Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲ: କୁସୁମବାହାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
ଆଞ୍ଚଳିକ

ରେଢାଖୋଲ: କୁସୁମବାହାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

March 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ଏବେ ଯେଉଁ ଗ୍ରାମରେ ଥିବା ବିଦ୍ୟାଳୟରେ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବେ ସେଇ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ପାଖ ସ୍କୁଲ ଥିଲେ ସେଇ ବିଦ୍ୟାଳୟରେ ମିଶ୍ରଣ କରିଦେଉଛନ୍ତି। ଯା ଫଳରେ ଜଙ୍ଗଲ ଭିତରେ ଥିବା ଗାଁ ଗୁଡିକର ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧାର ସମ୍ମୁୁଖିନ ହେଉଛନ୍ତି।

ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଗରଗଡବାହାଳ ଗ୍ରାମପଂଚାୟତର କୁସୁମବାହାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ। ଗ୍ରାମର ଲୋକମାନେ ବହୁବର୍ଷ ତଳେ ବହୁ ଉଦ୍ୟମ କରି ଏହି ବିଦ୍ୟାଳୟଟି ସ୍ଥାପନ କରିଥିଲେ। ବର୍ତ୍ତମାନ ସରକାରଙ୍କ ନୂଆ ଶିକ୍ଷା ନୀତି ଯୋଗୁଁ ବିଦ୍ୟାଳୟଟି ସବୁଦିନପାଇଁ ବନ୍ଦ ହେବାକୁ ଯାଉଛି। ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ୨୦ ରୁ କମ୍ ପିଲା ପାଠ ପଢୁଛନ୍ତି।

ସରକାରଙ୍କ ନୀତିନିୟମକୁ ଗ୍ରାମବାସୀ ବିରୋଧ କରୁନାହାନ୍ତି କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଘଂଚ ଜଙ୍ଗଲ ମଧ୍ୟରେ ରହିଛି। ଗ୍ରାମକୁ ଚାରିପଟେ ଜଙ୍ଗଲ ଘେରି ରହିଛି। ସେଠାରେ ହାତୀମାନଙ୍କର ପ୍ରାଦୁର୍ଭାବ ବଢିଚାଲିଛି। ଲୋକମାନେ ଦିନରେ ଗାଁରେ ରହିବାକୁ ଭୟ କରୁଥିବା ବେଳେ ସରକାର ଏଥିପ୍ରତି ଧ୍ୟାନ ନ ଦେଇ ବିଦ୍ୟାଳୟଟି ବନ୍ଦ କରିଦେବାକୁ ବସିଥିବାରୁ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତାକାରରେ ଜଣାଇଛନ୍ତି। ରେଢାଖୋଲ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ଗାଁ ଠାରୁ ଗରଗଡବାହାଳର ଦୂରତ୍ୱ ୬ କିମି ହେବ। ଏପରିକି ପିଲାମାନଙ୍କୁ ରାସ୍ତାରେ ଛାଡିବା ନିରାପଦ ନୁହଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ବିଦ୍ୟାଳୟରେ ୨୦ ଜଣ ପିଲା ନାମ ଲେଖାଇବେ କାହିଁକି ନା ଅଙ୍ଗନଓାଡିରେ ଯେଉଁମାନେ ପାଠ ପଢୁଛନ୍ତି ଚଳିତ ବର୍ଷ ସେମାନେ ପ୍ରଥମ ଶ୍ରେଣୀକୁ ଯିବେ। ସରକାର ଏହାର କୌଣସି ଅନୁସନ୍ଧାନ ନ କରି ହଠାତ୍ ବନ୍ଦ କରିଦେବା ଠିକ୍ ନୁହଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଏହାର ଏକକିତା ନକଲ ଶିକ୍ଷାଅଧିକାରୀ (ସମ୍ବଲପୁର), ବ୍ଲକ୍ ଶିକ୍ଷାଅଧିକାରୀ ରେଢାଖୋଲଙ୍କୁ ମଧ୍ୟ ଲିଖିତାକାରରେ ଜଣାଇଛନ୍ତି। ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶିବରାମ ସାହୁଙ୍କ ନେତୃତ୍ୱରେ ଗୋବର୍ଦ୍ଧନ ଦେହୁରୀ, ବାସୁଦେବ ଦେହୁରୀ, ଭବାନୀ ପ୍ରଧାନ ପ୍ରମୁଖ ଆଜି ଦାବୀ ପତ୍ର ପ୍ରଦାନରେ ଉପସ୍ଥିତ ଥିଲେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026
Latest News

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.