ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲୋଚାପଡ଼ା ରୋଡ଼୍ସ୍ଥିତ ଶ୍ରୀ କମ୍ପେ୍ଲକ୍ସଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପ ତ୍ରିପାଠୀଙ୍କ ସଭାନେତୃତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ସମାଜରେ ମହିଳାଙ୍କ ସ୍ଥାନ, ସମ୍ମାନ ଓ ଗୌରବ କିପରି ଅକ୍ଷୁର୍ଣ୍ଣ ଓ ଅମ୍ଳାନ ରହିବ ତା’ ସହିତ ଦିନକୁ ଦିନ ନାରୀ ଓ ଶିଶୁଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ନିର୍ଯ୍ୟାତନା ଅତ୍ୟାଚାର ବିଷୟରେ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ।
ଏହା ସହ ମଦବିକ୍ରୀକୁ ସଂପୂର୍ଣ୍ଣ ବିରୋଧ କରିବାକୁ କହିଥିଲେ। ଉଜ୍ୱଳା ଯୋଜନାର ଦୁର୍ଗୁଣ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଗ୍ୟାସଦର ବୃଦ୍ଧି ଯୋଗୁଁ ଘରର ବଜେଟ୍ ଅସନ୍ତୁଳିତ ହେଉଥିବା ଯୋଗୁଁ ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଛି ବୋଲି କହିଥିଲେ। ଏହି ସଭାରେ ବହୁ କଂଗ୍ରେସ ପୁରୁଷ କର୍ମୀ ଏବଂ ମହିଳା କର୍ମୀ ଯୋଗ ଦେଇଥିଲେ। ସଭାରେ ଶମ୍ଭୁ ପାଣିଗ୍ରାହୀ, ଗଣପତି ବାରିକ, ପଦୁ ସାହୁ, ପିସିସି ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, କ୍ରିଷ୍ଣା ରେଡ଼ି, ପ୍ରତିମା ମିଶ୍ର, ଗୀତା ରାଓ, ରୀନା ଜେନା, ସୁଜ୍ଞାନୀ ପଟ୍ଟନାୟକ ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଯୋଗଦେଇ ଉକ୍ତ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।