବ୍ୟୁରୋ
ଗଜପତି,୩୦/୧୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ କମ୍ୟୁନିଟି କାର୍ଯ୍ୟାଳୟରେ ଯୋଗାଣ ସହାୟକ ସଂଘର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘର ସଭାପତି ବିବେକ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଦେୟବୃଦ୍ଧି, ସ୍ଥାୟୀ ନିଯୁକ୍ତି, ପିଡିଏସ୍ ଲାଇସେନ୍ସ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଯୋଗାଣ ସହାୟକ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟ ଯଥା ପିଡିଏସ ସାମଗ୍ରୀ ବଣ୍ଟନ, ଭତ୍ତା ବଣ୍ଟନ, ନିର୍ବାଚନ କାର୍ଯ୍ୟରେ ନିଯୁକ୍ତି, ୫ଟି କାର୍ଯ୍ୟରେ ସାମିଲ ହେଉଥିଲେ ମଧ୍ୟ ନଗଣ୍ୟ ୬ହଜାର ଟଙ୍କାର ବେତନ ମିଳୁଛି । ବେତନ ବୃଦ୍ଧିର ଦାବି ସରକାରଙ୍କ ନିକଟରେ ଉତ୍ଥାପନ ସର୍ବସମ୍ମତିରେ ପାରିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଠଗାଁର ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ
ମୋବାଇଲ : ୭୭୮୭୯୭୩୫୬୭