Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବ୍ରହ୍ମପୁର ପାଇକରି ଭଣ୍ଡାର ସମ୍ପାଦକ କାର୍ଯ୍ୟରୁ ବହିସ୍କୃତ
ଆଞ୍ଚଳିକ

ବ୍ରହ୍ମପୁର ପାଇକରି ଭଣ୍ଡାର ସମ୍ପାଦକ କାର୍ଯ୍ୟରୁ ବହିସ୍କୃତ

August 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ। ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ଖୋଦ ଶ୍ରୀ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି।

କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ ନିର୍ଦ୍ଧେଶ କରିଥିଲେ ଯାହାଫଳରେ ପାଇକରି ଭଣ୍ଡାର ଦାୟିତ୍ୱରେ ଥିବା ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡା ପାଇକରି ଭଣ୍ଡାର ଚିଠି ସଂଖ୍ୟା ୨୯/୨୦୨୦ରେ ସମ୍ପାଦକଙ୍କୁ ବହିସ୍କୃତ କରିଛନ୍ତି। ପୂର୍ବରୁ ଏହି କାର୍ଯ୍ୟାଳୟର ହୋଇଥିବା ଦୁର୍ନୀତି ଓ ଅନିୟମିତତା ବାବଦରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ସେତେବେଳର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମବାୟ ସମୂହ ନିବନ୍ଧକ ଭୁବନେଶ୍ୱରଙ୍କ ଠାରେ ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧେଶକ ସ୍ୱତନ୍ତ୍ର ଅଡିଟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।

ପାଇକରି ଭଣ୍ଡାରର ଆଦାୟ ହେଉଥିବା ଅର୍ଥ କଲ୍ୟାଣ ମଣ୍ଡପ ଦୋକାନ ଗୃହ ଏବଂ ବିଭିନ୍ନ ଭଣ୍ଡାରର ଅର୍ଥକୁ ଆତ୍ମସାତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ପରିପେକ୍ଷିରେ ସମ୍ପାଦକଙ୍କୁ ବହିସ୍କୃତ କରିବା ଅନିୟମିତତାର ଜ୍ୱଳନ୍ତ ଉଦାହରଣ। ଏହାର ଏକ ସ୍ୱତନ୍ତ୍ର ଅଡିଟ କଲେ ପ୍ରକୃତ ଅର୍ଥ ହେରଫେରର ଗୁମର ଖୋଲିବ। ପରବର୍ତ୍ତୀ ସମୟରେ ସହକାରୀ ଉପ-ନିବନ୍ଧକ ଶିବ ଶଙ୍କର ସ୍ୱାଇଁଙ୍କୁ ଉକ୍ତ କାର୍ଯ୍ୟାଳୟର ସଭାପତି ଦାୟିତ୍ୱ ଦିଆଯାଇଥିବାବେଳେ ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡାଙ୍କୁ କାର୍ଯ୍ୟାଳୟର ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସରକାର ଯେଉଁ ଉଦ୍ଦେଶ୍ୟରେ ପାଇକରି ଭଣ୍ଡାର ଗଠନ କରିଥିଲେ ତାହା ଲୋକଙ୍କ ସେବାରେ ଆସୁନଥିଲା ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପ ପରେ କାର୍ଯ୍ୟାଳୟ ପ୍ରକୃତ ଲୋକଙ୍କ ସେବାରେ ଆସିବ ବୋଲି ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଚନ୍ତି। ଉକ୍ତ କାର୍ଯ୍ୟାଳୟ ଗରିବ ନିଷ୍ପେସିତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କମ ମୂଲ୍ୟରେ ପ୍ରଦାନ କରିବା ପାଇଁ ଉଦ୍ଧିଷ୍ଟ ଥିବାବେଳେ କିଛି କୁଜିନେତାଙ୍କ କବ୍ଜା ମଧ୍ୟରେ ରହି ଏହା ବାଟମାରଣାର ପେଣ୍ଠସ୍ଥଳି ପାଲଟିଥିଲା।

ବର୍ତ୍ତମାନ ସରକାର କର୍ମଚାରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ସରକାର ଏହାକୁ ଗଢି ତୋଳିଛନ୍ତି ଲୋକଙ୍କ ପାଖରେ ପ୍ରକୃତ ସୁବିଧା ସୁଯୋଗ ପହଞ୍ଚିବ ଏବଂ ଅନ୍ୟପକ୍ଷରେ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭୁୟସୀ ପ୍ରଶଂସା ମିଳିଥିବା ଦେଖିବାକୁ ମିଳିଛି। ଏବଂ ପ୍ରଶାସନିକ ପଦକ୍ଷେପକୁ ଓଡିଶା ରାଜ୍ୟ ସମବାୟ ସଙ୍ଘ ନିର୍ଦ୍ଧେଶକ ସନାତନ ସଂଗ୍ରାମ ସିଂ ସ୍ୱାଗତ କରିବା ସହ ତଦନ୍ତ କରି ଘୋଟଲାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ପାଇଁ ଦାବି କରିଚନ୍ତି।

ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.