Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୁରୁଦେବ ହସ୍‌ପିଟାଲ୍ ରୋଗୀମୃତ୍ୟୁ ଘଟଣା: ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଡ଼ିଆଇଜିଙ୍କୁ ଦାବିପତ୍ର
ଆଞ୍ଚଳିକ

ଗୁରୁଦେବ ହସ୍‌ପିଟାଲ୍ ରୋଗୀମୃତ୍ୟୁ ଘଟଣା: ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଡ଼ିଆଇଜିଙ୍କୁ ଦାବିପତ୍ର

March 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସହରରେ ବର୍ତ୍ତମାନ ମାଳ ମାଳ ଘରୋଇ କ୍ଳିନିକ୍ ଖୋଲୁଛି । ଡ଼ାକ୍ତରମାନଙ୍କ ବେପାରୁଆ ମନୋଭାବ ଏବଂ ଭିତ୍ତିଭୂମି ନଥିବା କ୍ଲିନିକ୍ ଯୋଗୁଁ ନିରୀହ ରୋଗୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଫେବୃୟାରୀ ୧୭ରେ ଲାଞ୍ଜିପଲ୍ଲି ଅଂଚଳର ଏଶ୍ୱର୍ଯ୍ୟ ସିଂଦେଓଙ୍କ ଗୁରୁଦେବ ହସ୍‌ପିଟାଲ୍‌ରେ ମୃତ୍ୟୁର ସଠିକ୍ ତଦନ୍ତ ସହ ସଂପୃକ୍ତ ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଲାଞ୍ଜିପଲ୍ଲି ଅଂଚଳବାସୀ ଏବଂ ମୃତକଙ୍କ ପରିବାର ଲୋକ ପକ୍ଷରୁ ଡ଼ିଆଇଜି ଅଫିସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଏନେଇ ଏକ ବିକ୍ଷୋଭ ପ୍ରଦର୍ଶନ କମାପଲ୍ଲୀ ଓଭରବ୍ରିଜ୍ ନିକଟରୁ ବାହାରି ଡ଼ିଆଇଜି କାର୍ଯ୍ୟାଳୟ ନିକଟକୁ ଯାଇଥିଲା।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ଆଦେଶନାମା ପ୍ରକାରେ ଜିଲ୍ଲା ଟାସ୍କ ଫୋର୍ସ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଇ ଗଠନ କରାଯାଇଛି । ଉକ୍ତ ଟାସ୍କ ଫୋର୍ସ ସମସ୍ତ ଘରୋଇ ହସ୍‌ପିଟାଲ୍ ଓ କ୍ଳିନିକ୍ ଯାଞ୍ଚ କରି ଓଡ଼ିଶା କ୍ଳିନିକାଲ୍ ଏଷ୍ଟବ୍ଲିସ୍‌ମେଣ୍ଟ ନିୟମାବଳୀ ପ୍ରକାରେ ଯଦି କୌଣସି ତ୍ରୁଟି ଥାଏ ତେବେ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ବେନିୟମ ଭାବେ ହସ୍‌ପିଟାଲ୍ ଚଳାଇବାରେ ସାହାଯ୍ୟ କରି ସାଧାରଣ ଜନତାଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିକାଶ ପରିଷଦ ଅଭିଯୋଗ କରିଛି ।

ଯଦି ନିର୍ଦ୍ଧାରିତ ସମୟରେ ଡ଼ିଆଇଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ସହ ଉଚ୍ଚ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେବାକୁ ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ବିକ୍ଷୋଭ ଏବଂ ସ୍ମାରକପତ୍ର ପ୍ରଦାନ ସମୟରେ ଗୁରୁଚରଣ ପାତ୍ର, ରାଜେନ୍ଦ୍ର ଦଳବେହେରା, ସୂର୍ଯ୍ୟନାରାୟଣ ବେହେରା, ବିରେନ ପଟ୍ଟନାୟକ, ମନୋଜ ବିଷୋୟୀ, ରମେଶ ଚନ୍ଦ୍ର ସାହୁ, ପିକେ ମିଶ୍ର, ଗୌରୀ ମହାନ୍ତି, ଜଗନ୍ନାଥ ମହାନ୍ତି, ଅବନୀ ଗୟା, ବାପି ସିଂଦେଓ, ହେମନ୍ତ ପଣ୍ଡା, ଆଦିତ୍ୟ ନାୟକ, ହୃଷିକେଶ ପାତ୍ରଙ୍କ ସହ ଲାଞ୍ଜିପଲ୍ଲି ବାସିନ୍ଦା ଏବଂ ମୃତକଙ୍କ ପରିବାର ପରିଜନ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

December 15, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025
Latest News

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.