Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ଭୂତାଣୁ ପ୍ରତିରୋଧ ପାଇଁ ବ୍ୟାପକ ସଚେତନତା
ଆଞ୍ଚଳିକ

କରୋନା ଭୂତାଣୁ ପ୍ରତିରୋଧ ପାଇଁ ବ୍ୟାପକ ସଚେତନତା

March 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ଗଂଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣକୁ ନେଇ ଭୂତାଣୁର ମୁକାବିଲା ଓ ନିରାକରଣକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ୱାନ ଷ୍ଟପ୍ ସେଣ୍ଟର (ସଖୀ), ବ୍ରହ୍ମପୁର ତରଫରୁ ଏକ ସତର୍କତାମୂଳକ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀଙ୍କ ନେତୃତ୍ୱରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମକୁ ପାଞ୍ଚଜଣିଆ ବିଶିଷ୍ଟ ଦସଗୋଟି ଦଳରେବ ବିଭକ୍ତ କରାଯାଇଥିଲା ଓ ପ୍ରତିଟି ଦଳ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ସଚେତନତା ହିଁ ପ୍ରତିକାର ସ୍ୱରରେ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଜନଜାଗରଣ ଓ ଦାୟିତ୍ୱବୋଧ ସହ ଭୂତାଣୁ ଯେଭଳି ନ ବ୍ୟାପିବ ସେଥିନିମନ୍ତେ ପ୍ରତ୍ୟେକ ଜନମାନସରେ ସଚେତନତା ସୃଷ୍ଟି କରିବା ସହ ନିଜେ ସତର୍କତା ଅବଲମ୍ବନ କଲେ କରୋନା ଭୂତାଣୁର ଭୟ ରହିବ ନାହିଁ ସଂଦେଶ ପ୍ରଦାନ କରିଥିଲେ । କରୋନା ଭୂତାଣୁର ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ନିମନ୍ତେ ବ୍ରହ୍ମପୁର ସହର ତତ୍ ସଂଗେ ସଂଗେ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପକ ସଚେତନତା କରାଯିବା ସହ ଜିଲ୍ଲାପାଳଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶାବାଳୀକୁ ପାଳନ କରିବା ନିମନ୍ତେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନର ନିଷ୍ପତ୍ତି ନିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ ସହ ନିର୍ଦ୍ଦେଶକ ପ୍ରଭୁପ୍ରସାଦ ପାତ୍ର, ଆଇଏସ୍‌ଆର୍‌ଡ଼ି ବ୍ରହ୍ମପୁର, ସାକ୍ଷୀ କେନ୍ଦ୍ରର ସ୍ନେହମୟୀ ପାଢ଼ୀ, ସୌମ୍ୟାରାଣୀ, ଲିପିକା, ଆସ୍କିଲା, ତମ୍ବାଳି, ପାର୍ବତୀ ଓ ମଧୁସ୍ମିତା, ଚାଇଲ୍ଡ ଲାଇନ୍ କେନ୍ଦ୍ରରୁ ପ୍ରଣତୀ, ପ୍ରିୟଙ୍କା, ପ୍ରଭାତ ଓ ବଳରାମ, ମହିଳା ସଂଗଠନ ତରଫରୁ ସବିତା ସାହୁକାର, ରଂଜନା ମିଶ୍ର, ଜ୍ୟୋତ୍ସ୍ନା ଦାସ ଓ ରାଣୀ ପ୍ରମୁଖ ଯୋଗଦାନ କରିିଥିଲେ । ଏଥିରେ ସଚେତନତା ସୃଷ୍ଟି କରିବା ସହ ମୁହଁରେ ମୁଖା ପିନ୍ଧିବା, କାଶିଲେ ରୁମାଲ କିମ୍ବା ଟିଶୁ ପେପର ବ୍ୟବହାର କରିବା ଓ ବାରମ୍ବାର ହାତ ଧୋଇବାର ବାର୍ତ୍ତା ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

March 18, 2026

ବିଜେପିରେ ଯୋଗଦେଲେ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ: ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.