Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»ଶାନ୍ତିର ସହିଦ ; ୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ଦିନ
ବ୍ୟକ୍ତିତ୍ୱ

ଶାନ୍ତିର ସହିଦ ; ୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ଦିନ

January 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ ଦେଶ ପାକିସ୍ତାନର ଖବର କାଗକ ‘ପାକିସ୍ତାନ ଟାଇମ୍ସ’ ର ସମ୍ପାଦକୀୟ ଲେଖିଥିଲା-  ଅବିଭକ୍ତ ଭାରତର ହିନ୍ଦୁ ଓ ମୁସଲମାନ ନିଜ ରକ୍ତକୁ ଏକାକାର କରି ସ୍ଵାଧୀନତା ହାସଲ ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଖିଲାଫତ ଆନ୍ଦୋଳନରେ ଏକାଠି ଲଢେଇ କରିଥିଲେ। ଆମେ ଆଶା କରିବା ଯେ ବାପୁଙ୍କ ଲାଗି ଆମର ଲୁହ ଆମକୁ ପୁଣିଥରେ ଭାରତ ଓ ପାକିସ୍ତାନର ଶାନ୍ତପୂର୍ଣ୍ଣ ସ୍ଵାଧୀନତା ଲାଗି ଏକତ୍ରିତ କରିବ।“(ପାକିସ୍ତାନ ଟାଇମ୍ସ, ୩୧, ଜାନୁଆରୀ, ୧୯୪୮)

ବାପୁଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କର ଅନ୍ତିମ ଦିନଟି ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୭୯ ବର୍ଷ ବୟସର ପାକଳ ଶରୀରରେ ସେ ଛଅ ଦିନ ବ୍ୟାପୀ ଅନଶନରେ ବସିଥିଲେ। ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବାର ୧୨ ଦିନ ଆଗରୁ ଜାନୁଆରୀ ୧୩ ରୁ ୧୮ ତାରିଖ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ସେ ଅନଶନରେ ବସିଥିଲେ। ବାପୁଙ୍କ ଅନଶନର ପ୍ରଭାବ ଲୋକଙ୍କ ଉପରେ ପଡିଥିଲା ଓ ଦିଲ୍ଲୀରେ ହିଂସା ତଥା ରକ୍ତପାତ କମିଆସିଥିଲା। ବାପୁ ଦିଲ୍ଲୀରୁ ଫେବ୍ରୁଆରି ୨ ତାରିଖରେ ନିଜ ଆଶ୍ରମ ସେବାଗ୍ରାମ କୁ ଫେରିବାକୁ ଯୋଜନା କରୁଥିଲେ। ସେବାଗ୍ରାମରୁ ସେ ପୂର୍ବ ପଞ୍ଜାବ ଓ ପାକିସ୍ତାନ ଯାଇ ଶାନ୍ତି ଓ ସଂହତି ର ବାର୍ତ୍ତା ପାହଞ୍ଚାଇବାକୁ ଚାହୁଁ ଥିଲେ।

୩୦ ଜାନୁଆରୀ, ୧୯୪୮, ବିରଳା ଭବନର ସକାଳ।  ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। (କଂଗ୍ରେସ କ୍ଷମତାରେ ନରହି ଲୋକ ସେବକର ଭୂମିକା ନେଉଆ ବୋଲି ସେ ଏକ ପ୍ରସ୍ତାବ ରଖୁଥିଲେ) ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ତାଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିପହର ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀର ରେକର୍ଡ। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଅଜାଡି ହୋଇ ପଡିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

kedarmishra mahatmagandhi thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026
Latest News

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.