Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ”, ପଢନ୍ତୁ ଜଣେ ରାଜକୁମାରଙ୍କ ଏକ ସୁନ୍ଦର ପ୍ରେମ କାହାଣୀ
ଆଜିର ଖବର

“ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ”, ପଢନ୍ତୁ ଜଣେ ରାଜକୁମାରଙ୍କ ଏକ ସୁନ୍ଦର ପ୍ରେମ କାହାଣୀ

July 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
flower garden
flower garden

ଉପେନ୍ଦ୍ର ବଳିୟାରସିଂହ

ବୃକ୍ଷର ଶାଖାରେ ହସୁଥିବା ସୁନ୍ଦର ପୁଷ୍ପକୁ ଦେଖି ରାଜକୁମାର ଜଣଙ୍କ କହିଲେ, “ତୁମେ ମୋ ନିକଟକୁ ଚାଲି ଆସୁନ?” ପୁଷ୍ପ ଉତ୍ତର ଦେଲା, ”କାହିଁକି?” ରାଜକୁମାର କହିଲେ, “କାରଣ, ମୁଁ ତୁମକୁ ପ୍ରେମ କରେ।” ପୁଷ୍ପ ଉତ୍ତର ଦେଲା, “ପ୍ରେମ କାହାକୁ କୁହନ୍ତି?”

ରାଜକୁମାର ଉତ୍ତର ଦେଲେ, “ଯେଉଁଠାରେ ପ୍ରମାଦ ନଥାଏ।” ପୁଷ୍ପଟି କହିଲା, ”ତୁମେ ସେହି ପକ୍ଷୀମାନଙ୍କ କଳରବ ଶୁଣି ପାରୁଛ?” ରାଜକୁମାର କହିଲେ, “ଅବଶ୍ୟ!” ପୁଷ୍ପ ପଚାରିଲା ସେମାନଙ୍କର ପ୍ରେମ କେମିତି?” ରାଜକୁମାର ଉତ୍ତର ଦେଲେ, “ମୂର୍ଖ ପକ୍ଷୀମାନେ ପ୍ରେମର ମହତ୍ତ୍ଵ କଣ ବୁଝିବେ?” ପୁଷ୍ପଟି ଗର୍ଜ୍ଜନ କରି କହିଲା, “ସେ ଯଦି ପ୍ରେମ ଜାଣିନଥାନ୍ତେ, ତାହେଲେ ଆତ୍ମ ବିଜୟର ଏ ଆନନ୍ଦ କେଉଁଠୁ ଆସନ୍ତା?” ରାଜକୁମାର କହିଲେ, “ସେମାନେ ସେମାନଙ୍କର କଳରବ ଦ୍ଵାରା ଭଗବାନ ଭୁବନ ଭାସ୍କରଙ୍କୁ ସ୍ଵାଗତ କରୁଛନ୍ତି। ପୁଷ୍ପଟି କହିଲା, “ସେ ତାଙ୍କ ଠାରୁ କେତେ ଦୂରରେ ଅଛନ୍ତି?” ରାଜାକୁମାର କହିଲେ ପ୍ରାୟ ୯ କୋଟି ମାଇଲ।”

ପୁଷ୍ପ ପୁଣି ପଚାରିଲା, “ତୁମେ ମୋଠୁ କେତେ ଦୂରରେ ଅଛ?” ରାଜକୁମାର କହିଲେ, “ଏଇ ପନ୍ଦର କୋଡିଏ ହାତ।” ପୁଷ୍ପଟି କହିଲା, “ପକ୍ଷୀମାନେ ଏତେ ଦୂରରେ ଥାଇ ସଚ୍ଚା ଆନନ୍ଦ ଉପଭୋଗ କରୁଛନ୍ତି। ତୁମେ ନିକଟରେ ଥାଇ ଏତେ ବ୍ୟଗ୍ର କାହିଁକି ହେଉଛ?” ରାଜକୁମାର ଲଜ୍ଜିତ ହୋଇ କହିଲେ, “ମୁଁ ତୁମକୁ ହୃଦୟରେ ଲଗାଇବା ପାଇଁ ଚାହେଁ।” ପୁଷ୍ପ କହିଲା, “ପ୍ରକୃତରେ ତୁମେ ମୋତେ ପ୍ରେମ କରୁଛ?” ରାଜକୁମାର କହିଲେ, “ମୁଁ ଆଗରୁ କହିସାରିଛି।” ପୁଷ୍ପଟି କହିଲା, “ପ୍ରେମରେ ବ୍ୟବଧାନ ନଥାଏ।” ରାଜକୁମାର ଅସନ୍ତୋଷ ପ୍ରକାଶ କରି କହିଲେ, “ତୁମର କଳେବର କେବଳ କୋମଳ ଅଟେ, କିନ୍ତୁ ହୃଦୟ ଅତ୍ୟନ୍ତ କଠୋର।”

ପୁଷ୍ପ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ରାଜକୁମାରଙ୍କ ଆଡକୁ ଅନାଇ କହିଲା, “ବହୁତ ଦୂରରେ ଥିବା ମରୀଚିମାଳି ଭୁବନ ଭାସ୍କରଙ୍କୁ ରାତ୍ରୀକାଳୀନ ଦୁଃଖରେ ସଙ୍କୁଚିତ ହୋଇଥିବା କମଳ ଦୁଃଖ ଜଣାଇବାକୁ ତାଙ୍କ ନିକଟକୁ ଯାଏ ନାହିଁ। ବିନା କୁହାରେ କମଳ ବନ୍ଧୁ ଦିବାକର ତା’ ଦୁଃଖ ଦୂର କରି ପ୍ରଭାତରେ ବିକଶିତ କରିଦିଅନ୍ତି।

କୁମୁଦୁନିର ଅବଗୁଣ୍ଠିତ କଳିକାକୁ କଳାନାଥ ଶଶଧର ସ୍ଵୟଂ ପ୍ରସ୍ଫୁଟିତ କରିଦିଅନ୍ତି। ବିନା ଯାଚନାରେ ମେଘ ନିଜର ସଂପୂର୍ଣ୍ଣ ଜଳକୁ ପ୍ରାଣୀମାନଙ୍କର କଲ୍ୟାଣାର୍ଥେ ବର୍ଷା ରୂପରେ ଅଜାଡି ଦିଅନ୍ତି। ଏଥିରେ ଦୂରତା ତ ବାଧା ଦିଏ ନାହିଁ। ତୁମ ଠାରେ ଭୋଗ ଲିପ୍ସା ନିହିତ ଅଛି। ତାହାହିଁ ହେଉଛି, ତୁମ ଅଧଃ ପତନର କାରଣ।”

ରାଜକୁମାର ଶୀତଳ ଶ୍ଵାସ ନେଇ ପ୍ରସ୍ଥାନ କଲେ।

ପ୍ରେମରେ ଭୋଗ ନୁହେଁ ତ୍ୟାଗ ହେଉଛି ମୁଖ୍ୟ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଯୋଗାଯୋଗ ସଂଖ୍ୟା- ୯୩୩ ୭୨୫୮ ୩୯୮

ତ୍ୟାଗ ଭୋଗ ରାଜକୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

September 25, 2026

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026
Latest News

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା

September 25, 2026

ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ

September 25, 2026

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଦ ରହିଛି ବିଦେଶୀ ଉଡ଼ାଣ

September 25, 2026

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

September 25, 2026

ବିଜୁ ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା କମିଟି ଘୋଷଣା

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.