ରଞ୍ଜିତ୍ ପଣ୍ଡା
କୁଜଙ୍ଗ: କୁଜଙ୍ଗବ୍ଳକ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥନୀୟ କୋଚିଳାମଠଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ ସଂଯୋଜକ ବିଷ୍ଣୁଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ବକ୍ତବ୍ୟ ପ୍ରଦାନକରି ସଙ୍ଗଠନର ନେତୃତ୍ୱ ନେବାକୁ ହେଲେ ବିଭିନ୍ନ ଗୁଣାବଳୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଜଗତସିଂହପୁରଠାରେ ଏବଂ ଅପ୍ରେଲ ମାସ ୨୬ ତାରିଖରେ ଭୂବନେଶ୍ୱରରେ ବୁଲବୁଲ, ଫନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କାଳିଆ ଯୋଜନାରେ ଚାଷୀ ମାନଙ୍କୁ ତୁରନ୍ତ ସାମିଲ କରିବା ସହିତ ପ୍ରୋତ୍ସାହନ ଦେବା ଦାବୀରେ ଚାଷୀମାନଙ୍କର ଧରଣା ଏବଂ ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ସଭାରେ ଘୋଷଣା କରାଯାଇଥିଲା ।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ଜଗତସିଂହପୁର ଜିଲ୍ଲା ସଞ୍ଜୋଜକ ଦୂର୍ଗାପ୍ରସାଦ ସ୍ୱାଇଁ , ଚାଷୀ ସଙ୍ଗଠକ ବାବୁରାମ ଚୌଧୁରୀ, ଦେବୀପ୍ରସାଦ ପଟ୍ଟନାୟକ, ବୀରେନ୍ଦ୍ର କୁମାର ବିଶ୍ୱାଳ, ନୂତନଚନ୍ଦ୍ର ତ୍ରିପାଠୀ, ମନୋଜ କୁମାର ପରିଜା, ବିଭୂପ୍ରସାଦ ଜେନା, ତରଣୀ ରାଉତ,ପ୍ରମୋଦ କୁମାର ଜେନା, ଶରତ କୁମାର ନାୟକ, ଜାନକୀ ମହାରଥା,ଧୀରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଜଙ୍ଗବ୍ଳକ ବିଭିନ୍ନ ପଂଚାୟତରୁ ଶତାଧିକ ଚାଷୀ ସଙ୍ଗଠକ ମାନେ ଅଂଶ ଗ୍ରହଣ କରିଥିଲେ ।