Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ
ଆଜିର ଖବର

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍‌ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କଲ୍ୟାଣକାରୀ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଅନୁସୂଚିତ ଜାତି (ଏସି) ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦୀ ସରକାରଙ୍କ ଶାସନର ମୂଳମନ୍ତ୍ର। ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ବା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଐତିହାସିକ ନିଷ୍ପତ୍ତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ। ସେହିପରି ଏହି ନିଷ୍ପତି ପାଇଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ,  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ବିଭାଗ ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୬, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏସଇବିସି/ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ମେଡିକାଲ ଶିକ୍ଷାରେ ଏସସିମାନଙ୍କ ପାଇଁ ୧୬.୨୫% ଏବଂ ଏସଟିମାନଙ୍କ ପାଇଁ ୨୨.୫୦% କୁ ସଂରକ୍ଷଣ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏପ୍ରିଲ ୧୭, ୨୦୨୫ ତାରିଖରେ ମଧ୍ୟ ଶ୍ରୀ ପ୍ରଧାନ ଅନୁରୂପ ଭାବେ ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଶ୍ରୀ ମାଝୀଙ୍କୁ ଚିଠି ଲେଖିଥିଲେ। ଏହାବ୍ୟତୀତ ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଚିଠି ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ସଂରକ୍ଷଣ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ।

ପ୍ରକାଶ  ଥାଉ କି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ମେ ୧୪, ୨୦୨୫ରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ରାଜ୍ୟରେ ଶିକ୍ଷା କ୍ଷେତ୍ରରେ(ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା) ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିଲା।

ଉଚ୍ଚ ଶିକ୍ଷା ଓଡ଼ିଶା କ୍ୟାବିନେଟ୍ କୃଷି ଡାକ୍ତରୀ ଧର୍ମେନ୍ଦ୍ର ପ୍ରଧାନ ବୈଷୟିକ ସଂରକ୍ଷଣ ବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.