Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୁରୁଦେବ ହସ୍‌ପିଟାଲ୍ ରୋଗୀମୃତ୍ୟୁ ଘଟଣା: ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଡ଼ିଆଇଜିଙ୍କୁ ଦାବିପତ୍ର
ଆଞ୍ଚଳିକ

ଗୁରୁଦେବ ହସ୍‌ପିଟାଲ୍ ରୋଗୀମୃତ୍ୟୁ ଘଟଣା: ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଡ଼ିଆଇଜିଙ୍କୁ ଦାବିପତ୍ର

March 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସହରରେ ବର୍ତ୍ତମାନ ମାଳ ମାଳ ଘରୋଇ କ୍ଳିନିକ୍ ଖୋଲୁଛି । ଡ଼ାକ୍ତରମାନଙ୍କ ବେପାରୁଆ ମନୋଭାବ ଏବଂ ଭିତ୍ତିଭୂମି ନଥିବା କ୍ଲିନିକ୍ ଯୋଗୁଁ ନିରୀହ ରୋଗୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଫେବୃୟାରୀ ୧୭ରେ ଲାଞ୍ଜିପଲ୍ଲି ଅଂଚଳର ଏଶ୍ୱର୍ଯ୍ୟ ସିଂଦେଓଙ୍କ ଗୁରୁଦେବ ହସ୍‌ପିଟାଲ୍‌ରେ ମୃତ୍ୟୁର ସଠିକ୍ ତଦନ୍ତ ସହ ସଂପୃକ୍ତ ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଲାଞ୍ଜିପଲ୍ଲି ଅଂଚଳବାସୀ ଏବଂ ମୃତକଙ୍କ ପରିବାର ଲୋକ ପକ୍ଷରୁ ଡ଼ିଆଇଜି ଅଫିସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଏନେଇ ଏକ ବିକ୍ଷୋଭ ପ୍ରଦର୍ଶନ କମାପଲ୍ଲୀ ଓଭରବ୍ରିଜ୍ ନିକଟରୁ ବାହାରି ଡ଼ିଆଇଜି କାର୍ଯ୍ୟାଳୟ ନିକଟକୁ ଯାଇଥିଲା।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ଆଦେଶନାମା ପ୍ରକାରେ ଜିଲ୍ଲା ଟାସ୍କ ଫୋର୍ସ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଇ ଗଠନ କରାଯାଇଛି । ଉକ୍ତ ଟାସ୍କ ଫୋର୍ସ ସମସ୍ତ ଘରୋଇ ହସ୍‌ପିଟାଲ୍ ଓ କ୍ଳିନିକ୍ ଯାଞ୍ଚ କରି ଓଡ଼ିଶା କ୍ଳିନିକାଲ୍ ଏଷ୍ଟବ୍ଲିସ୍‌ମେଣ୍ଟ ନିୟମାବଳୀ ପ୍ରକାରେ ଯଦି କୌଣସି ତ୍ରୁଟି ଥାଏ ତେବେ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ବେନିୟମ ଭାବେ ହସ୍‌ପିଟାଲ୍ ଚଳାଇବାରେ ସାହାଯ୍ୟ କରି ସାଧାରଣ ଜନତାଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିକାଶ ପରିଷଦ ଅଭିଯୋଗ କରିଛି ।

ଯଦି ନିର୍ଦ୍ଧାରିତ ସମୟରେ ଡ଼ିଆଇଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ସହ ଉଚ୍ଚ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେବାକୁ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ବିକ୍ଷୋଭ ଏବଂ ସ୍ମାରକପତ୍ର ପ୍ରଦାନ ସମୟରେ ଗୁରୁଚରଣ ପାତ୍ର, ରାଜେନ୍ଦ୍ର ଦଳବେହେରା, ସୂର୍ଯ୍ୟନାରାୟଣ ବେହେରା, ବିରେନ ପଟ୍ଟନାୟକ, ମନୋଜ ବିଷୋୟୀ, ରମେଶ ଚନ୍ଦ୍ର ସାହୁ, ପିକେ ମିଶ୍ର, ଗୌରୀ ମହାନ୍ତି, ଜଗନ୍ନାଥ ମହାନ୍ତି, ଅବନୀ ଗୟା, ବାପି ସିଂଦେଓ, ହେମନ୍ତ ପଣ୍ଡା, ଆଦିତ୍ୟ ନାୟକ, ହୃଷିକେଶ ପାତ୍ରଙ୍କ ସହ ଲାଞ୍ଜିପଲ୍ଲି ବାସିନ୍ଦା ଏବଂ ମୃତକଙ୍କ ପରିବାର ପରିଜନ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.