କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର କିରାଣୀ ମନମୋହନ ପ୍ରଧାନ ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ସଂଧ୍ୟାରେ ମ୍ରୁତ୍ୟୁ ବରଣ କରିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।
ପ୍ରକାଶ ଯେ ୩ ଦିନ ତଳେ ମନମୋହନ ପ୍ରଧାନ ନାକଟିଦେଉଳରୁ ରେଢ଼ାଖୋଲକୁ ସଂଧ୍ୟାରେ ଫେରୁଥିଲେ। ଡିମିରିକୁଦା ନିକଟସ୍ଥ ଏକ ପୋଲ ପାଖରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲେ । ଡିମିରିକୁଦାରୁ କେତେଜଣ ବ୍ୟକ୍ତି ମାଛ ମାରିବାକୁ ସେଇ ନାଳ ପାଖକୁ ଯାଇଥିଲେ। ସେମାନେ କେହିଜଣେ ପୋଲ ତଳେ ପଡ଼ିଥିବାର ଦେଖି ରେଢ଼ାଖୋଲ ଥାନାକୁ ଫୋନ୍ କରିଥିଲେ । ରେଢ଼ାଖୋଲ ପୋଲିସ୍ ମନମୋହନକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ରେଢ଼ାଖୋଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ପଠାଯାଇଥିଲା । ହେଲେ ଅବସ୍ଥା ଉଦବେଗକ ଜନକ ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସଂଧ୍ୟାରେ ମ୍ରୁତ୍ୟୁବରଣ କରିଥିଲେ । ସେ ନାକଟିଦେଉଳ କଲେଜରେ ଜଣେ ଛାତ୍ରବତ୍ସଳ ଥିଲେ । ତାଙ୍କ ବିୟୋଗରେ କଲେଜରେ ଶୋକରଛାୟା ଖେଳିଯାଇଛି । ଆଜି ତାଙ୍କର ଶବ ବ୍ୟବଛେଦ କରାଯାଇଛି । ସଂଧ୍ୟାରେ ମ୍ରୁତ ଶରୀରକୁ ତାଙ୍କର ପୈତ୍ରୁକ ଘର ତଣ୍ଡାବିରାରେ ଦାହ କରାଯିବା।