କୃଷ୍ଣ ଚନ୍ଦ୍ର ସୁଆଁସିଆ
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଇଂରାଜୀ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପାଢ଼ୀଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା ଖଣ୍ଡଦେଉଳି କଲେଜର ଅଧ୍ୟାପକ ଡ.ଭଗବାନ ତ୍ରିପାଠୀ, ମୁଖ୍ୟ ଅତିଥି କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜର ଅଧ୍ଯାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ମିଶ୍ର ଆଦି ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ସାମ୍ପ୍ରତିକ ଜାତୀୟ ସ୍ତରରେ କିମ୍ବା ସାମାଜରେ ନିଜକୁ ଯୋଗ୍ୟ ବିବେଚିତ କରିବା ସକାଶେ ଇଂରାଜୀ ଭାଷାର ଗଭୀର ଅଧ୍ୟୟନ ସକାଶେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହିତ ଭବିଷ୍ୟତ ଉତ୍ତୋରତ୍ତର କାମନା କରିଥିଲେ। ଠିକ୍ ସେଭଳି କଠିନ ପରିଶ୍ରମ ହିଁ ସଫଳତାର ଅସଲ ଚାବିକାଠି ବୋଲି ଅଭିହିତ କରି ସଫଳତା ସକାଶେ ନିଜକୁ ଦାୟିତ୍ୱବାନ କରିବାକୁ ସମ୍ମାନିତ ଅତିଥି ଉପଦେଶ ଦେଇଥିଲେ। ପାଠଚକ୍ରର ପରିଶେଷରେ ଶେଷବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପିକା ସସ୍ମିତା କୁମାରୀ ସାହୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ବସନ୍ତ ସେଠୀ, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।