Categories
ଫଟୋ ଖବର

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ

#Manipur CM N Biren Singh pays floral tributes to #MahatmaGandhi on the occasion of #GandhiJayanti in Imphal.

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ : ପ୍ରତିବାଦରେ ବିରୋଧୀ ଦଳଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମାନେ ମଙ୍ଗଳବାର କକ୍ଷତ୍ୟାଗ କରିଛନ୍ତି । ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ନେଇ ହେଗଡେ ଏକ ବିବାଦୀୟ ବୟାନ ଦେଇଥିଲେ । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୁହେଁ ବରଂ 200 ବର୍ଷରେ ଶାସନରେ ଅତିଷ୍ଠ ହୋଇ ବ୍ରିଟିଶ ମାନେ ଭାରତ ଛାଡିଥିଲେ ବୋଲି ହେଗଡେ ବୟାନ ଦେଇଥିଲେ । ଏହାକୁ ବିରୋଧ କରି ସଂସଦ ପରିସରରେ ରହିଥିବା ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନୀରବ ପ୍ରତିବାଦ କରିଥିଲେ । ବିରୋଧୀ ଦଳଙ୍କ ପ୍ରତିବାଦ ପରେ ଏପରି ମନ୍ତବ୍ୟକୁ ଅସ୍ବୀକାର କରିଛନ୍ତି ହେଗ୍‌ଡେ । ଗାନ୍ଧୀ କିମ୍ବା ନେହେରୁଙ୍କ ବିରୋଧରେ ସେ ଗୋଟିଏ ବି ଶବ୍ଦ କହି ନାହାନ୍ତି ବୋଲି ହେଗଡେ ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କଲେ ହେଗେଡ୍‌, ସ୍ବାଧୀନତା ସଂଗ୍ରାମକୁ କହିଲେ ଡ୍ରାମା

ବେଙ୍ଗାଲୁରୁ : ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍‌ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନନ୍ତ ହେଗେଡ୍‌ ଏକ ବିବାଦୀୟ ବୟାନ ଦେବା ସହିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିଛନ୍ତି । ଅନନ୍ତ ହେଗେଡ୍‌ ରାଷ୍ଟ୍ରପତି ମହାତ୍ମା ଗାନ୍ଧିକୁ ଟାର୍ଗେଟ କରି କହିଛନ୍ତି ଯେ, ଗାନ୍ଧି ଯେଉଁ ସ୍ବତନ୍ତ୍ରତା ସଂଗ୍ରାମର ନେତୃତ୍ବ ନେଇଥିଲେ, ତାହା ବାସ୍ତବରେ ଆନ୍ଦୋଳନ ନଥିଲା, ବରଂ ତାହା ଏକ ଡ୍ରାମା ଥିଲା । ପୁନଶ୍ଚ ହେଗେଡ କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମର ସେହି ଡ୍ରାମାକୁ ଇଂରେଜରୀମାନଙ୍କ ସହମତିରେ ମଞ୍ଚସ୍ଥ କରାଯାଇଛିଲା । ତଥାକଥିତ ନେତାଙ୍କୁ କୌଣସି ପୁଲିସ୍‌ ମାରିନାହାନ୍ତି । କଂଗ୍ରେସର ସମର୍ଥନ କରୁଥିବା ଲୋକ କହୁଛନ୍ତି ଯେ, ବଳିଦାନ ଓ ସତ୍ୟାଗ୍ରହ ଯୋଗୁଁ ଭାରତକୁ ସ୍ବାଧୀନତା ମିଳିଛି , କିନ୍ତୁ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ । ଇଂରେଜମାନେ ସତ୍ୟାଗ୍ରହ ପାଇଁ ଦେଶ ଛାଡି ନାହାନ୍ତି । ଏହା ସହିତ ଇତିହାସ ପଢିଲେ ତାଙ୍କ ରକ୍ତ ଗରମ ହୋଇଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ । ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବା ହେଗେଡ ନିକଟରେ ବେଙ୍ଗାଲୁରୁକୁ ହିନ୍ଦୁତ୍ବର ରାଜଧାନୀ ହୋଇଯିବାର ଦରକାର ବୋଲଇ ଟୁଇଟ୍‌ କରିଥିଲେ । ପୂର୍ବରୁ ସମ୍ବିଧାନକୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ ହେଗେଡ । (ଏଜେନ୍ସି)

Categories
ବିଶେଷ ଖବର

ବାପୁଙ୍କ ଜୀବନର ଅନ୍ତିମ ଦିନ, ଭାରତର ଶାନ୍ତି ଓ ସଦଭାବନା ଲାଗି ବଳିଦାନର ଦିନ

କେଦାର ମିଶ୍ର

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ ସ୍ମୃତିକଥା। ୩୦, ଜାନୁଆରୀ, ୧୯୪୮ ସନ୍ଧ୍ୟାରେ ବାପୁଙ୍କୁ ଗୁଳି କରି ହତ୍ୟା କରିବାପରେ ତାଙ୍କର ମୃତ ଶରୀରକୁ ଗାଧେଇ ନୂଆ ଲୁଗା ପିନ୍ଧେଇବାର ଦାୟିତ୍ଵ ବୃଜଲାଲ ନିର୍ବାହ କରିଥିଲେ। ଭାରତ ସ୍ଵାଧୀନତା ପାଇବାର ମାତ୍ର ପାଞ୍ଚ ମାସ ପନ୍ଦର ଦିନ ପରେ ଗାନ୍ଧୀଙ୍କ ହତ୍ୟା ସାରା ଦେଶ ପାଇଁ ଏକ ବିଶାଳ ଧକ୍କା ଥିଲା। ସେଇ ସନ୍ଧ୍ୟାରେ ସେତେବଳର ବଡଲାଟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, “ଆଜି କେବଳ ଭାରତ ନୁହଁ, ପୂରା ପୃଥିବୀ ଆଜି ଶୋକାକୁଳ।“ ବାପୁଙ୍କ ସହିଦ ହେବାର ପୀଡା ବିଷୟରେ ଶତୃ ଦେଶ ପାକିସ୍ତାନର ଖବର କାଗକ ‘ପାକିସ୍ତାନ ଟାଇମ୍ସ’ ର ସମ୍ପାଦକୀୟ ଲେଖିଥିଲା-  ଅବିଭକ୍ତ ଭାରତର ହିନ୍ଦୁ ଓ ମୁସଲମାନ ନିଜ ରକ୍ତକୁ ଏକାକାର କରି ସ୍ଵାଧୀନତା ହାସଲ ଲାଗି ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଖିଲାଫତ ଆନ୍ଦୋଳନରେ ଏକାଠି ଲଢେଇ କରିଥିଲେ। ଆମେ ଆଶା କରିବା ଯେ ବାପୁଙ୍କ ଲାଗି ଆମର ଲୁହ ଆମକୁ ପୁଣିଥରେ ଭାରତ ଓ ପାକିସ୍ତାନର ଶାନ୍ତପୂର୍ଣ୍ଣ ସ୍ଵାଧୀନତା ଲାଗି ଏକତ୍ରିତ କରିବ।“(ପାକିସ୍ତାନ ଟାଇମ୍ସ, ୩୧, ଜାନୁଆରୀ, ୧୯୪୮)

ବାପୁଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ତାଙ୍କର ଅନ୍ତିମ ଦିନଟି ଐତିହାସିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ୭୯ ବର୍ଷ ବୟସର ପାକଳ ଶରୀରରେ ସେ ଛଅ ଦିନ ବ୍ୟାପୀ ଅନଶନରେ ବସିଥିଲେ। ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବାର ୧୨ ଦିନ ଆଗରୁ ଜାନୁଆରୀ ୧୩ ରୁ ୧୮ ତାରିଖ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ଫେରାଇ ଆଣିବାକୁ ସେ ଅନଶନରେ ବସିଥିଲେ। ବାପୁଙ୍କ ଅନଶନର ପ୍ରଭାବ ଲୋକଙ୍କ ଉପରେ ପଡିଥିଲା ଓ ଦିଲ୍ଲୀରେ ହିଂସା ତଥା ରକ୍ତପାତ କମିଆସିଥିଲା। ବାପୁ ଦିଲ୍ଲୀରୁ ଫେବ୍ରୁଆରି ୨ ତାରିଖରେ ନିଜ ଆଶ୍ରମ ସେବାଗ୍ରାମ କୁ ଫେରିବାକୁ ଯୋଜନା କରୁଥିଲେ। ସେବାଗ୍ରାମରୁ ସେ ପୂର୍ବ ପଞ୍ଜାବ ଓ ପାକିସ୍ତାନ ଯାଇ ଶାନ୍ତି ଓ ସଂହତି ର ବାର୍ତ୍ତା ପାହଞ୍ଚାଇବାକୁ ଚାହୁଁ ଥିଲେ।

୩୦ ଜାନୁଆରୀ, ୧୯୪୮, ବିରଳା ଭବନର ସକାଳ।  ୩.୩୦ ରେ ବାପୁ ନିଦରୁ ଉଠିଥିଲେ। ନିତ୍ୟକର୍ମ ସାରି ସେ ସକାଳର ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ସକାଳ ସାତଟାରେ ତାଙ୍କୁ ଜଣେ ଆମେରିକୀୟ ସମାଜସେବୀଙ୍କୁ ଭେଟିବାର ଥିଲା। ତା ପୂର୍ବରୁ ସେ ନିଜର ବଙ୍ଗାଳୀ ଶିକ୍ଷା ଅଭ୍ୟାସ କରିଥିଲେ। ସିଝା ପରିବା,  ଛେଳି କ୍ଷୀର ଓ କମଳା ରସ ପିଇଥିଲେ। ସାମାନ୍ୟ ବିଶ୍ରାମ ପରେ ସେ କଂଗ୍ରେସର ଭବିଷ୍ୟତ କଣ ହେବା ଉଚିତ ତାକୁ ନେଇ ପୂର୍ବରୁ ଲେଖିଥିବା ଚିଠାକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ। (କଂଗ୍ରେସ କ୍ଷମତାରେ ନରହି ଲୋକ ସେବକର ଭୂମିକା ନେଉଆ ବୋଲି ସେ ଏକ ପ୍ରସ୍ତାବ ରଖୁଥିଲେ) ସେଦିନ ଦିଲ୍ଲୀର ମୁସଲମାନ ନେତାମାନେ ତାଙ୍କୁ ସାକ୍ଷାତ କରି ଶାନ୍ତି ଓ ସହାବସ୍ଥାନ ଲାଗି ପୁଣିଥରେ ପ୍ରତିଶ୍ରୁତି ଦେଇଥିଲେ। ସେଦିନ ବାପୁଙ୍କ ଦିବଙ୍ଗତ ସେକ୍ରେଟାରୀ ମହାଦେବ ଦେସାଇଙ୍କ ଜୀବନୀ ଲେଖା ବିଷୟରେ ଗୁଜରାଟର ଶାନ୍ତିକୁମାର ମୋରାରଜି ଙ୍କ କଥାବାର୍ତ୍ତା କରିଥିଲେ। ସେଦିନ ଦିପହର ସାରା ବହୁ ଲୋକ ବାପୁଙ୍କ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଭିତରେ ଥିଲେ ବିଶିଷ୍ଟ ଐତିହାସିକ ରାଧାକୁମୁଦ ମୁଖାର୍ଜୀ।

ସାଢେ ଚାରି ଟା ବେଳକୁ ବାପୁଙ୍କୁ ଦେଖା କରିବାକୁ ଆସିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେଦିନ ପ୍ରାର୍ଥନାସଭା ପରେ ନେହେରୁ ମଧ୍ୟ ବାପୁଙ୍କୁ ଦେଖା କରିବାର ଥିଲା। ବାପୁ ଓ ପଟେଲଙ୍କ ଭିତରେ କଥାବାର୍ତ୍ତା ବେଶ ଅଧିକ ସମୟ ଚାଲିଥିଲା।  ୫.୧୫ ବେଳକୁ ଆଭା ଓ ମନୁଙ୍କୁ ସାଙ୍ଗରେ ନେଇ ବାପୁ ପ୍ରାର୍ଥନାସଭାକୁ ବାହାରିଲେ। ଆଉ ସେଇଠାରେ ହିଁ ନାଥୁରାମ ଗଡସେ ତାଙ୍କ ଛାତିରେ ତିନୋଟି ଗୁଳି ଦାଗିଥିଲା। ପ୍ରଥମ ଗୁଳି ଛାତିରେ ଓ ବାକି ଦୁଇଟି ଗୁଳି ବାପୁଙ୍କ ପେଟରେ ବାଜିଥିଲା। ହେ ରାମ କହି, ବାପୁ ସେଇଠି ଟଳି ପଡିଥିଲେ।

ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ସଙ୍ଘର୍ଷ କରୁ କରୁ ମହାତ୍ମା ଗାନ୍ଧୀଙ୍କୁ ପ୍ରାଣ ବଳି ଦେବାକୁ ପଡିଥିଲା। ତେବେ ବାପୁଙ୍କ ରକ୍ତ ଏ ଦେଶର ଶାନ୍ତି ଓ ସଂହତି ଅଧିକ ମଜବୁତ କରିଥିଲା। ଯେଉଁମାନେ ଭାବିଥିଲେ ଧର୍ମ ଆଧାରରେ ଏ ଦେଶକୁ ଘୃଣାର ସାମ୍ରାଜ୍ୟ କରିବେ ସେମାନଙ୍କୁ ଏ ଦେଶର ଜନ ସାଧାରଣ ବାପୁଙ୍କ ହତ୍ୟାକାରୀ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ବାପୁଙ୍କ ଶବ ଶୋଭାଯାତ୍ରାରେ ସତେକି ପୂରା ଭାରତ ଉଠି ଆସିଥିଲା। ଏକ ପୋଲିସ ରିପୋର୍ଟ ଅନୁଯାୟୀ ସେଦିନର ଶବ ଶୋଭାଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକ ଯୋଗଦାନ କରିଥିଲେ। ଗଣମାଧ୍ୟମର ସବୁଠୁ ମନ୍ଥର ସମୟରେ ଏତେ ଲୋକଙ୍କର ସମାଗମ ଆଜି ବି ଦିଲ୍ଲୀର ରେକର୍ଡ। ବାପୁଙ୍କ ପ୍ରତି ଭଲପାଇବା ସେଦିନ ରାଜରାସ୍ତାରେ ଅଜାଡି ହୋଇ ପଡିଥିଲା। ସାରା ପୃଥିବୀ ଅଶ୍ରୁ ସଜଳ ନୟନରେ ଏ ଗତ ଶତାବ୍ଦୀର ସର୍ବଶ୍ରେଷ୍ଠ ଜନନାୟକଙ୍କୁ ସମ୍ମାନ ଜଣାଇଥିଲା। ଶାନ୍ତି, ଅହିଂସା ଓ ସୌହାର୍ଦ୍ଦ୍ୟର ସହିଦ ଭାବରେ ବାପୁ ଆମର ଆଲୋକ ବର୍ତ୍ତିକା ହୋଇ ରହିଗଲେ। ସେଇ ୩୦ ଜାନୁଆରୀ ସନ୍ଧ୍ୟାରେ ପଣ୍ଡିତ ନେହେରୁ ତାଙ୍କର ପ୍ରସିଦ୍ଧ ଭାଷଣରେ କହିଥିଲେ- ଆମ ଜୀବନରୁ ଆଲୁଅ ଲିଭିଗଲା। ନା, ସେ ଆଲୁଅ ଆଜି ବି ଦେଦୀପ୍ୟମାନ ଓ ସେ ଆଲୁଅ ଆମ ଜୀବନରେ ଆହୁରି ହଜାର ବର୍ଷ ଯାଏ ଦେଦୀପ୍ୟମାନ ରହିବ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ଶାନ୍ତିର ସହିଦ ; ୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ଦିନ