କୋଲକାତା, ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କର ସ୍ବାସ୍ଥ୍ୟ ଖରପା ହେବାରୁ ସେ ଏକ ଘରୋଇ ହସପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁନାହିଁ। ବଂର ଖରାପ ଆଡକୁ ଗତି କରୁଛି। କେଉଁ ମୂହୁର୍ତ୍ତରେ କଣ ହେବ ଏବେ କିଛି କହି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ସୌମିତ୍ର କରୋନା ଭାଇରସ ସଂକ୍ରାମିତ ହେବା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସୁ ନାହିଁ।
85 ବର୍ଷିୟ ସୌମିତ୍ର ବଂଗଳା ଚଳଚିତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ସତ୍ୟଜିତ ରାୟ୍, ମୃଣାଳ ସେନ ପରି ବ୍ୟକ୍ତିତ୍ବଙ୍କ ସହିତ କାମ କରିଛନ୍ତି। 1912 ମସିହାରେ ତାଙ୍କର ଚଳଚିତ୍ର କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।