Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହିଳା ସମାଜରେ ଶୀର୍ଷରେ ରହିଛି, ରହିବ : ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କାର ଆଜିର ଆହ୍ୱାନ
ଆଞ୍ଚଳିକ

ମହିଳା ସମାଜରେ ଶୀର୍ଷରେ ରହିଛି, ରହିବ : ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କାର ଆଜିର ଆହ୍ୱାନ

March 9, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର୍‌:  ମହିଳାଙ୍କୁ ସମ୍ମାନ ଶ୍ରଦ୍ଧା ଦେଇ ଭାରତ ପାଳନ କରିଛି ବିଶ୍ୱ ମହିଳା ଦିବସ । ପୃଥିବୀରେ ଭାରତ ଏକ ଏଭଳି ରାଷ୍ଟ୍ର ଯେଉଁ ଦେଶରେ ଅତୀତରୁ ମୁନି ମନିଷୀମାନେ ନାରୀଜାତିକୁ ଶୀର୍ଷ ସ୍ଥାନରେ ରଖି ଆସି କହିଥିଲେ ଯେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ । ଅର୍ଥାତ୍ ନାରୀ ପୂଜା ଯେଉଁ ରହିଥାଏ ଦେବତା୍‌କ ସ୍ଥାନ ମଧ୍ୟ ସେଇଠି । ସମୟ ସହ ମଣିଷର ବିଚାର, ଜୀବନ, ଜୀବିକ ଓ ଶୈଳୀ ପରିବର୍ତ୍ତନ ହେବା ପରେ ଏକବିଂଶ ଶତାବ୍ଦୀରେ ନାରୀ ଆଜି କାହିଁ ଆକାଶକୁ ଛୁଇଁଛି । ନିଜର ବକ୍ତବ୍ୟ, ସାଧନା, ପରାକାଷ୍ଠା, ଉଚ୍ଚ ବିଚାର, କଳାର ଅସୁମାରୀ ସ୍ୱପ୍ନକୁ ସାର୍ଥକ କରିବାରେ ସମର୍ଥ । ବିଜ୍ଞାନ, ସୂଚନା, ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, କ୍ରୀଡ଼ା, ରାଜନୀତି, ଗଣମାଧ୍ୟମ ଓ ସମାଜସେବାରେ ନାରୀମାନେ ବିଜୟିନୀ, ଲେଖିକା, କବି ଓ ଶିଳ୍ପୀ କଳାକାର ଭାବରେ ମଧ୍ୟ ପ୍ରତିଭାମୟୀଙ୍କ ପାଇଁ ପୂଜିତ । ତଥାପି ମହିଳା ସଶକ୍ତିକରଣ ଓ ନାରୀଶିକ୍ଷା ଓ ନାରୀ ଅଧିକାର ପାଇଁ ଜାରି ରହିଛି ସଂଗ୍ରାମ । ଗ୍ରାମାଞ୍ଚଳର କୁସଂସ୍କାର, ବିଚାରଠାରୁ ନାରୀ ଯେ ସଂପୂର୍ଣ୍ଣ ମୁକୁଳୁଛି କୁହାଯାଇ ପାରିବନି କାରଣ ଗ୍ରାମାଞ୍ଚଳରେ କନ୍ୟା ବିବାହ ସ୍ୱର ଗୁଂଜରିତ ହୁଏ ବୋଲି ଅନେକ ସମୟରେ ଚର୍ଚ୍ଚା । କମ୍ ବୟସରେ ଝିଅ ବିବାହ ପ୍ରଥା ବନ୍ଦ ପାଇଁ କେଉଁଠି କେଉଁଠି ସାମାଜିକ ସଂଗଠନ ଓ ପୋଲିସ୍ ତତ୍ପର । ଅନ୍ୟପଟରେ କନ୍ୟାଭ୍ରୁଣ ହତ୍ୟା ଖବର ସ୍ପଷ୍ଟ ଦିଶୁଛି । ସରକାର ଭ୍ରୁଣ ହତ୍ୟା ଆଇନ ବିରୁଦ୍ଧ କହୁଥିଲେ ମଧ୍ୟ ରାସ୍ତାଘାଟରେ କେଉଁଠି ସଦ୍ୟଜାତ ଶିଶୁର କୁଆଁକୁଆଁ ରଡ଼ି କିମ୍ବା କନ୍ୟାଭ୍ରୁଣ ହତ୍ୟାର ଚିତ୍ର ଦେଖିଲେ ହୃଦୟ ବିଗଳିତ ହୁଏ । କନ୍ୟା ଜନ୍ମ ଦିଏ ମାଆ । ସେ ଜାୟା, ଜନନୀ, ଭଗିନୀ ପରିଚୟ ପାଇବା ପାଇଁ କନ୍ୟା ଭାବରେ ପ୍ରଥମେ ଜନ୍ମ ନିଏ । କିନ୍ତୁ କନ୍ୟାଜନ୍ମ କରିବା ଏକ ଅଭିଯୋଗ ବୋଲି ଭାବୁଥିବା ସଂକୀର୍ଣ୍ଣ ମାନସିକତାର ପିତାମାତା ଆଜି କନ୍ୟାଭ୍ରୁଣ ହତ୍ୟାର ପାପ ମୁଣ୍ଡାଇ ସମାଜକୁ ଘାରି ଦେଉଛନ୍ତି । ଆଜି ମଧ୍ୟ ଶିକ୍ଷିତା ଅର୍ଦ୍ଧଶିକ୍ଷିତା ମହିଳା ପ୍ରତି ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଛି । ଯୌତୁକ ଜୁଇରେ ଜଳୁଛି ସୁନ୍ଦର ସ୍ୱପ୍ନ ନେଇ ବିବାହ କରିଥିବା ଅଳ୍ପ ବୟସ୍କା ନାରୀର ଦେହ । ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ସାକ୍ଷୀ ଗଣ ଓ ଗଣମାଧ୍ୟମ । ଅନ୍ୟପଟରେ ମହିଳାମାନଙ୍କୁ ଶାରୀରିକ, ମାନସିକ, ନିର୍ଯ୍ୟାତନାର ଖବର ବି ଫୁଟିଉଠୁଛି । ଲୋଲୁପ ଦୃଷ୍ଟି ପକାଉଥିବା ରାକ୍ଷସଙ୍କ କବଳ କମ୍ ବୟସର ନାରୀଟିଏ ଧର୍ଷଣର ଶିକାର ହୋଇ ଆତ୍ମହତ୍ୟା କରୁଛି । ଏହି ଖବର ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତାର ବିଷୟ । ଆଜି ସମାଜ ମହିଳା ଦିବସ ପାଇଁ ଆଲୋଚନାଚକ୍ର, ନାଟକ, କବିତା, ଆସର, ନାନା ବିଧ ସାଂସ୍କୃତିକ କାର୍ଯ୍ୟ ଆଦି ଭେଟି ଦେଇ ନାରୀ ସଶକ୍ତିକରଣର ବାର୍ତ୍ତା ଦେଉଛି ଅଭିନନ୍ଦନୀୟ । ରେଶମ ନଗରୀ ବ୍ରହ୍ମପୁରରେ ପାଳନ ହେଉଛି ଏକରୁ ଅନେକ କାର୍ଯ୍ୟକ୍ରମ । ଆମେ ମହିଳା ଦିବସରେ ଅନୁଶୀଳନ କରିବା ଅତୀତକୁ, ପୁଣି ସମ୍ଭାବନାର ଭବିଷ୍ୟତକୁ ଆମକୁ ବର୍ତ୍ତମାନର ଆହ୍ୱାନ କହୁଛି ନାରୀ ସମାଜ ଶୀର୍ଷରେ ରହିଛି, ରହିବ ମଧ୍ୟ ।

ମହିଳା ଦିବସ ଅବସରରେ ଗଂଜାମର ବିଶିଷ୍ଟ ନାରୀମାନେ ଯାହା କହନ୍ତି-

 

ଆରତୀ ଦେବୀ: ବରିଷ୍ଠ ବିଜେଡ଼ି ନେତ୍ରୀ ଆରତୀ ଦେବୀ କହିଥିଲେ – ମହିଳା ଏବଂ ପୁରୁଷ ସମାନ ହେଲେ ମଧ୍ୟ ଆଜି ମହିଳାମାନେ ଦ୍ୱିତୀୟ ନାଗରିକ ଭାବେ ଚଳି ଆସୁଛନ୍ତି । ଆମକୁ ଆଜି ମହିଳା ଦିବସ ପାଳନ କରିବାକୁ କାହିଁକି ପଡ଼ୁଛି । ମହିଳାମାନଙ୍କୁ ଯଦି ଆର୍ଥିକ ଏବଂ ଶିକ୍ଷାଗତ ସ୍ତରର ଉନ୍ନତି କରାଯାଇପାରିବ ତେବେ ସେ ପୁରୁଷଙ୍କ ସମକକ୍ଷ ହୋଇ ଆଉ ମହିଳା ଦିବସ ପାଳନ କରିବାକୁ ପଡ଼ିବ ନାହିଁ ଏବଂ ସେମାନେ ସଶକ୍ତିକରଣ ହୋଇପାରିବେ। ପରିବାରରେ ପୁଅ ଏବଂ ଝିଅ ଦୁଇ ଜଣ ରହିଲେ। ତା’ ନିଜ ମା’ ହିଁ ପ୍ରଥମେ ତୁ ଝିଅ ବାହାରକୁ ଯିବୁନି, ସେ ପୁଅ ବାହାରକୁ ଯାଉ କହି ଝିଅଟିର ମାନସିକ ଦୁର୍ବଳତାକୁ ଠେଲି ଦେଉଛି। ଏଥିରେ ପରିବର୍ତ୍ତନ ଦରକାର। ସହରାଞ୍ଚଳ ମହିଳାମାନେ ତ ମହିଳା ଦିବସ ଦିନ ସଭା ସମିତିମାନ କରି ମହିଳା ଦିବସ ପାଳନ କରୁଛନ୍ତି ଏବଂ ସେମାନେ ସୁରକ୍ଷିତ ରହୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳ ମହିଳାମାନେ ଯେଉଁମାନେ ଦାଦନ ଖଟିବାକୁ ସହରକୁ ଆସନ୍ତି ଯଦି ସେମାନେ ସୁରକ୍ଷିତ ଭାବେ ନିଜ ଘରକୁ ଯାଇପାରିବେ ସେ ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ।

ରଶ୍ମିତା ପଣ୍ଡା : ଜାଗୃତ ଏକାଡ଼େମୀ ଅଫ୍ ଆର୍ଟ ଆଣ୍ଡ କଲଚରର ସଂପାଦିକା ରଶ୍ମିତା ପଣ୍ଡା କହିଥିଲେ – ଆନ୍ତର୍ଜାତିକ ମହିଳା ଦିବସ କେବଳ କ୍ୟାଲେଣ୍ଡର ଗୋଟିଏ ଦିନ ସ୍ଥାନ ନଦେଇ ପ୍ରତ୍ୟେକ ଦିନ ଏହି ଦିବସ ପାଳନ କରାଯିବା କଥା । କାରଣ ପ୍ରତ୍ୟେକ କ୍ଷେତ୍ରରେ ଇତିହାସଠୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ନାରୀ ହିଁ ଶ୍ରେଷ୍ଠ । ମହିଳା ଜାଗ୍ରତ ହେଲେ ଦେଶ ମଧ୍ୟ ଅଗ୍ରଗତି କରିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନାରୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିବା ସହିତ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଉଛନ୍ତି । କିନ୍ତୁ ନାରୀ ନିର୍ଯ୍ୟାତିତ ହେବା ପରେ ଅଦାଲତରେ ପଡ଼ି ରହୁଥିବା କେସକୁ ତ୍ୱରାନ୍ୱିତ କଲେ ଅନେକ ସୁଫଳ ମିଳିପାରିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

ସ୍ୱରୂପା ତ୍ରିପାଠୀ: ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ କହିଛନ୍ତି ଯେ – ବିଶ୍ୱ ମହିଳା ଦିବସରେ ରାଜନୈତିକ ପୃଷ୍ଠଭୂମିକୁ ଛାଡ଼ି ପ୍ରତ୍ୟେକ କ୍ଷେତ୍ରରେ ନାରୀ ଆଜି ପୁରୁଷମାନଙ୍କ ସହିତ ତାଳ ଦେଇ ଅଗ୍ରଗତି କରୁଛି। କିନ୍ତୁ ଦେଶରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି, କିଛି ବିକୃତ ଚିନ୍ତାଧାରାର ବ୍ୟକ୍ତିବିଶେଷ ଏହିପରି କାର୍ଯ୍ୟରେ ଲିପ୍ତ ରହନ୍ତି। ଯଦି ସରକାର ଏହିମାନଙ୍କୁ ଉଚିତ ଶିକ୍ଷା ଦେଇଥାନ୍ତେ ତେବେ ନାରୀ ଆହୁରି ଆଗକୁ ବଢ଼ିବାକୁ ଅଣ୍ଟା ଭିଡ଼ିଥାନ୍ତେ। ଛୁଆଟି ଜନ୍ମ ହେବା ପରେ ପ୍ରଥମେ ତା’ ପାଟିରୁ ମା’ ପଦ ହିଁ ବାହାରେ। ଯେକୌଣସି ଘଟଣା କିମ୍ବା ଦୁର୍ଘଟଣା ଘଟେ ତେବେ ପ୍ରତ୍ୟେକ କ୍ଷେତ୍ରରେ ମା’ ପଦ ହିଁ ଆଗକୁ ଆସିଥାଏ। ତେଣୁ ନାରୀ ହିଁ ଶ୍ରେଷ୍ଠ। ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କୁ ଆହୁରି କିଛି ଆଗକୁ ଯିବାକୁ ପଡ଼ିବ। ଆମେ କୌଣସି କ୍ଷେତ୍ରରେ ପୁରୁଷଙ୍କଠୁ କମ ନୋହୁ ବୋଲି ପ୍ରମାଣ କରିବାକୁ ପଡ଼ିବ। ଆଜି ବି ନାରୀ ପୁରୁଷମାନଙ୍କଠାରୁ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ନିର୍ଯ୍ୟାତିତ ହୋଇ ଆସୁଛି । ଆଜିର ଏହି ମହିଳା ଦିବସରେ ପ୍ରତ୍ୟେକ ମହିଳା ଶପଥ ନେବା ଜରୁରି ଯେ ଆମେ କେଉଁଥିରେ କମ ନୋହୁ ।

ସଂଘମିତ୍ରା ଦଳେଇ: ଗଂଜାମ ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ କହିଥିଲେ – ବର୍ତ୍ତମାନ ସମାଜରେ ମହିଳାଙ୍କ ସ୍ଥାନ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହେଁ । ଉଭୟ ପୁରୁଷ ଓ ମହିଳା ସଚେତନ ହୋଇଛନ୍ତି । ଏହା ଏକ ଶୁଭ ସଂକେତ । ତଥାପି ନାରୀଙ୍କ ଅଗ୍ରଗତି ପାଇଁ ବହୁ ସମସ୍ୟା ରହିଛି । ସେଥିପାଇଁ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ । ବିଭିନ୍ନ ଯୋଜନା ଯଦି ସଠିକ୍ ରୂପେ ଉପଯୋଗ ହୋଇପାରିବ ତେବେ ମହିଳା ମାନେ ଆହୁରି ଉପକୃତ ହୋଇପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.