Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋଲା ଆକାଶ ତଳେ ହାଡୁ ଜେନା, ଝଡତୋଫାନ୍‌ରେ ଭାଙ୍ଗିଗଲା ଘର
ଆଞ୍ଚଳିକ

ଖୋଲା ଆକାଶ ତଳେ ହାଡୁ ଜେନା, ଝଡତୋଫାନ୍‌ରେ ଭାଙ୍ଗିଗଲା ଘର

March 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବବୁଲୁ ସାହୁ

କଳାହାଣ୍ଡି : ଶୁକ୍ରବାର ଅପରାହ୍ନରେ ପ୍ରବଳ ଝଡତୋଫାନ ହୋଇଛି । କାରକା ବୃଷ୍ଟି ସହିତ ପ୍ରବଳ ବର୍ଷା ହେବାରୁ ପ୍ରବଳ କ୍ଷୟୟତି ହୋଇଛନ୍ତି। ପୁରୁଣା ଗଛମାନ ଉପୁଡିବା ସହିତ କିଛି ଲୋକେ ବେସାହରା ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତ ସ୍ଥିତ ପଲମ ଧରଣୀପଡାର ଶ୍ରୀ ହାଡୁ ଜାନୀ (୪୦)। ପରିବାର କହିଲେ ସ୍ତ୍ରୀ ସାଧନୀ ଜାନୀ ଓ ଦୁଇଝିଅ ଓ ଦୁଇପୁଅ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ କୁଲି ମଜୁରି କରି ପରିବାର ପରିପୋଷଣ କରିବା ସହିତ ବହୁ କଷ୍ଟରେ ରହିବା ପାଇଁ ଏକ ଘର ତିଆରି କରିଥିଲେ। ହେଲେ ଗତ ଲଘୁଚାପରେ ଶୁକ୍ରବାର ଅପରାହ୍ନରେ ହଠାତ ଝଡତୋଫାନ ସହ ପ୍ରବଳ ବର୍ଷା ହେବାରୁ ହାଡୁ ଜାନୀଙ୍କ ପରିବାର ଘରେ ଥିବା ସମୟରେ ହଠାତ ତାଙ୍କ ରହିବା ଘରର ଛାତ ଉଡିଯାଇ ଘର ଭାଙ୍ଗିଯାଇଛି। ଏହାଫଳରେ ଭଙ୍ଗା ଘରେ ଫସି ରହିଥିବା ପରିବାର ଲୋକେ ଚିତ୍କାର କରିବାରୁ ପଡୋଶୀ ଲୋକମାନେ ଦୌଡି ଆସି ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ତାଙ୍କର ସମସ୍ତ ଚଳଣି ଜିନିଷ ପତ୍ର ଭିଜିଯାଇ ନଷ୍ଟ ହୋଇଯାଇଛି।

ବର୍ତ୍ତମାନ ତାଙ୍କ ପକ୍ଷେ ଘର ମରାମତି କରିବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ବାଧ୍ୟ ହୋଇ ନିକଟସ୍ଥ ପଲମ ଆରଆଇଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ପଲମ ଆର ଆଇ ତାଙ୍କୁ ଏକ ପଲିଥିନ ଦେଇ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଏବେ ସେ ପୁରା ବେସାହାରା ହୋଇପଡିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏହାଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏହି ପରିବାରକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରୁ ଏକ ନୂତନ ଘର ଯୋଗାଇ ଦେବାପାଇଁ ପରିବାର ବର୍ଗ ତଥା ଗ୍ରାମର ବୁଦ୍ଧିଜୀବୀ ମାନେ ଦାବି ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.