Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସପ୍ତାହରେ ଦୁଇଦିନ ସଟ୍‌ଡ଼ାଉନ୍‌: ସକାଳ ୭ ରୁ ସନ୍ଧ୍ୟା ୭ ଖୋଲିବ ମହାନଗରରେ ସମସ୍ତ ଦୋକାନ
ଆଞ୍ଚଳିକ

ସପ୍ତାହରେ ଦୁଇଦିନ ସଟ୍‌ଡ଼ାଉନ୍‌: ସକାଳ ୭ ରୁ ସନ୍ଧ୍ୟା ୭ ଖୋଲିବ ମହାନଗରରେ ସମସ୍ତ ଦୋକାନ

June 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମେ ମାସ ଲକ୍‌ଡ଼ାଉନ୍‌ର ଅବଧି ଶେଷ ପରେ ରାଜ୍ୟ ସରକାର ଜୁନ୍ ମାସ ପାଇଁ ନୂତନ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି । ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲା ସହ ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ଥିବାରୁ ଏଠାରେ ଏକ ନୂତନ କଟକଣା ଲାଗୁ ହୋଇଛି । ଜୁନ୍ ମାସର ପ୍ରତ୍ୟେକ ସପ୍ତାହର ଶନିବାର ରବିବାର ଦୁଇଦିନ ଅର୍ଥାତ୍ ୪୮ ଘଣ୍ଟା ସଂପୂର୍ଣ୍ଣ ସଟ୍‌ଡ଼ାଉନ୍ ରୂପେ ଘୋଷଣା କରାଯାଇଛି । ଦିନକୁ ଦିନ ସଂକ୍ରମଣର ସଂଖ୍ୟା ବଢ଼ୁଥିବା ତଥା ଲୋକ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହିକ୍ରମରେ ବ୍ରହ୍ମପୁର ମହାନଗର ନିଗମରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ସନ୍ଧ୍ୟା ୭ରେ ଖୋଲୁଥିବାବେଳେ ଅନ୍ୟ ଦୋକାନଗୁଡ଼ିକ ଦିନ ୧ ରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲୁଥିଲା । ବର୍ତ୍ତମାନ ନୂଆ ନିୟମ ପ୍ରକାରେ ସମସ୍ତ ଦୋକାନ ସପ୍ତାହରେ ୫ ଦିନ ସୋମବାର-ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ । ନାଇଟ୍ କର୍ଫ୍ୟୁ ମଧ୍ୟ ସନ୍ଧ୍ୟା ୭ରୁ ଲାଗୁ ହୋଇ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜୁନ୍ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ, ସପିଂ ମଲ୍‌, ଆନ୍ତର୍ଜାତିକ ଯାତ୍ରା, ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ, ପାର୍କ, ବାର୍ ଏବଂ ଅଡ଼ିଟୋରିୟମ, ଏସ୍ମେବ୍ଲି ହଲ୍‌, ସେମିନାର ବନ୍ଦ ରହିବ । ସାମାଜିକ, ରାଜନୈତିକ, ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ୩୦ ପ୍ରତିଶତ କର୍ମଚାରୀରେ ହୋଟେଲ୍‌ଗୁଡ଼ିକ ଖୋଲିବ । ରେଷ୍ଟୁରାଣ୍ଟ, ହୋଟେଲ୍‌ରେ କେବଳ ହୋମ୍ ଡ଼େଲିଭେରି ଦିଆଯିବ । ୩୧ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ଏହାସହ କେତେକ ନିୟମକୁ କଡ଼ାକଡ଼ି ଲାଗୁ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ ମୁହଁକୁ ଢ଼ାଙ୍କିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ, ଦୋକାନଗୁଡ଼ିକ କଷ୍ଟମରଠାରୁ ଦୂରତାରେ ରହିବା, ସେଲୁନ୍‌, ସ୍ପା, ବିଉଟି ପାର୍ଲରରେ ସୁରକ୍ଷା ବ୍ୟବସ୍ଥା ମାନିବା, ଜଣଙ୍କୁ ସେବା ଯୋଗାଇବା ପରେ ପ୍ରତିଷେଧକ ବ୍ୟବସ୍ଥା କରି ଅନ୍ୟ ଜଣଙ୍କୁ ସେବା ଦେବା, ୭ ଜଣଙ୍କଠାରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଜମା ହେବା ନେଇ କଟକଣା, ୫୦ରୁ ଅଧିକ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ କରିବା ନାହିଁ, ଅନ୍ତିମ କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଯୋଗନଦେବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ, ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ମଦ ପିଇବା ମନା ଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହ ଘରୁ କାମ କରିବାକୁ ପ୍ରଧାନ୍ୟ ଦେବା ସହ ଯଦି ଅଫିସ ଯିବାକୁ ପଡ଼ୁଛି ତେବେ ସ୍କ୍ରିନିଂ ଏବଂ ପରିଚ୍ଛନତା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଯାତ୍ରା ନେଇ କୌଣସି କଟକଣା ନାହିଁ । ଅଟୋ ରିକ୍‌ସା, ଟ୍ୟାକ୍‌ସି ସେମାନଙ୍କ ବସିବା ସ୍ଥାନ ଅନୁଯାୟୀ ହିଁ ଯାତ୍ରୀ ନେବେ । ଶନିବାର ଏବଂ ରବିବାର ଦୁଇଦିନ ସଟ୍‌ଡ଼ାଉନ୍ ସମୟରେ କିଛି ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେଗୁଡ଼ିକ ହେଲା ସମସ୍ତ ପ୍ରକାର ମେଡ଼ିକାଲ୍‌, ମେଡ଼ିକାଲ୍ ଷ୍ଟୋର, ଆମ୍ବୁଲାନସ, ମେଡ଼ିକାଲ୍ କର୍ମଚାରୀ, ମ୍ୟୁନସିିପାଲ୍‌ଟି କର୍ମଚାରୀ, ଅଗ୍ନିଶମ, ପୋଲିସ୍‌, କେନ୍ଦ୍ର ତଥା ରାଜ୍ୟସ୍ତରୀୟ ଅଧିକାରୀ, ଟେଲିଫୋନ୍ କର୍ମଚାରୀ, ଇଲୋକ୍ଟୋନିକ ମିଡ଼ିଆ, ପାନୀୟ ଜଳଯୋଗଣ କର୍ମଚାରୀ, ଇଲେକ୍ଟ୍ରି କର୍ମଚାରୀ, କଂପାନୀ, ନିର୍ମାଣ କାର୍ଯ୍ୟ, ରେଳ ଏବଂ ବିମାନ ଯାତ୍ରା ସହ ଷ୍ଟେସନରୁ ଆସୁଥିବା ଅଟେ, ଟ୍ୟାକ୍ସିକୁ ଏଥିରୁ ଛାଡ଼ କରାଯାଇଛି । ଏହାସହ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ୬୫ ବର୍ଷରୁ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଛୁଆଙ୍କୁ ବାହାରକୁ ବାହାରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସମସ୍ତ ନିୟମ ଗୁଡ଼ିକ ଯେଉଁମାନେ ମାନିବେ ନାହିଁ ସେମାନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Latest News

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.