ହେମାଙ୍ଗ ପ୍ରସାଦ ରଉଳ
ବ୍ରହ୍ମପୁର: ଗତକାଲି ଅନୁଷ୍ଠିତ ଯୁକ୍ତ ୨ ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ପରୀକ୍ଷାରେ ଦକ୍ଷିଣାଞ୍ଚଳର ବିଭିନ୍ନ କେନ୍ଦ୍ରରେ ଅସଦ୍ ଉପାୟ ଅବଲମ୍ବନ ଅଭିଯୋଗରେ ୩୭ ଜଣ ପରୀକ୍ଷାର୍ଥୀ ଜୋନାଲ୍ ସ୍କ୍ୱାର୍ଡ଼ ହାତର ଧରାପଡ଼ିଛନ୍ତି । ଗଂଜାମ ଜିଲ୍ଲା ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ରର କେତେକ ସ୍ଥାନରେ ଠିକ୍ ଚିହ୍ନ ମାରି ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଥିବାବେଳେ ମାଲକାନାଗିରି ଜିଲ୍ଲା କାଲିମେଳା ସ୍ଥିତ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସତ୍ୟନାରାୟଣଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ବାଲିମେଳା ସ୍ଥିତ ବାଲିମେଳା ବିଜ୍ଞାନ ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସେହି ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ସେହି ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଛନ୍ତି ।
ନବରଙ୍ଗପୁର ଜିଲ୍ଲାର ବେଲଗାଁ ସ୍ଥିତ ସରକାରୀ ଏସ୍ଏସ୍ଡ଼ି ଉଚ୍ଚ ବିଦ୍ୟାଳୟର ୨ ଜଣ କପି କରି ଧରା ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ବୌଦ୍ଧ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ବିଭିନ୍ନ ଚିହ୍ନ ମାରି କପି ଅଭିଯୋଗରେ ବୁକ ହୋଇଥିବା ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ତେବେ ନବମ ଦିନରେ ପହଞ୍ଚିଥିବା ଆଜିର ଏହି ପରୀକ୍ଷାରେ କୋରାପୁଟ ଜିଲ୍ଲାର ସର୍ବାଧିକ ୨୫ ଜଣ ପରୀକ୍ଷାର୍ଥୀ କପି କରି ଏମ୍ପି ହୋଇଥିବା ଉଚ୍ଚ ମାଧ୍ୟମିକ ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି ।