ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲଠାରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଭାଇରସ୍ ବିଶ୍ୱବ୍ୟାପୀ ସଂକ୍ରମିତ ହୋଇ ଆତଙ୍କ ସୃଷ୍ଟି କରୁଥିବା ଯୋଗୁଁ ଏହାର ସତର୍କତା ଜରୁରୀ ବୋଲି ଗୀତାଞ୍ଜଳି ପଣ୍ଡା ପିଲାମାନଙ୍କୁ ବୁଝାଇ କହିଥିଲେ। ଅମିତା ରାଣୀ ସାହୁ ଏହି ଭାଇରସ୍ର ଲକ୍ଷଣ ଓ ସଚେତନତା ବିଷୟରେ ବୁଝାଇଥିଲେ।
ଏହି ରୋଗ ମାରାତ୍ମକ ହେଲେ ମଧ୍ୟ ଆମେ ନିଜକୁ ନିଜେ ରକ୍ଷା କରପାରିଲେ ଏହାକୁ ଦୂର କରିପାରିବା ବୋଲି ଶିକ୍ଷକ ବି. ଏରେୟା ରେଡ଼ି ପିଲାଙ୍କୁ ବୁଝାଇଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତଛାତ୍ରୀଙ୍କୁ କିପରି ହାତଧୋଇବା, ମାସ୍କ ପିନ୍ଧିବା, ଗ୍ଲୋବସ ପିନ୍ଧିବା ଏହି ସବୁ ତାଲିମ ଦିଆଯାଇଥିଲା। ଅନୁରାଧା ରଥ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଣତି ପାଣିଗ୍ରାହୀ, ମୁନି ବିଷୋୟୀ, ନିର୍ମଳା ଦାଶ, ଦିପ୍ତୀମୟୀ ପଟ୍ଟନାୟକ, ଶାନ୍ତିଲତା ସାହୁ, ମିନତି ପାଢ଼ୀ, ଅନିତା ମିଶ୍ର, ବିଷ୍ଣୁପ୍ରିୟା ସାହୁ, ଅନିତା ମହାନ୍ତି, ଚନ୍ଦ୍ରକଳ୍ପେଶ୍ୱର ସାହୁ, ପ୍ରମୁଖ ସହଯୋଗ କରିଥିଲେ।