Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶ୍ବମହିଳା ଦିବସ ଅବସରରେ ଭେଟେଶ୍ବର ପଞ୍ଚାୟତ ଓ ଏବିଭିପି ବାଣପୁର ଦ୍ବାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବିଶ୍ବମହିଳା ଦିବସ ଅବସରରେ ଭେଟେଶ୍ବର ପଞ୍ଚାୟତ ଓ ଏବିଭିପି ବାଣପୁର ଦ୍ବାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

March 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର : ବିଶ୍ବ ମହିଳା ଦିବସ ଅବସରରେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାଣପୁର ଶାଖାର ମିଳିତ ଆନୁକୂଲ୍ୟରେ ଭେଟେଶ୍ବର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରିରୁ 60 ୟୁନିଟି ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରକୁ ଭେଟେଶ୍ବର ସରପଞ୍ଚ ଜିତେନ୍ଦ୍ର ଭୋଳ, 13 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂ, ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରଓ୍ବାଲ, ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ଶ୍ରୀ ବିକାଶ ସେଠୀ ଓ ଭେଟେଶ୍ବର ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଶେଖର ସାହୁ ପ୍ରମୁଖ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ।

ଏହି ଶିବିରରେ ପୁରୁଷଙ୍କ ସହ ତାଳ ଦେଇ ବହୁ ମହିଳାମାନେ ମଧ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ 55 ବର୍ଷୀୟା ଜଣେ ଧର୍ମପରାୟଣା ମହିଳା ସୁଜାତା ରଣସିଂ ରକ୍ତଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସମାଜସେବିକା ସାବିତ୍ରୀ ଭୋଳଙ୍କ ଉଦ୍ୟମରେ ବହୁ ମହିଳା ରକ୍ତଦାନ କରିଛନ୍ତି। ‘ଦ ବ୍ଲଡ଼ ଡୋନର’ ଗ୍ରୁପ ର ସଭାପତି ଶ୍ରୀ ରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ଼ ବ୍ୟାଙ୍କ, କଟକ ର ଡାକ୍ତର ଆଶିଷ କୁମାର ସାହୁ। ଏହି ଶିବିରକୁ ସଫଳ କରିବା ଦିଗରେ ଭେଟେଶ୍ବର ପଞ୍ଚାୟତ କର୍ମକର୍ତ୍ତା, ବିଦ୍ୟାର୍ଥୀ ପରିଷଦର ଅମୀୟ, ପ୍ରିତମ,ସିଦ୍ଧାର୍ଥ, ଗୁରୁ,ସୋମନାଥ, ହିମାଂଶୁ,ବଳରାମ,ଦିପୁ,ଅଜୟ ଆଦି ସହଯୋଗ କରିଥିଲେ। ବିଶ୍ୱ ମହିଳା ଦିବସ ଉପଲକ୍ଷେ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ଏବିଭିପିର ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଉକ୍ତ ମହତ ରକ୍ତଦାନ ଶିବିରକୁ ପଞ୍ଚାୟତବାସୀ ତଥା ବାଣପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରି ମଙ୍ଗଳ କାମନା କରିଛନ୍ତି l

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.