Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳିଆପାଟରେ ହାପି କ୍ଳବ ପକ୍ଷରୁ ମୁକ୍ତମଂଚ ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ
ଆଞ୍ଚଳିକ

କାଳିଆପାଟରେ ହାପି କ୍ଳବ ପକ୍ଷରୁ ମୁକ୍ତମଂଚ ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ

March 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଳିଆପଟଠାରେ ଗତକାଲି ଦ୍ୱିତୀୟ ବାର୍ଷିକ ମୁକ୍ତ ମଂଚ ନାଟକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆୟୋଜକ ହାପିକ୍ଳବର ସଭାପତି ବାବସ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ବକ୍ତବ୍ୟ ପ୍ରଦାନ କରି କଳିଆପାଟ ଅଂଚଳ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ଲବଣାସତ୍ୟାଗ୍ରହ ଆନ୍ଦୋଳନରେ ଅଂଚଳର ନେତୃତ୍ୱ ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ରାଜସ୍ୱ ବିଭାଗର ଅଧିକାରୀ ତ୍ରିଭୁବନ ଜୟସିଂହ ବକ୍ତବ୍ୟ ପ୍ରଦାନ କରି ସାହିତ୍ୟ, ସଂସ୍କୃତି, ଭାଇଚାର, ଏକତା ତଥା ପାରସ୍ପରିକ ସହଯୋଗର ପ୍ରାଣକେନ୍ଦ୍ର ଗାଁ ହୋଇଥିବାରୁ ସମସ୍ତେ ପୁଣି ଗାଁକୁ ଫେରିଯିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପାଦକ ସବୀର କୁମାର ସାମଲ ବିବରଣୀ ପାଠ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନନ୍ଦିନୀ ପଣ୍ଡା, ସମିତିସଭ୍ୟା ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ, କଳ୍ପନା ସୂତାର, କ୍ଳବର ଉପଦେଷ୍ଠା ଦିପ୍ତୀରଞ୍ଜନ ବେହେରା, ଡ଼ାକ୍ତର ପ୍ରସନ୍ନ କୁମାର ସାମଲ, ମଥୁରାନନ୍ଦ ଦାସ, ହରେକୃଷ୍ଣ ସାମଲ, ସବନୀ କୁମାର ପରିଡ଼ା, କ୍ଳବର ସହସମ୍ପାଦକ ପ୍ରଦୀପ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ମଂଚାସୀନ ଅତିଥିମାନେ କ୍ଳବର ମୁଖ୍ୟପତ୍ର ‘ ମୋ ଠିକଣା’ ଉନ୍ମୋଚିତ କରାଯାଇଥିଲା। ପରେ ମା ନାରାୟଣୀ ଡ଼୍ରାମାଟିକ କ୍ଳବ ରାଢଙ୍ଗ ଭୁବନେଶ୍ୱର ପକ୍ଷରୁ ନାଟକ ‘ସିନ୍ଦୁର ସାଜିଲା କଳଙ୍କ ଟୀକା’ ମଂଚସ୍ଥ କରାଯାଇଥିଲା।

ଗତ ୨ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୮ ତାରିଖରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ସେହିପରି ଭାବେ ପରବର୍ତ୍ତୀ ସମୟରେ ଗୋବିନ୍ଦପୁର ପକ୍ଷରୁ ‘ତୋ ନାଁରେ ମୋ ନାଁକୁ ଦେଇଛି ଯୋଡ଼ି’,ରାହାମା ପକ୍ଷରୁ ‘କାହାଣୀ କାନ୍ଦୁଛି ଆଖି ଲୁଚାଇ’ ନେହେରୁ ବଙ୍ଗଳା ପକ୍ଷରୁ ‘ମିଛୁଆ ରାଧୁଆ ଗପ ସରିଲା’, ଯାଜପୁର ଟାଉନ ପକ୍ଷରୁ ‘କନିଆ ସାଜିଛି କଣ୍ଢେଇ ରାଣୀ’, ନିଆଳୀ ପକ୍ଷରୁ ‘ ଏଠି ରାତି ସରେନା’ ନାଟକ ମଞ୍ଚସ୍ଥ କରାଯିବ ବୋଲି ଜଣାପଡ଼ିଛି।

କାର୍ଯ୍ୟକ୍ରମକୁ ହାପି କ୍ଳବ ପକ୍ଷରୁ ଅଧ୍ୟାପକ ଅଜୟ ରାଉତ, ପ୍ରଭଞ୍ଜନ ରାଉତ,ନୀରଞ୍ଜନ ସାମଲ, ମନୋଜ ବେହେରା, ବିଶ୍ୱମ୍ବର ତରାଇ, ଦେବବ୍ରତ ପରିଡ଼ା, ସନ୍ତୋଷ ପରିଡ଼ା, ଶତୃଘ୍ନ ଦଳାଇ, ସତ୍ୟବ୍ରତ ମାଝୀ, ନିମାଇଁ ପଣ୍ଡା, ତପନ ଦଳାଇ, ଶିବ ସାମଲ ପ୍ରମୁଖ ପରିଚାଳନା କରୁଥିବା ଜଣାପଡ଼ିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.