Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ମୃଣାଳ ସେନଙ୍କ ଅବର୍ତ୍ତମାନରେ ‘ମାଟିର ମଣିଷ’, ଚର୍ଚ୍ଚା, ଅଚର୍ଚ୍ଚା ଓ ଅତିଚର୍ଚ୍ଚା
ବ୍ୟକ୍ତିତ୍ୱ

ମୃଣାଳ ସେନଙ୍କ ଅବର୍ତ୍ତମାନରେ ‘ମାଟିର ମଣିଷ’, ଚର୍ଚ୍ଚା, ଅଚର୍ଚ୍ଚା ଓ ଅତିଚର୍ଚ୍ଚା

January 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ ଋତ୍ଵିକ ଘଟକ, ସତ୍ୟଜିତ ରାୟ ଓ ମୃଣାଳ ସେନ, ଶେଷତମ ମହାନାୟକ ଚାଲିଗଲେ। ‘ଭୁବନ ସୋମ'(୧୯୬୯) ଠୁ ଆରମ୍ଭ କରି ‘ଅମର ଭୁବନ'(୨୦୦୨), କୋଡିଏ ରୁ ଅଧିକ ସିନେମା ସେ କରିଛନ୍ତି। ତାରି ଭିତରେ ରହିଛି ଭୁବନ ସୋମ, ପଦାତିକ, ଅକାଲେର ସନ୍ଧାନେ, ମୃଗୟା ଭଳି କ୍ଲାସିକ। ଚିତ୍ର ନିର୍ମାଣରେ ନୂଆ ପୃଥିବୀର ସ୍ଵପ୍ନ ଓ ସାଧାରଣ ମଣିଷର ଶ୍ରମକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶିଳ୍ପୀଙ୍କ ଭିତରେ ସେ ଥିଲେ ଅଗ୍ରଣୀ। କହିବାରେ ଦ୍ଵିଧା ନାହିଁ, ଚିନ୍ତନରେ ଓ କଳାକର୍ମରେ ସେ ଥିଲେ ସାମ୍ୟବାଦୀ। ମାର୍କ୍ସ ତାଙ୍କୁ ପ୍ରଭାବିତ କରିଥିଲେ, କିନ୍ତୁ ବିଂଶ ଶତକରେ ଏମିତି କିଏ ନଥିଲା, ଯିଏ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ନଥିଲା। ଏପରିକି ଘୋର ଦକ୍ଷିଣପନ୍ଥୀ ଚିନ୍ତକ ଦୀନଦୟାଲ ଉପାଧ୍ୟାୟ, ଗୋଟେ ସମୟରେ ମାର୍କ୍ସଙ୍କ ଦ୍ଵାରା ପ୍ରଭାବିତ ହୋଇଯାଇଥିଲେ। ତେଣୁ, ସାମ୍ୟବାଦ ବିଂଶ ଶତାବ୍ଦୀର କଳା ଚିନ୍ତନର ମହାଭୂମି ଥିଲା ଓ ସେଥିରେ ମୃଣାଳ ସେନ ସାମ୍ୟବାଦୀ ହେବାରେ କୌଣସି ବ୍ୟତିକ୍ରମ ନଥିଲା। ହଁ, ବ୍ୟତିକ୍ରମ ହେଉଛି, ସାମ୍ୟବାଦ ଭିତରେ ଭାରତୀୟ ଜୀବନର ଚମତ୍କାର ଚିତ୍ରାୟନ।

ଓଡିଶା ସହିତ ମୃଣାଳ ସେନଙ୍କ  ସମ୍ପର୍କ ଥିଲା ବେଶ ନିବିଡ। ୧୯୬୬ ରେ ବାବୁଲାଲ ଦୋଷୀଙ୍କ ପ୍ରଯୋଜନାରେ ସେ ନିର୍ମାଣ କରିଥିଲେ ପ୍ରସିଦ୍ଧ ଓଡିଆ ସିନେମା ‘ମାଟିର ମଣିଷ’। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କ୍ଲାସିକ ଉପନ୍ୟାସ ‘ମାଟିର ମଣିଷ’ ଆଧାରରେ ନିର୍ମିତ ଏହି ସିନେମାଟି ସେ ବର୍ଷ ଜାତୀୟ ପୁରଷ୍କାର ପାଇଥିଲା। ତେବେ ‘ମାଟିର ମଣିଷ’ କୁ ନେଇ ସେତେବେଳେ ବି କିଛି ଆଲୋଚନା ହୋଇଥିଲା, ଆଜି ବି ହେଉଛି। ଉପନ୍ୟାସର ପଟ୍ଟଭୂମିକୁ ମୃଣାଳ ସେନ ବଦଳାଇ ଦେଇଥିଲେ ବୋଲି କିଛି ଲୋକ ଆଜି ବି ନାକ ଟେକନ୍ତି। ତେବେ ଏ ପ୍ରକାର ଚର୍ଚ୍ଚା କରୁଥିବା ଲୋକ ବୁଝିବା ଉଚିତ ଯେ, ସିନେମା ଉପନ୍ୟାସର ଦୃଶ୍ୟ ଅନୁବାଦ ନୁହେଁ। ଉପନ୍ୟାସରୁ ହୁଏତ କାହାଣୀ ଟି ଆସେ, କିନ୍ତୁ ସିନେମା ଏକ ମୌଳିକ ମାଧ୍ୟମ ଓ ସେଇ ମାଧ୍ୟମରେ ନିର୍ଦ୍ଦେଶକ ନିଜର ସୃଜନଶୀଳତାକୁ ଦେଖାଏ। ଯେଉଁ ଦର୍ଶକ ସିନେମାରେ ଉପନ୍ୟାସ ଖୋଜିବ, ସେ ନିରାଶ ହେବ, ସେ ନିରାଶ ହେବା ଉଚିତ ମଧ୍ୟ। ଅନେକ ଲେଖକ ଭାବନ୍ତି, ତାଙ୍କ ଲେଖାଟି ଦୃଶ୍ୟରେ ଅବିକଳ ରୂପାନ୍ତରିତ ହେଉ। ସେଇଟା କଦାପି ହେବନାହିଁ। ଉପନ୍ୟାସ ଓ ସିନେମାର ଭିନ୍ନ ଗତିପଥ ରହିଛି। ସେ ଦୃଷ୍ଟିରୁ ‘ମାଟିର ମଣିଷ’ କୁ ଦେଖିବାକୁ ପଡିବ।

 

ଯଦିଓ ‘ମାଟିର ମଣିଷ’ ମୃଣାଳ ସେନଙ୍କ ‘ଭୁବନ ସୋମ’ ବା ‘ପଦାତିକ’ ସ୍ତରର ସିନେମା ନୁହେଁ, ତଥାପି ଓଡିଆରେ ତିଆରି ହୋଇଥିବା, ବହୁତ ଅଳ୍ପ ଭଲ ସିନେମା ଭିତରୁ ଏହା ଅନ୍ୟତମ।ଚରିତ୍ର ଚିତ୍ରଣ, ସଂଳାପ, ପୃଷ୍ଠଭୂମି, ସଙ୍ଗୀତ ଓ ଦୃଶ୍ୟାୟନ ରେ ‘ମାଟିର ମଣିଷ’ର ଯେଉଁ ଉଚ୍ଚତା, ସେ ସ୍ତରକୁ ଖୁବ କମ ଓଡିଆ ସିନେମା ଯାଇପାରିଛି। ସେଥିଲାଗି ଓଡିଆ ସିନେମା ମୃଣାଳ ସେନଙ୍କ ପାଖରେ ଋଣ ସ୍ଵୀକାର କରିବାକୁ ବାଧ୍ୟ।ସିନେମାର ଦୃଷ୍ଟିକୋଣରେ ମୃଣାଳ ସାମ୍ୟବାଦୀ କି ଗାନ୍ଧୀବାଦୀ ନୁହନ୍ତି, ସେ ପୂରାପୂରି ମାନବବାଦୀ। ଛକଡି ଆଉ ବରଜୁ ପ୍ରଧାନ ଭିତରେ ପାରିବାରିକ ସଂଘର୍ଷ ଭିତରେ ସମୟ ଓ ସମାଜକୁ ସେ ପ୍ରତୀକିତ କରିଛନ୍ତି। ଏହା ଅନେକାଂଶରେ ମୂଳ ଉପନ୍ୟାସର ସଂପ୍ରସାରଣ ବୋଲି କୁହାଯାଇପାରେ। ତେଣୁ ଆଜି ୪୩ ବର୍ଷ ପରେ ବି ‘ମାଟିର ମଣିଷ’ ଓଡିଆ ସିନେମାର ସଫଳ କାହାଣୀ ହୋଇ ସମୟକୁ ଅତିକ୍ରମ କରି ଠିଆ ହୋଇଛି।

ମୃଣାଳ ସେନଙ୍କ ଆଉ ଏକ ଓଡିଆ ସଂଯୋଗ ହେଉଛି ‘ମୃଗୟା’। ୧୯୭୬ରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ସିନେମାରେ ପ୍ରଥମ ସୁଯୋଗ ଦେଇଥିଲେ ମୃଣାଳ ସେନ। ସିନେମାଟିର ମୂଳ କାହାଣୀ ଥିଲା, ଓଡିଶା ପ୍ରଗତିବାଦୀ ସାହିତ୍ୟର  ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଚର୍ଚ୍ଚିତ ଗଳ୍ପ ‘ଶିକାର’ । ଓଡିଶାର ଆଦିବାସୀ ଜୀବନର ପୃଷ୍ଠଭୂମିରେ ‘ଘିନୁଆ’ ଚରିତ୍ରର ନବ ଚିତ୍ରାୟନ ଘଟିଥିଲା। ଓଡିଶାର ଜୀବନ ଓ ଜୀବନବୋଧକୁ ନେଇ ମୃଣାଳ ସେନଙ୍କ ସିନେମାରେ ସବୁବେଳେ କିଛି ଗୋଟେ ଆକର୍ଷଣ ଥିଲା। ସେଥିପାଇଁ ବୋଧେ ତାଙ୍କର ପ୍ରିୟ ଅଭିନେତା ଥିଲେ ସାଧୁ ମେହେର।

ମୃଣାଳ ସେନଙ୍କ ଅବର୍ତ୍ତମାନରେ ଗୋଟେ ଯୁଗର ସମାପ୍ତି ଘଟିଛି। ତାହା ସହିତ ଆମେ ଜଣେ ଓଡିଆ-ପ୍ରାଣ ବଙ୍ଗାଳୀଙ୍କୁ ସବୁଦିନ ପାଇଁ ଆମ ଭିତରୁ ହରାଇଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତ କାହାର ପରମାଣୁ ଧମକକୁ ଭୟ କରେ ନାହିଁ,” ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନକୁ ବାର୍ତ୍ତା

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025
Latest News

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

September 17, 2025

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.