Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାନଖେମୁଣ୍ଡିରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ସମ୍ମିଳନୀ ଅନୁଷ୍ଠିତ
ଆଞ୍ଚଳିକ

ସାନଖେମୁଣ୍ଡିରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୃଷ୍ଣ ଚନ୍ଦ୍ର ସୁଆଁସିଆ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଗଢିଉଠିଥିବା ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ ଆଶାୟୀ ଯୁବ ନେତୃତ୍ବ ମାନଙ୍କୁ ନେଇ ଯୁବ ସମ୍ମିଳନୀ ବଉଳଘାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର କୋଷାଧ୍ୟକ୍ଷ ସୁଦାମ ଚରଣ ସାବତ, ମୁଖ୍ୟବକ୍ତା ଭାବେ ଜାଗ୍ରୁତି କମ୍ପ୍ୟୁଟର ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରଥ, ସମ୍ମାନିତ ଅତିଥି ଶିକ୍ଷକ କବିରାଜ ନାୟକ, ଅଧ୍ୟାପକ ଦୀପକ କୁମାର ସ୍ବାଇଁ,ସମାଜସେବୀ ଟୁଙ୍ଗୁରୁ ସ୍ବାଇଁ, ଶିକ୍ଷାବିତ୍ ବିକାଶ ମହାପାତ୍ର ଆଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସାମ୍ପ୍ରତିକ ସମୟରେ ସମାଜରେ ଗଠନାତ୍ମକ କାର୍ଯ୍ୟଶୈଳୀ,ନେତୃତ୍ବର ଆବଶ୍ୟକତା ରହିଥିବା ହେତୁ ନେହେରୁ ଯୁବ କେନ୍ଦ୍ରର ଆଭିମୁଖ୍ୟକୁ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ପ୍ରସାର କରିବା ଓ ଯୁବଶକ୍ତିକୁ ସାମାଜିକ କ୍ଷେତ୍ରରେ ସାମିଲ କରିବା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ବର୍ତ୍ତମାନ ସୁଦ୍ଧା ଗଢିଉଠିଥିବା ବିଭିନ୍ନ ଯୁବ କ୍ଲବର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ଓ ନୂତନ କ୍ଲବ୍ ଗଠନ କରି ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକୁ ଯୁବଶକ୍ତି ମାଧ୍ୟମରେ ସମାଜରେ ପ୍ରତିଫଳନ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପ୍ରତିନିଧି ସୋମନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିବା ବେଳେ କାହ୍ନୁ ଚରଣ ଭୂୟାଁ, ପିଣ୍ଟୁ, ରୋହିତ, ନିଲୁ, ନାରାୟଣ, ଆକାଶ, ବିକାଶ ଆଦି ସହଯୋଗରେ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026
Latest News

କଟକରେ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ

April 11, 2026

୫୦ ଫୁଟ ତଳକୁ ଖସିଲା ଓଏସ୍‌ଆରଟିସି ବସ୍‌

April 11, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.