ନୂଆପଡା: ଆଜି ନୂଆପଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି। ତେବେ ଏହା ଭିତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପୂଜାପାଠ କରୁଥିବାରୁ ଲକ୍ଷ କରାଯାଇଛି। ସକାଳୁ ସକାଳୁ ସେ ଘରେ ହୋମଯଜ୍ଞ କରିଛନ୍ତି। ଏଥିରେ ତାଙ୍କର ପତ୍ନୀ ମଧ୍ୟ ସାମିଲ ହୋଇଛନ୍ତି।
ତେବେ ଏହା କରିବାର ଅର୍ଥ ହେଲା ସେ ଭୋଟ ଦେବାକୁ ଯିବେ। ଏକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ପୂଜାପାଠ କରାଯାଇଥାଏ। ସେଥିପାଇଁ ସେ ଭୋଟ ଦେବା ପୂର୍ବରୁ ଏହି ପୂଜାପାଠ କରିଛନ୍ତି। ଏହାପରେ ସେ ୧୬୬ ନମ୍ବର ବୁଥରେଭୋଟ ଦେଇଛନ୍ତି।


