Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୩ତମ  ଜୟନ୍ତୀ ପାଳିତ
ଆଞ୍ଚଳିକ

ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୩ତମ  ଜୟନ୍ତୀ ପାଳିତ

March 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତ୍‌ସିଂହପୁର: ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୩ତମ ଜୟନ୍ତୀ ଉତ୍ସବ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତକଳା ଏକାଡ଼େମୀ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ପ୍ରଭୁ ଚରଣ ଜେନା ସ୍ମୃତି ସଂସଦ ଉପସଭାପତି ପୂର୍ବତନ ପୌରପାଳ ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଜଗତ୍‌ସିଂହପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲାଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି  ଯୋଗ ଦେଇ ଚିତ୍ରଶିଳ୍ପୀ ସ୍ୱର୍ଗତ ଜେନାଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ସାମଲ ଓ ସମ୍ମାନିତ ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀଜେନାଙ୍କୁ ହରାଇ ସମଗ୍ର ଓଡି଼ଶା ଚିତ୍ରକଳାଜଗତରେ ଏକ ଶୂନ୍ୟ ସ୍ଥାନ ରହିଗଲା ଓ ଜଣେ ଦକ୍ଷ ଚିତ୍ରଶିଳ୍ପୀଙ୍କୁ ହରାଇଛି ଓ ଏହି ମହାନ ଶିଳ୍ପୀ ଜଗତ୍‌ସିଂହପୁର ଜିଲ୍ଲା ତଥା ଓଡ଼ିଶା ରାଜ୍ୟପାଇଁ ଗର୍ବ ଓ ଗୌରବ, ତାଙ୍କର ସ୍ମୃତି ଚିରଦିନ କଳା ଜଗତରେ ଅମର ହୋଇ ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଏହି ଅବସରରେ ସଂସଦ ଦ୍ୱାରା ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସମ୍ମାନରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସେଠୀ ଓ ଫଟୋଗ୍ରାଫର ମୃତ୍ୟୁଞ୍ଜୟ ସେଠୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା କୁନି ଚିତ୍ରଶିଳ୍ପୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ପ୍ରଭୁ ଚରଣ ଜେନା ସଣ୍ଡେଆର୍ଟସ୍କୁଲର ଦୁଇ କଳା ଶିକ୍ଷକ ରବିନ୍ଦ୍ରନାଥ ବେହେରା ଓ ମନୋଜ କୁମାର ସାହୁଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ପ୍ରତ୍ୟକ୍ଷ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ବଡବଜାରସ୍ଥିତ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସ୍ମୃତିସଂସଦର ଉପଦେଷ୍ଟା ତଥା ବରିଷ୍ଠ ଆଇନ୍‌ଜୀବୀ ରାଜକିଶୋର ଖଟୁଆ ଉପସ୍ଥିତ ସମସ୍ତ ଅତିଥି ଶ୍ରୋତା, କୁନିକଳାକାର, ପି.ସି. ଜେନା ସଣ୍ଡେଆର୍ଟସ୍କୁଲର ପିଲା,ଅଭିଭାବକ ଓ ମିଡି଼ଆ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସଂସଦର ପୂର୍ବତନ ଉପସଭାପତି କ୍ଷିତିନାଥ ଓଝା ଓ ସହ ସଂପାଦକ ଗତନାଥ ପରିଡ଼ାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଯୁବ ବଂଶୀବାଦକ ଗୌରବ ପରିଡ଼ାଙ୍କ ଦ୍ୱାରା ବଂଶୀ ବାଦନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସଂପାଦକ ଶୁଭଙ୍କର ଜେନା, ସହ ସଂପାଦକ ବାବା ଲଲାଟେନ୍ଦୁ କେଶରୀ, କୋଷାଧ୍ୟକ୍ଷ ସୁଧାକର ଜେନା, ସଦସ୍ୟ ଦୀପଙ୍କର ଜେନା, ଜ୍ୟୋତିରଞ୍ଜ ପରିଡ଼ା,ବାସୁ ଦେବ ବେହେରା,ବାସୁଦେବ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.