Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଢିଙ୍କିଆ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ
ଆଞ୍ଚଳିକ

ଢିଙ୍କିଆ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ

February 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: ଏରସମା ବ୍ଳକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ଆଜି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ପଲ୍ଲୀସଭା ଅନୁଷ୍ଠିତ ହୋଇ ଯାଇଛି। ୧୨ ନମ୍ବର ୱାର୍ଡ଼ସଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ ହୋଇଛି। ଜଙ୍ଗଲ ଅଧିକାର ନିୟମ ଆଧାରରେ ଜଙ୍ଗଲ ଉପରେ କେବଳ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ମାନଙ୍କର ଅଧିକାର ରହିବା ଉଚିତ୍‌। ଶହଶହ ବର୍ଷ ଧରି ପୁରୁଷାନୁକ୍ରମେ ସ୍ଥାନୀୟ ଢିଙ୍କିଆବାସୀ ଜଙ୍ଗଲ ଉପରେ ନିର୍ଭର କରି ଜିବୀକା ନିର୍ବାହ କରିଆସୁଛନ୍ତି। ଜଙ୍ଗଲ ଜମିଉପରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷକରି ସେମାନେ ପ୍ରତିପୋଷିତ ହୋଇ ଆସୁଛନ୍ତି। ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ତୁରନ୍ତ ଅନୁବ୍ରବେଶ ବନ୍ଦ କରନ୍ତୁ ବୋଲି ଜନସାଧାରଣ ମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ଜଙ୍ଗଲ ଅଧିକାର ଆଇନବଳରେ ପ୍ରଥମେ ଜଙ୍ଗଲ ଉପରେ ସ୍ଥାନୀୟ ଲୋକମାନଙ୍କର ଅଧିକାର ରହିଛି। ତେଣୁ ଏଠାରେ ଶିଳ୍ପ ପ୍ରତିଷ୍ଠା କରାଗଲାବେଳେ ସେମାନଙ୍କର ମତାମତକୁ ଗୁରୁତ୍ୱ ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଥିଲେ। ଜିନ୍ଦଲ ପ୍ରକଳ୍ପ ପାଇଁ ଜନଶୁଣାଣୀ ଶିବିର ମଧ୍ୟ କରାଯାଇ ନାହିଁ। ତେଣୁ ସର୍ବ ସମ୍ମତିକ୍ରମେ ପଲ୍ଲୀସଭାରେ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ମତପ୍ରକାଶ ପାଇଥିଲା। ଆଜି ପଲ୍ଲୀସଭାର ଫଳାଫଳକୁ ସମସ୍ତ ଜନପ୍ରତିନିଧି, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ରାଜ୍ୟ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମାନ୍ୟବର ରାଷ୍ଟ୍ରପତି ପ୍ରମୁଖଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଆଜିର ପଲ୍ଲୀସଭାପରେ ପ୍ରସ୍ଥାବିତ ଅଂଚଳରେ ଜିନ୍ଦଲ ବିରୋଧୀ ସ୍ୱର ତୀବ୍ର ହୋଇଥିବା ଆଲୋଚନା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Latest News

କଳିଙ୍ଗ ଷ୍ଟାଡିୟମରେ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ

October 12, 2025

ମନ୍ଦିରକୁ ଯିବାର ଅନେକ ଲାଭ, ପ୍ରତିଦିନ ପୂଜା କଲେ ମିଳିବ ଏହି ସବୁ ଉପକାର

October 12, 2025

ଆଜି ଅକ୍ଟୋବର ୧୨ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2025

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.