ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ଠାକୁରଙ୍କ ପିଣ୍ଡି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ନବନିର୍ବାଚିତ ପଞ୍ଚୁଦୋଳ କମିଟି ସଭାପତି ତଥା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଅନ୍ୟ ସଭ୍ୟ ସଭ୍ୟା ଓ ଭକ୍ତମାନେ ମା ଭଗବତୀଙ୍କ ଆଜ୍ଞାମାଳ ନେଇ ଢୋଲ, ବାଜା, ବାଣ, ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରରେ ମା ଭଗବତୀ ମନ୍ଦିରରୁ ବାହାରି ପଲଟନ ପଡିଆ ନିକଟସ୍ଥ ଶ୍ରୀ ଚରଣ ଚକାଦେବଙ୍କ ମନ୍ଦିରରେ ପହଂଚି ସେଠାରୁ ଆଜ୍ଞା ମାଳ ନେଇ ଛାୟା ମଣ୍ଡପରେ ପହଞ୍ଚିଥିଲେ। ଏହା ପରେ ପଞ୍ଚୁଦୋଳରେ ସାମିଲ ହେଉଥିବା ୮୨ ଠାକୁରଙ୍କ ଆଜ୍ଞାମାଳ ପହଞ୍ଚିଥିଲା ଛାୟାମଣ୍ଡପରେ। ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇ ହୋମ ବେଦୀ ଓ ଠାକୁର ବେଦୀ ପ୍ରତିଷ୍ଠା କରାଯାଇଥିଲା ଓ ୮୨ ପିଣ୍ଡି ପୂଜା କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ରହିଥିଲେ ପଞ୍ଚୁଦୋଳ କମିଟି ସଭାପତିଙ୍କ ସହ ଯୁଗ୍ମ ଉପ ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଓ ବୀରଭଦ୍ର କାଣ୍ଡି, ସମ୍ପାଦକ – ମାଧବ ଚନ୍ଦ୍ର ବାରିକି, ସହ ସମ୍ପାଦକ – ପ୍ରଶାନ୍ତ କୁମାର କାଣ୍ଡି, ଜୟକୃଷ୍ଣ ଦାସ, ମୋଇନ ଉଲ ହକ, ମହେଶ୍ୱର ଜେନା, ସର୍ବେଶ୍ୱର ଷଡ଼ଙ୍ଗୀ ଓ ରମେଶ ଚନ୍ଦ୍ର ବେହେରା, କୋଷାଧକ୍ଷ -ନବ କିଶୋର ପ୍ରଧାନ ଓ ସୁବ୍ରତ ଜେନା ପ୍ରମୁଖ।