ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ : ପ୍ରତିବାଦରେ ବିରୋଧୀ ଦଳଙ୍କ କକ୍ଷତ୍ୟାଗ

Published: Feb 4, 2020, 2:22 pm IST

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମାନେ ମଙ୍ଗଳବାର କକ୍ଷତ୍ୟାଗ କରିଛନ୍ତି । ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ନେଇ ହେଗଡେ ଏକ ବିବାଦୀୟ ବୟାନ ଦେଇଥିଲେ । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୁହେଁ ବରଂ 200 ବର୍ଷରେ ଶାସନରେ ଅତିଷ୍ଠ ହୋଇ ବ୍ରିଟିଶ ମାନେ ଭାରତ ଛାଡିଥିଲେ ବୋଲି ହେଗଡେ ବୟାନ ଦେଇଥିଲେ । ଏହାକୁ ବିରୋଧ କରି ସଂସଦ ପରିସରରେ ରହିଥିବା ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନୀରବ ପ୍ରତିବାଦ କରିଥିଲେ । ବିରୋଧୀ ଦଳଙ୍କ ପ୍ରତିବାଦ ପରେ ଏପରି ମନ୍ତବ୍ୟକୁ ଅସ୍ବୀକାର କରିଛନ୍ତି ହେଗ୍‌ଡେ । ଗାନ୍ଧୀ କିମ୍ବା ନେହେରୁଙ୍କ ବିରୋଧରେ ସେ ଗୋଟିଏ ବି ଶବ୍ଦ କହି ନାହାନ୍ତି ବୋଲି ହେଗଡେ ମତ ଦେଇଛନ୍ତି । (ଏଜେନ୍ସୀ)

Related posts