ପଙ୍କପାଳ ପଂଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ

Published: Mar 17, 2020, 9:27 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଗତକାଲି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ  ପଙ୍କପାଳ ପଂଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତର ଅଗ୍ରଣୀ ଶ୍ରୀରାମ , ବନ୍ଦେ ଉତ୍କଳ ଜନନୀ , ତ୍ରିନାଥ, ସାଇରାମ , ଗାୟତ୍ରୀ ଏସଏଚଜି, ସ୍ଥାନୀୟ ଅଙ୍ଗନବାଡ଼ୀ କର୍ମୀ ମାନଙ୍କ ସହାୟତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଳକ ମହିଳା ଏବଂ ଶିଶୁ ବିକାଶ ଅଧିକାରୀଣୀ ତନୁପ୍ରଭା ବେଉରା, ସ୍ଥାନୀୟ ସରପଂଚ ମିନାକ୍ଷୀ ଦାସ, ୱାର୍ଡ଼ ମେମ୍ବର ମିନତୀ ପ୍ରଧାନ, ସମାଜସେବୀ ତଥା ରାଜ୍ୟ ଉପଭୋକ୍ତ ମହିଳା କଲ୍ୟାଣ ମହାସଙ୍ଘର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ, ପଙ୍କପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଲକ୍ଷ୍ମୀପ୍ରିୟା ମିଶ୍ର, ସାମ୍ବାଦିିକ ମାନସ କୁମାର ମହାନ୍ତି ପ୍ରମୁଖ ଯୋଗଦାନକରି ଚୀନର ଓହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବାବେଳେ କିପରିଭାବେ ଏହାର ପ୍ରକୋପରୁ ରକ୍ଷା କରାଯାଇ ପାରିବ ସେନେଇ ଉପରୋକ୍ତ ଅତିଥିମାନେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିଥିଲେ । ବିଶେଷକରି ଓଡ଼ିଶାର ଭୂବନେଶ୍ୱର ସହରରେ କରୋନା ସଙ୍କ୍ରମିତ ବ୍ୟକ୍ତି ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହେବା ସହିତ ରାଜ୍ୟ

ସରକାରେ ଯଥେଷ୍ଟ ଆଗୁଆ ସଚେତନତା ପଦକ୍ଷେପ ଗ୍ରହଣ କରିଥିବା ସେମାନେ ପ୍ରକାଶ କରିଥିଲେ। ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ଦ୍ୱାରା ମହିଳା ମାନଙ୍କୁ ହାତ ଧୋଇବା, ପରିବାରରେ ସ୍ୱଛତା ରକ୍ଷା କରିବାପାଇଁ ସାବୁନ ବଂଟନ କରାଯାଇଥିଲା। ପରିଶେଷରେ ମହିଳା ମାନେ ଏକ ଶୋଭାଯାତ୍ରାରେ ବାହରି ପଙ୍କପାଳ ଗ୍ରାମ ପରିକ୍ରମା କରିବା ସହିତ କରୋନା ସଚେତନତା ବାର୍ତା ପ୍ରଚାର କରିଥିଲେ ।

Related posts