Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

March 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ, ପ୍ରାଣୀ ସଂପଦ ବିଭାଗରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ସହିତ ବ୍ଲକ ସ୍ତରରେ ୨୪ ଘଣିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ।

ବୈଠକର ବିବରଣୀରୁ ଜିଲ୍ଲାରେ ୧୪୨୫୯ ନଳକୂପ ମଧ୍ୟରୁ ୧୪୨୫୨ ଟି କାର୍ଯ୍ୟକ୍ଷମ ରହିଛି ବୋଲି ଜଣାପଡିଛି। ଜିଲ୍ଲାରେ ବାଲିକୁଦା,ଏରସମା ଓ କୁଜଙ୍ଗ ବ୍ଲକର ୪୬ଟି ଗ୍ରାମରେ ପାନୀୟ ଜଳର ସ୍ୱଳ୍ପତାକୁ ଦୃଷ୍ଟିରେ ରଖି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜିଲ୍ଲାରେ ଜଳକ୍ଲିଷ୍ଟ ଅଚଂଳରେ ୨୭୩ଟି ପାଇପ୍ ଓାଟର ପ୍ରୋଜେକ୍ଟ ଚାଲୁଅଛି। ୧୩୨ଟି ଉଚ୍ଚପାଣି ଟ୍ୟାଙ୍କ ନିର୍ମାଣ କରାଯାଇଛି। ଜିଲ୍ଲାରେ ଯେଉଁସବୁ ଅଂଚଳରେ ନଳକୂପ ଖରାପ ଥିବ ତାହାର ମରାମତି ପଂଚାୟତ ଫଣ୍ଡରୁ କରାଯିବ। ଏତଦବ୍ୟତୀତ ଜଳକ୍ଲୀଷ୍ଟ ଅଚଂଳରେ ପାଣି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ।

ଗ୍ରାଷ୍ମ ପ୍ରବାହ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଶୀତତାପ ନିୟନ୍ତ୍ରଣ କକ୍ଷ ସହିତ ଏୟାରକୁଲର, ଫ୍ୟାନ୍‌,ବରଫ ଡ୍ରିପ୍ ଫ୍ରିଜର ରଖିବା, ଓ.ଆର.ଏସ୍‌,ସାଲାଇନ୍‌,ବିଭିନ୍ନ ଔଷଧ ମହଜୁଦ୍ ରଖାଯିବ।  ଅଂଶୁଘାତ ଜନିତ ମୃତ୍ୟୁ ହେଲେ ତୁରନ୍ତ ସୂଚନା ପ୍ରଦାନ କରିବା ସହିତ ପୋଷ୍ଟମର୍ଟମ, ଡାକ୍ତର ଓ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଇବା ନିତ୍ୟାନ୍ତ ଆବଶ୍ୟକ। ଗ୍ରାଷ୍ମ ପ୍ରବାହ ସମୟରେ ଗାଈଗୋରୁ ମାନଙ୍କର ସୁରକ୍ଷା, ଜଳ ଉତ୍ସ ନିର୍ମାଣ, ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ, ଶ୍ରମିକ ମାନଙ୍କର କାର୍ଯ୍ୟ କରିବା ସମୟରେ ପରିବର୍ତ୍ତନ ,ବସ ଚଳାଚଳ ସମୟରେ ପରିବର୍ତନ, ଦର୍ଶନୀୟ ସ୍ଥଳୀରେ ଗ୍ରୀଷ୍ମ ପ୍ରବାହ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂପର୍କରେ ଆଲୋଚନା ହୋଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ, ରେଲେଓ୍ବ ଷ୍ଟେସନ, ହାଟବଜାର ଓ ସର୍ବ ସାଧାରଣ ସମାଗମ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପଚାଂୟତ ବ୍ଲକ ଓ ପୈାର ପରିଷଦର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସୁଧା ହେଲପ୍ ଲାଇନ୍ ନଂ-୧୯୧୬ରେ ଜନସାଧାରଣ ନଳକୂପ ମରାମତି,ପାଇପ୍ ମାଧ୍ୟମରେ ପାନୀୟ ଜଳ ଯୋଗାଣ ସଂପର୍କୀୟ ଅଭିଯୋଗ କଲେ ୪୮ଘଣା ମଧ୍ୟରେ  ସମସ୍ୟାର ସମାଧାନ କରାଯିବ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର, ଜିଲ୍ଲାସ୍ତରୀୟ ଅଧିକାରୀ,ବିଭାଗୀୟ ନିର୍ବାହୀ ଯନ୍ତ୍ରୀ,ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତା, ଆପଦ ମିତ୍ର ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଡେପୁଟି କଲେକ୍ଟର ଜରୁରୀ ଶାଶ୍ୱତ ରଂଜନ ଦାଶ ବୈଠକର ବିବରଣୀ ଅନୁଯାୟୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.