ମୌଳିକ କର୍ତ୍ତବ୍ୟ ଉପରେ ଆଇନ ସଚେତନତା ଶିବିର

Published: Feb 27, 2020, 9:41 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଜିଲ୍ଲା ଆଇନସେବା ପ୍ରାଧିକରଣ ଗଂଜାମ ଦ୍ୱାରା ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟଠାରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା  କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ବିଜୟ କୁମାର ଦାସଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଙ୍ଗେଇଲୁଣ୍ଡା କୁମାର ନାଗଭୂଷଣ ଓ ଅନ୍ୟ ୪ ଜଣ ବକ୍ତା ଯଥା ଗୋରାଚାନ୍ଦ ଭଟ୍ଟମିଶ୍ର, ସତୀଶ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଳ, ଡ, ମିନାକ୍ଷୀ ଦେବୀ ଓ ବ୍ଲକ୍ ଉପାଧ୍ୟକ୍ଷ ଅଜିତ କୁମାର ଦାସ ପ୍ରମୁଖ ମଂଚାସୀନ ରହିବା ସହ ସମସ୍ତ ପଂଚାୟତର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୌଳିକ କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା। ମୌଳିକ ଅଧିକାର ଭଳି ମୌଳିକ କର୍ତ୍ତବ୍ୟ ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ ସରକାରୀ ସୁବିଧାଗୁଡ଼ିକ ଜନସାଧାରଣଙ୍କ ପାଖରେ ଅତିଶୀଘ୍ର ପହଞ୍ଚାଇବା ସହ ସମାଜ, ପରିବାର ଓ କାର୍ଯ୍ୟାଳୟଠାରେ ଥିବା ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରିବା ନିମନ୍ତେ ଆଲୋଚନା ହୋଇଥିଲା। ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ ଧନ୍ୟବାଦ ଅର୍ପଣ କରି ସମ୍ବିଧାନର ମୁଖବନ୍ଧକୁ ସମସ୍ତେ ମିଳିତ ଭାବେ ପାଠ କରିଥିଲେ।

Related posts