Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଧୁନିକତାର ସ୍ପର୍ଶରେ ଶିଥିଳ ହୋଇନି ପରମ୍ପରା : ଶ୍ରୀ ଶ୍ରୀ ଅନନ୍ତ ମାଧବ ଜୀଉଙ୍କର ପ୍ରସିଦ୍ଧ ଝୁଲଣ ଯାତ୍ରା
ଆଞ୍ଚଳିକ

ଆଧୁନିକତାର ସ୍ପର୍ଶରେ ଶିଥିଳ ହୋଇନି ପରମ୍ପରା : ଶ୍ରୀ ଶ୍ରୀ ଅନନ୍ତ ମାଧବ ଜୀଉଙ୍କର ପ୍ରସିଦ୍ଧ ଝୁଲଣ ଯାତ୍ରା

March 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ପାରାଦୀପ :  କୁଜଙ୍ଗବ୍ଳକ ଅନ୍ତର୍ଗତ ମହ୍ଲାସାହି ଅଂଚଳରେ ଏବେମଧ୍ୟ ନିଜର ପରମ୍ପରାକୁ ବଜାୟ ରଖିଛି ପ୍ରସିଦ୍ଧ ଝୁଲଣ ଯାତ୍ରା । ସ୍ଥାନୀୟ ଆରାଧ୍ୟ ଦେବତା ଶ୍ରୀଶ୍ରୀ ଅନନ୍ତ ମାଧବ ଜୀଉଙ୍କର ଏହି ପ୍ରସିଦ୍ଧ ଝୁଲଣ ପରମ୍ପରା ପାଖାପାଖି ୫ ଶହ ବର୍ଷ ହେବ ବଂଚି ରହିଛି ଏହି ପରମ୍ପରା । ଅନେକ ଉଥାନ ପତନ ଦେଇ ଆସିଥିଲେ ମଧ୍ୟ କେବେ ଏହି ମହାନ ପରମ୍ପରାରେ ଭଟ୍ଟା ପଡ଼ିନାହିଁ ।  ଆଧୁନତାର ସ୍ପର୍ଶରେ ଏବେ ସମଗ୍ର ଅଂଚଳରେ କ୍ରମଶଃ ଅନେକ ପ୍ରଥା ଏବଂ ପରମ୍ପରା ଶିଥୀଳ ହୋଇପଡ଼ିଛି । ମାତ୍ର ହାରି ନାହିଁ, ମରିନାହିଁ କିମ୍ବା ସରିଯାଇ ନାହିଁ ଅନନ୍ତ ମାଧବ ଜୀଉଙ୍କର ଏହି ପବିତ୍ର ପରମ୍ପରା ।

ଜଣାଯାଏ ଯେ, ପ୍ରାୟ ୧୫୫୦ ମସିହାଠାରୁ ଏହି ଦୋଳପୂର୍ଣ୍ଣିମା ସମୟର ପବିତ୍ର ଝୁଲଣ ଯାତ୍ରା ପରମ୍ପରା ଆରମ୍ଭ ହୋଇଛି । ଶ୍ରୀଶ୍ରୀ ଅନନ୍ତ ମାଧବଜୀଉ ବିଜେ ମହ୍ଲାସାହି ଇଣ୍ଡେକ୍ସ ନଂ ୧୧ସି ପୂରାଣ ପ୍ରସିଦ୍ଧ ଆଜକୁ ଅନ୍ୟୁନ ୫ଶହ ବର୍ଷତଳେ ଏହି ପ୍ରାଚୀନ ଠାକୁରଙ୍କ ପ୍ରଥା ଅନୁଯାୟୀ ଝୁଲଣ ଯାତ୍ରା ପାଳନ ହୋଇ ଆସୁଅଛି । ଏହି ଅଂଚଳର ଆରାଧ୍ୟ ଦେବତା ଭାବେ ସମସ୍ତ ସର୍ବ ସାଧାରଣ ଏହି ଝୁଲଣ ଯାତ୍ରାରେ ଅଂଶ ଗ୍ରହଣ କରି ଯାତ୍ରାର ମହାନ ପରମ୍ପରାକୁ ବଜାୟ ରଖିଥାନ୍ତି । ଅନେକ ବୟସ୍କ ବ୍ୟକ୍ତି ମାନଙ୍କ କହିବା ଅନୁସାରେ ଏହା ତିନୋଟି ପୂରାତନ ପ୍ରଜାଖଣ୍ଡର ମିଳନ ସ୍ଥଳ । ଯଥା କୁଜଙ୍ଗ ଇଷ୍ଟେଟ, ପଣ୍ଡୁଆ ପ୍ରଗଣା ଓ ଅଣାବର୍ତକ ଜମିଦାରୀ। ଏହି ମିଳନ ସ୍ଥଳରେ ପୂରାଣ ପ୍ରସିଦ୍ଧ ଝୁଲଣ ଯାତ୍ରା ନିତୀ ନିୟମ ଓ ଖଞ୍ଜା ବିଧି ପୂର୍ବକ ପାଳନ ହୋଇ ଆସୁଅଛି । ଠାକୁର ଶ୍ରୀ ଅନନ୍ତ ମାଧବ ଜୀଉ ଦୋଳ ଦଶମୀ ଦିନ ମନ୍ଦିରରୁ ବାହାରି ଆଖପାଖ ଗ୍ରାମରେ ବୁଲି ସର୍ବସାଧାରଣରେ ଭୋଗ ଖାଇଥାନ୍ତି। ଦୋଳ ପୂର୍ଣ୍ଣିମା ଦିନ ଶ୍ରୀ ଅନନ୍ତ ମାଧବ ଜୀଉ ପ୍ରଥମେ ପଟୁଆରରେ ଆସି ବିଲୁଆଘର ପୋଡ଼ି ମନ୍ଦିରରେ ଅବସ୍ଥାନକରି ବିଧିପୂର୍ବକ ଦେବନିତୀ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ପରେ ଦୋଳମଣ୍ଡପକୁ ବିଜେ କରିଥାନ୍ତି ।

ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣଭାବେ  ଅଣାବର୍ତକ ପ୍ରତୀକ ଚାରି ଠାକୁର  ପଥୁରିଆ ଅଂଚଳର  ଆରାଧ୍ୟ ଦେବତା ଶ୍ରୀ ମନୁବିହାରୀ ଜୀଉ,ଅଗପାଳ ପଂଚାୟତ ବାଘୁଆଠେଙ୍ଗର ଆରାଧ୍ୟ ଦେବତା  ଶ୍ରୀ ବିଶ୍ୱନାଥ ଜୀଉ, ବଡ଼ପାଳର  ଶ୍ରୀ ବାଉଁଶ ରାଣୀ ଜୀଉ ଓ ଇଛା ବିହାରୀ ଜୀଉ ଏକପଟରୁ ପଟୁଆରରେ ଆସନ୍ତି । ଅନ୍ୟପଟରୁ କୁଜଙ୍ଗ ଇଷ୍ଟେଟର ପ୍ରତୀକଭାବେ ଅରଖିଆ ଦଳେଇସାହି ଗ୍ରାମର ଶ୍ରୀ ଗୋପୀନାଥ ଜୀଉ, ଅରଖିଆ ଗ୍ରାମର ଶ୍ରୀ ଦଧୀବାମନ ଜୀଉ, ଶ୍ରୀ କାମେଶ୍ୱର ମହାଦେବ ଜୀଉ ଓ  ବାଲିଆ ଅଂଚଳର ଶ୍ରୀ ରାଧାମାଧବ ଜୀଉ ପଟୁଆରରେ ଆସନ୍ତି । ଏହି ସମସ୍ତ ଆଠଗୋଟି ବିମାନରେ ମଣ୍ଡିତ ଜୀଉମାନେ ମିଳିତହୋଇ ଝୁଲିଥାନ୍ତି ଓ ସର୍ବଶେଷରେ ଦୋଳ ମଣ୍ଡପକୁ ବିଜେ କରିଥାନ୍ତି । ପୂର୍ବରୁ ଶ୍ରୀ ଅନନ୍ତ ମାଧବ ଜୀଉ ଗାଦିଶ୍ୱରଭାବେ ମଣ୍ଡପରେ ଅବସ୍ଥାନ କରିଥାନ୍ତି । ଏହି ନବଗୋଟି ଦୋଳ ବିମାନ ଝୁଲଣ ମଣ୍ଡପରେ ବିଜେହୋଇ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି । ଅନେକ ସ୍ଥାନରେ ଅନେକ ଦୋଳ ମେଲଣ ହୋଇଥାଏ । କିନ୍ତୁ ମହ୍ଲାସାହି ଅଂଚଳରେ ଏ ଅଂଚଳରେ ବିରଳ ଦୋଳ ଝୁଲଣ ଯାତ୍ରା ହୋଇଥାଏ । ଠାକୁରମାନେ ତଳେ ନ ବସି ଦୋଳମଣ୍ଡପର ପୂର୍ବନିର୍ମିତ ଉଚ୍ଚ ଆସ୍ଥାନରେ ବିଜେ କରି ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି । ଏହା ସମଗ୍ର ଜିଲ୍ଲା ଏବଂ ଅଂଚଳରେ ବିରଳ ଝୁଲଣ ଯାତ୍ରା ।

ସେଠାରେ ନବଦୋଳ ସମ୍ମୁଖରେ ପାଞ୍ଜି ପାଠ କରାଯାଇଥାଏ । ଲୋକମାନେ ମାନସୀକ ଭୋଗ କରିଥାନ୍ତି । ଦୋଳ ମାନଙ୍କ ଶୋଭାଯାତ୍ରା ସମରେ ଆତସବାଜୀ ପ୍ରଦର୍ଶନ, ଲୋକବାଦ୍ୟ ମୁଖ୍ୟ ଆକର୍ଷଣ ହୋଇଥାଏ । ଏହି ଯାତ୍ରା ଦୋଳ ଦଶମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ପ୍ରସିଦ୍ଧ ଯାତ୍ରା ଦେଖିବାକୁ ସେଠାରେ ବିଭିନ୍ନ ଅଂଚଳର ହଜାର ହଜାର ସଙ୍ଖ୍ୟାରେ ଜନସାଧାରଣ ଏକତ୍ରୀତ ହୋଇଥାନ୍ତି । ତେବେ ଏହି ୫ଶହ ବର୍ଷର ପରମ୍ପରା ଏବେ ମଧ୍ୟ ଲୋକମାନଙ୍କ ଦ୍ୱରେ ପାଳିତ ହୋଇ ଆସୁଛି । କୁହାଯାଏ ଆଧୁନତାର ସ୍ପର୍ଶରେ ପ୍ରଥା ଓ ପରମ୍ପରା ହଜିଯାଉଛି ର ମାତ୍ର ଏକ୍ଷେତ୍ରରେ ଏହି ମହ୍ଲାସାହୀ ପ୍ରସିଦ୍ଧ ଝୁଲଣ ଯାତ୍ରା ଏକ ବ୍ୟତିକ୍ରମ ମାତ୍ର ।

Share. Facebook Twitter LinkedIn Email WhatsApp Copy Link

Related Posts

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.