ନବୋଦୟ ଛାତ୍ରଙ୍କ ସ୍ଥାନାନ୍ତରଣ ବନ୍ଦ ପାଇଁ ଜିଲାପାଳଙ୍କୁ ନିବେଦନ

Published: Mar 9, 2020, 9:15 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :  ଆଜି ରାହାମା ସ୍ଥିତ ଜଗତସିଂହପୁର ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ନକରିବାକୁ ଜଗତସିଂହପୁର ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଅଷ୍ଟମ ଶ୍ରେଣୀର ଅଭିଭାବକ ମାନେ ବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ କୁମାର ରାୟଙ୍କୁ ଏକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତିଯେ ବର୍ତ୍ତମାନ ସାରା ଦେଶରେ କରୋନା ଭୂତାଣୁର ଆତଙ୍କ ଦେଖାଦେଇଥବା ଯୋଗୁ ପିଲାମାନେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଇଛା ପ୍ରକାଶ କରୁନାହଁନ୍ତି । ପ୍ରକାଶଯେ ଅଷ୍ଟମ ଶ୍ରେଣୀ ପରେ ନବମର ଛାତ୍ରଛାତ୍ରୀ ମାନେ ଅନ୍ୟ ରାଜ୍ୟର ବିଦ୍ୟାଳୟରେ ଅଧ୍ୟୟନ କରିବାର ଏକ ପରମ୍ପରା ରହିଥିବା ବେଳେ ଏହି ବର୍ଷ ସାରା ବିଶ୍ୱରେ କରୋନା କବଳିତ ହୋଇଥିବା ଯୋଗୁ ଜଗତସିଂହପୁର ନବୋଦୟର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରୁ କ୍ଷାନ୍ତ ରଖିବାକୁ ଅନୁରୋଧ ଜଣାଇଛନ୍ତି ।

Related posts