
କୃଷ୍ଣ ଚନ୍ଦ୍ର ସୁଆଁସିଆ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଗଢିଉଠିଥିବା ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଆଶାୟୀ ଯୁବ ନେତୃତ୍ବ ମାନଙ୍କୁ ନେଇ ଯୁବ ସମ୍ମିଳନୀ ବଉଳଘାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର କୋଷାଧ୍ୟକ୍ଷ ସୁଦାମ ଚରଣ ସାବତ, ମୁଖ୍ୟବକ୍ତା ଭାବେ ଜାଗ୍ରୁତି କମ୍ପ୍ୟୁଟର ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରଥ, ସମ୍ମାନିତ ଅତିଥି ଶିକ୍ଷକ କବିରାଜ ନାୟକ, ଅଧ୍ୟାପକ ଦୀପକ କୁମାର ସ୍ବାଇଁ,ସମାଜସେବୀ ଟୁଙ୍ଗୁରୁ ସ୍ବାଇଁ, ଶିକ୍ଷାବିତ୍ ବିକାଶ ମହାପାତ୍ର ଆଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସାମ୍ପ୍ରତିକ ସମୟରେ ସମାଜରେ ଗଠନାତ୍ମକ କାର୍ଯ୍ୟଶୈଳୀ,ନେତୃତ୍ବର ଆବଶ୍ୟକତା ରହିଥିବା ହେତୁ ନେହେରୁ ଯୁବ କେନ୍ଦ୍ରର ଆଭିମୁଖ୍ୟକୁ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ପ୍ରସାର କରିବା ଓ ଯୁବଶକ୍ତିକୁ ସାମାଜିକ କ୍ଷେତ୍ରରେ ସାମିଲ କରିବା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ବର୍ତ୍ତମାନ ସୁଦ୍ଧା ଗଢିଉଠିଥିବା ବିଭିନ୍ନ ଯୁବ କ୍ଲବର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଓ ନୂତନ କ୍ଲବ୍ ଗଠନ କରି ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକୁ ଯୁବଶକ୍ତି ମାଧ୍ୟମରେ ସମାଜରେ ପ୍ରତିଫଳନ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପ୍ରତିନିଧି ସୋମନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିବା ବେଳେ କାହ୍ନୁ ଚରଣ ଭୂୟାଁ, ପିଣ୍ଟୁ, ରୋହିତ, ନିଲୁ, ନାରାୟଣ, ଆକାଶ, ବିକାଶ ଆଦି ସହଯୋଗରେ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ।