ଜିଲ୍ଲାପାଳଙ୍କ ମାସିକ ଅଭିଯୋଗ ଶୁଣାଣି

Published: Feb 25, 2020, 2:36 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଏଥିରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଉପଜିଲ୍ଳାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ,ଉପଖଣ୍ଡ ଅଭିଯୋଗ ଶୁଣାଣିର ନୋଡ଼ାଲ୍ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲ୍‌ଦାର, ବିଡ଼ିଓ ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।

ମୋଟ ୧୫୭ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୧୨୬ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୧୦ ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ ରହିଥିଲା। ୯୭ଟି ଅଭିଯୋଗକୁ ଜିଲ୍ଲାପାଳ ତୁରନ୍ତ ଫୈସଲା କରିଥିଲେ। ୨୧ ଜଣଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Related posts