ଜାତୀୟ ମହାକାଶ ଦିବସ: ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓର୍ସାକ୍ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି । ଆବଶ୍ୟକ ସ୍ଥଳେ ଅନେକ କ୍ଷେତ୍ରରେ…
Author: Samikhsya Bureau
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୧୦ଜଣ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି,…
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ପାସ ହୋଇଥିବା ଏମଏମଡିଆର-୨୦୨୬ ଆଇନକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟର ସମସ୍ତ ବିରୋଧି ରାଜନୈତିକ ଦଳ ତରଫରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ ସମେତ ଇଣ୍ଡିଆମେଣ୍ଟର ସମସ୍ତ ରାଜନୈତିଦଳର ନେତୃବୃନ୍ଦ ଅଂଶଗ୍ରହଣ କରି ଏଭଳି ଜନସ୍ୱାର୍ଥ ବିରୋଧି ବିଲକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ରାଜ୍ୟର ସ୍ୱାର୍ଥରକ୍ଷା କରିବା ଦିଗରେ ବିଜେପିର ୨୦ ସାସଂଦ ଓ ଖୋଦ ମୁଖ୍ୟମନ୍ତ୍ରୀ ଚୁପ ରହିବା କ୍ଷୋଭ ଓ ପରିତାପର ବିଷୟ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ। ପରେ ମଶାଲା ରାଲି କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ବିଜେପିର ୨୦ ସାଂସଦଙ୍କର କୁଶପୁତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପ୍ରକାଶ ଜେନା, ଶିବାନନ୍ଦ ରାୟ, ସୁର ଜେନା, ପ୍ରଦୀପ ନାୟକ,…
ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ଗିରି ଦଣ୍ଡସେନାଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ୍ୟ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ସେ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହୋଇଥିଲେ। ଗିରି ଦଣ୍ଡସେନାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକ ମଧ୍ୟରେ ‘କାଳସୂତ୍ର’, ‘ଓ ଇଣ୍ଡିଆ’, ‘ଭୂମିଗର୍ଭା’, ‘ଓଡ଼ିଶୀ ଓଡ଼ିଶୀ’, ‘ଅନାର୍ଯ୍ୟ ଦାସ’, ‘ରାସ୍ତାକଡ଼େ ଜୀବନ’, ଓ ‘ପ୍ରବାଦ ପୁରୁଷ’ ପ୍ରମୁଖ ରହିଛି। ସାଂସାରିକ ଦୣଷ୍ଟିରେ ପରାଜିତ ଓ ଅବହେଳିତ ମନେହେଉଥିବା ମଣିଷମାନଙ୍କର ଚାରିତ୍ରିକ ଓ ଆତ୍ମିକ ଉଚ୍ଚତା ଏବଂ ଗଭୀରତା ତାଙ୍କ ଗଳ୍ପଗୁଡ଼ିକରେ ପ୍ରକଟିତ। ତାଙ୍କ ଗଳ୍ପର କଥନଶୈଳୀ ଅଣପାରମ୍ପରିକ ଏବଂ ଭାବପ୍ରକାଶ-ସାମର୍ଥ୍ୟର ସୂଚକ। ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ପ୍ରଖ୍ୟାତ ସମାଜସେବୀ ତଥା ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥ ଆଉ ନାହାନ୍ତି। 84 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତା ଥିଲେ। ସେ ଜଣେ ସମାଜସେବୀ ଭାବେ ବେଶ ପରିଚିତ। ଶାନ୍ତିଲତା ରଥ ଦୃଷ୍ଟି ଦାନର ପ୍ରତିଷ୍ଠାତା ସଦସ୍ୟ ଏବଂ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଖେଳଘରରେ ବିଭିନ୍ନ ପଦବୀରେ ରହି ସେବା କରୁଥିଲେ। ଅଗଣିତ ପିଲାମାନଙ୍କ ପାଇଁ ଆଶା ଏବଂ ଆନନ୍ଦ ଆଣି ଦେଇଥିଲେ। 2024 ମସିହାରେ ଶାନ୍ତିଲତା ରଥଙ୍କୁ ତାଙ୍କର ଆଦର୍ଶ ଜନସେବା ଏବଂ ସାହିତ୍ୟରେ ଅବଦାନ ପାଇଁ ଦ୍ୱିତୀୟ ଗୀତା ହୋତା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ବୟସାଧିକ ବ୍ୟାଧି ଯୋଗୁଁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ପୂର୍ବରୁ ବହୁଥର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଓଡିଆ ଚଳଚିତ୍ର ତଥା ସଂଗୀତ ଜଗତରେ ସେ ଜଣେ ବାଦଶାହା କରିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଣବଙ୍କ କଣ୍ଠର ଏକ ସ୍ବତନ୍ତ୍ର ଯାଦୁ ରହିଛି। ଫଳରେ ସେ ଯାହାକିଛି ବୋଲିଲେ ମଧ୍ୟ ତାଙ୍କ କଣ୍ଠରେ ତାହା ସୃତିମଧୁର ହୋଇଯାଏ। ମାଝୀରେ…, ରେ ଆତ୍ମନ୍, ମା ତୁମେ ଜଗତର ସାହା ଭରସା ପ୍ରଭୃତି ବହୁ ହିଟ୍ ଗୀତରେ ସେ କଣ୍ଠଦାନ କରି ଓଡିଶା ସଂଗୀତ ଜଗତରେ ପରିଚିତ ହୋଇପାରିଛନ୍ତି। ଆଜି ତାଙ୍କର ବିୟୋଗରେ ଓଡିଆ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
Raksha Bandhan: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ ସମସ୍ତେ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି। ଏହି ଦିନ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧିବା ପରଂପରା ରହିଛି। ସେଥିପାଇଁ ଭଉଣୀମାନେ ଏହି ଦିନକୁ ସବୁବେଳେ ଅପେକ୍ଷା କରି ରହିଥାନ୍ତି। ତେବେ ଭାଇ ହାତରେ ରାକ୍ଷୀ ବାନ୍ଧିବାର ଏକ ଶୁଭ ମୁର୍ହୁତ ରହିଛି। ଯଦି ସେହି ଶୁଭ ମୁର୍ହୁତରେ ରାକ୍ଷୀ ବନ୍ଧା ନ ଯାଏ ତେବେ ତାହା ବିଭ୍ରାଟ ହେବାର ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଛି ସେ ନେଇ ବିଭିନ୍ନ ସ୍ଥାନରେ ଦ୍ବନ୍ଦ ରହିଛି। ଏହି ଦ୍ବନ୍ଦ ହେବାର କାରଣ ମଧ୍ୟ ରହିଛି। ତାହା ହେଲା ଏଥର ପୂର୍ଣ୍ଣିମା ଦୁଇଦିନ ରହୁଛି। ଅର୍ଥାତ ଅଗଷ୍ଟ ୨୭ ତାରିଖରୁ ପୂର୍ଣ୍ଣିମା ଆରମ୍ଭ ହୋଇ ୨୮ ତାରିଖ ଶେଷ ହେଉଛି। ଫଳରେ ରକ୍ଷା ବନ୍ଧନ କେବେ ହେବ ସେ ନେଇ ଅନେକ ଦ୍ବନ୍ଦରେ ପଡିଛନ୍ତି। ଚଳିତ…
ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାଖଳା ଠାରେ ଚ଼ଣ୍ଡେଶ୍ବର ଗ୍ରାମ ପଞ୍ଚାୟତର ବଡ଼ପୋଖରିଆ ପାଟଣା ଗ୍ରାମର ବିଜେଡି କର୍ମକର୍ତ୍ତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମିମାନେ ସାମିଲ ହୋଇଥିଲେ। ସେମାନେ ହେଲେ ଶ୍ରୀ ଅଶୋକ ସାହୁ, ଶ୍ରୀ ଡମ୍ବରୁଧର ବରାଳ, ଶ୍ରୀ ନାରାୟଣ ପ୍ରଧାନ, ଶ୍ରୀ ତ୍ରିନାଥ ବେହେରା,ଶ୍ରୀମତୀ ନଳିନୀ ପ୍ରଧାନ, ଶ୍ରୀମତୀ କବିତା ପ୍ରଧାନ ପ୍ରମୁଖ। ଏମାନେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେପି ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।…
Raksha Bandhan: ରକ୍ଷା ବନ୍ଧନର ଶୁଭ ଅବସରରେ, ଭାରତ ସରକାରଙ୍କ ଡାକ ବିଭାଗର ଛତିଶଗଡ଼ ପୋଷ୍ଟାଲ ସର୍କଲ, ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ମୂଲ୍ୟବାନ ବନ୍ଧନକୁ ପାଳନ କରିବା ପାଇଁ ଏକ ଅନନ୍ୟ ଏବଂ ପ୍ରିମିୟମ୍ “ରାଖୀ ସ୍ୱତନ୍ତ୍ର ଉପହାର ବାକ୍ସ” ପ୍ରଚଳନ କରିଛି। “ଅନମୋଲ ତୋହଫା, ଅନମୋଲ ରିସ୍ତେ କେ ଲିଏ” ବାର୍ତ୍ତା ସହିତ ଡିଜାଇନ୍ କରାଯାଇଥିବା ଏହି ଉପହାର ବାକ୍ସ ଉତ୍ସବର ଆନନ୍ଦକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ, ଏହି ସ୍ୱତନ୍ତ୍ର ଉପହାର ବାକ୍ସ ନିକଟବର୍ତ୍ତୀ ଡାକଘରେ ୫୨୦ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରୟ ପାଇଁ ଉପଲବ୍ଧ। ଏହି ବାକ୍ସଟି ଯୁବ ପିଢ଼ି ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି, ଯେଉଁଥିରେ ରଙ୍ଗୀନ ବିଷୟବସ୍ତୁ ଏବଂ ଉତ୍ସବର ପ୍ୟାକେଜିଂ ରହିଛି। ୫୨୦ ଟଙ୍କା ମୂଲ୍ୟର ଏହି ବାକ୍ସରେ ଦୁଇଟି ସ୍ୱତନ୍ତ୍ର ରାଖୀ, ଅକ୍ଷତ-କୁମକୁମ, ଗୋଟିଏ ବ୍ୟାଜ୍, ଏକ ଫ୍ରିଜ୍ ଚୁମ୍ବକ, ଏକ…
ଭୁବନେଶ୍ବର: ଚିଲିକା ନିର୍ବାଚ଼ନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ବରର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧିନ ଥିବା ଖବର ପାଇ ଆଜି ସଂଧ୍ୟାରେ ତାଙ୍କୁ ହସ୍ପିଟାଲରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାକ୍ଷାତ କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବଡକୂଳରେ ଥିବା ପ୍ରସିଦ୍ଧ ଚିଲିକା ଢାବାର ମାଲିକ ଶ୍ରୀଯୁକ୍ତ ପାଇକରାୟ ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୁକାନ୍ତି ପାଇକରାୟ ବାଲୁଗାଁ ଏନଏସି ର ଅଧ୍ୟକ୍ଷା ଅଛନ୍ତି। ଏଥିସହିତ ତାଙ୍କ ପୁତ୍ର ସନ୍ତୋଷ ପାଇକରାୟ ବାଲୁଗାଁର ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ। ସେ ବର୍ତ୍ତମାନ ବାଲୁଗାଁ ଏନଏସି ବିଜେପି ମଣ୍ଡଳ ସଭାପତି ଅଛନ୍ତି।
ଭୁବନେଶ୍ବର: ବିକଳାନନ୍ଦ କର କେବଳ ଏକ ନାଁ ନୁହେଁ ଏକ ବ୍ରାଣ୍ଡ ବୋଲି ସମସ୍ତେ ଜାଣନ୍ତି। ଯାହାଙ୍କ ରସଗୋଲା ପୃଥିବୀ ବିଖ୍ୟାତ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ, ଏବେ ସେହି ବ୍ରାଣ୍ଡ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛି। ପ୍ରଥମ ଅବଦାନ ସ୍ୱରୂପ “ପଶାପାଲି, (ଖେଳ ରାଜନୀତିର) ନାମକ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏହାର ପୋଷ୍ଟର ଉନ୍ମୋଚନ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ, ଚଳଚ୍ଚିତ୍ରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାଶ, ପ୍ରଯୋଜକ ପ୍ରଶାନ୍ତ କୁମାର କର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବିଶିଷ୍ଟ ରାଜନେତ୍ରୀ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର, ପୁନମ ମିଶ୍ର, ଅଭିନେତା…
ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ପ୍ରସିଦ୍ଧ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍’ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଏବଂ ୱାର୍ଲ୍ଡ ଆଥଲେଟିକ୍ସର ମିଳିତ ସହଯୋଗରେ ଏହି ବିଶାଳ ପ୍ରତିଯୋଗିତା ଆୟୋଜିତ ହେଉଛି। ଗତବର୍ଷ ଏହା ବ୍ରୋଞ୍ଜ ସ୍ତରର ହୋଇଥିବା ବେଳେ, ଏଥର ଏହାକୁ ସିଲଭର୍ ସ୍ତରକୁ ଉନ୍ନୀତ କରାଯାଇଛି। ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଏବଂ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଏହା ଏକ ପ୍ରମୁଖ ପ୍ରସ୍ତୁତି ପର୍ଯ୍ୟାୟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଆଜି ଦେଶକୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଦିନିକିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ୨୭ ଟି ଦେଶରୁ…
କଟକ: ଓଡିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ସଂପାଦକ ହେଲେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାମାପଦ ତ୍ରିପାଠୀ। ଗତକାଲି ରବିବାର ଦିନ ସେ ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବରେ ଅନ୍ୟତମ ସାମ୍ବାଦିକ ଶ୍ରୀଯୁକ୍ତ ତପନ ମିଶ୍ର କାର୍ଯ୍ୟ କରୁଥିଲେ। ଗୋପବନ୍ଧୁ ଭବନରେ ଆୟୋଜିତ ଏକ ଉତ୍ସବରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। ଏଥିରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ସମାଜ ପରିଚାଳନା ବୋର୍ଡ ଅଧ୍ୟକ୍ଷ ରାଜକୁମାର ତାଙ୍କୁ ସ୍ବାଗତ କରିଥିଲେ। ସେହିପରି ସମାଜର ମୁଖ୍ୟ ପରିଚାଳକ ଭାବେ ଶ୍ରୀଯୁକ୍ତ ଗୋପୀନାଥ ବାରିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ଏହି ସଂସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ଆସୁଛନ୍ତି। ଅନ୍ୟପକ୍ଷରେ ସମାଜର ଅନ୍ୟତମ ଅଧିକାରୀ ଶ୍ରୀଯୁକ୍ତ ଅନୁପମ ପ୍ରହରାଜଙ୍କୁ ବାର୍ତ୍ତା ସଂପାଦକ ଭାବେ ନିଯୁକ୍ତି ମିଳିଛି। ଏହି ନୂଆ ନିଯକ୍ତିକୁ ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ରାମନାଥ ଝା ସ୍ବାଗତ କରିବା ସହିତ ଏହାଦ୍ବାରା…
OCS Exam: ରାଜ୍ୟରେ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷା ଦେବା ପାଇଁ ଥିବା ସର୍ବାଧିକ ୬ଟି ସୁଯୋଗର କଟକଣାକୁ ଉଚ୍ଛେଦ କରିଛନ୍ତି। ସ୍ବାଧୀନତା ଦିବସରେ ଏହାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଣିକି ଆଶାୟୀମାନେ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ OCS ପରୀକ୍ଷା ଦେଇପାରିବେ। ଏହି ପରିପ୍ରେକ୍ଷୀରେ ଆଶାୟୀମାନେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏ ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଯୁବପିଢ଼ିଙ୍କ ଆଶା, ସ୍ୱପ୍ନ ଓ ପ୍ରତିଭାକୁ ସୁଯୋଗ ଦେବା ହେଉଛି ଆମ ସରକାରଙ୍କ ସଂକଳ୍ପ। ଏହି ନିଷ୍ପତ୍ତି ଅନେକ ଆଶାୟୀଙ୍କୁ ନୂଆ ଆତ୍ମବିଶ୍ୱାସ ସହ ନିଜ ସ୍ୱପ୍ନ ପୂରଣର ସୁଯୋଗ ଦେବ। ସମାନ ସୁଯୋଗ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିର ବିକାଶ କରି ‘ସମୃଦ୍ଧ ଓଡ଼ିଶା’ ଗଠନ କରିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ଭାରତର ଦର୍ଶକଙ୍କୁ ଖବର ପରିବେଷଣ କରିଆସୁଥିବା NDTV 24×7 ଶେଷରେ ତାହାର ବ୍ରାଣ୍ଡ ନାମରେ ପରିବର୍ତ୍ତନ କରିଛି। ଏହି ପ୍ରତିଷ୍ଠିତ ଚ୍ୟାନେଲ ବା ମିଡିଆ କଂପାନୀ ପ୍ରଖ୍ୟାତ ସାମ୍ବାଦିକ ପ୍ରଣୟ ରାୟଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। ପରେ ଏହାକୁ ଆଦାନୀ ମିଡିଆ ଗ୍ରୁପ କିଣି ନେଇଛି। ଫଳରେ ଏହି ନୂଆ ଗ୍ରୁପ ଏହି ଚ୍ୟାନେଲର ନାମରେ ଆଂଶିକ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହାର ନାମ କେବଳ NDTV ରଖାଯାଇଛି। ଗତକାଲି ସ୍ବାଧୀନତା ଦିବସରେ ଏହି ନୂଆ ବ୍ରାଣ୍ଡର ଉନମୋଚନ କରାଯାଇଛି। ତେବେ ଏହି ନୂଆ ବ୍ରାଣ୍ଡର ନୂଆ ସ୍ଲୋଗାନ ମଧ୍ୟ ରଖାଯାଇଛି, ତାହା ହେଲା When It Really Matters। NDTV ବର୍ତ୍ତମାନ ବହୁମୁଖି ମିଡିଆ କଂପାନୀ ଭାବେ ପରିଚିତ ହୋଇଆସିଛି। ବର୍ତ୍ତମାନ ଏହାର ଛଅଟି ଚ୍ୟାନେଲ ଥିବା ବେଳେ ୱେବସାଇଟ, ମୋବାଇଲ ଆପ୍, କନେକ୍ଟଟ ଟିଭି ପ୍ରମୁଖ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହି ସବୁ…
କଟକ: ଆଜି ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ର। ସେ ଡିଜିପି ୱାଇ ବି ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ର ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ଡିଜି ଭାବେ କାର୍ଯ୍ୟ କରୁଥିଲେ। ବିଦାୟି ଡିଜିପି ଖୁରିନିଆଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେ ଅଫିସ ଯାଇ ବିନୟତୋଷଙ୍କୁ ଦାୟିତ୍ବ ହସ୍ତାନ୍ତର କରି ନିଜ ଆସନ ଛାଡି ଦେଇଥିଲେ। ବର୍ତ୍ତମାନ ଓଡିଶା ପୋଲିସର ମୁଖିଆ କିଏ ହେବ ତାହା ଆଇନ ଜାଲରେ ଛନ୍ଦି ହୋଇଯାଇଛି। ସୁପ୍ରିମ କୋର୍ଟ ଆସନ୍ତା ମଙ୍ଗଳବାର ଦିନ ଶୁଣାଣି କରିବେ। ଏହାପରେ ରାୟ ଆସିଲେ ୟୁପିଏସସି ପଦକ୍ଷେପ ନେବ। ମାମଲା ସୁପ୍ରିମକୋର୍ଟରେ ଥିବାର ବର୍ତ୍ତମାନ ଡିଜିପି ମନୋନିତ ହୋଇପାରୁ ନାହିଁ।
ଭୁବନେଶ୍ବର: ଆଜି ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଚାକିରୀ କାଳର ଶେଷ ଦିନ। ଆଜି ସେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ରଙ୍କୁ ଦାୟିତ୍ବ ହସ୍ତାନ୍ତର କରି ବିଦାୟ ନେବେ। ତେବେ ତା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ନିଜୟର ବିଦାୟ କାଳିନ ସୂଚନା ପ୍ରଦାନ କରିଛନ୍ତି। ମୋହନ ମାଝୀ ସରକାରକୁ ଆସିବା ପରେ ୱାଇ ବି ଖୁରାନିଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ସାକ୍ଷାତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ସମାପ୍ତି ଅବସରରେ ତାଙ୍କର ଦୀର୍ଘ ଓ ନିଷ୍ଠାପର ସେବା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା, ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ସହ ଓଡ଼ିଶା ପୁଲିସ ପ୍ରଶାସନକୁ ଅଧିକ ଦକ୍ଷ, ସଶକ୍ତ…
ଛତ୍ରପୁର: ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଛତ୍ରପୁର ପୋଲିସ ପଡିଆରେ ଆୟୋଜିତ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜି ସକାଳେ ମନ୍ତ୍ରୀ ପୋଲିସ ପଡିଆରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ମନ୍ତ୍ରୀ ପତାକା ଉତ୍ତୋଳନ କରି ରଂଗାରଂଗ ପାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଛତ୍ରପୁର ପୋଲିସ୍ ପଡିଆ ସମ୍ମୁଖରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସେମାନଙ୍କ ଅମୂଲ୍ୟ ତ୍ୟାଗକୁ ପ୍ରଣାମ ଜଣାଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ତଥା ନାଗରିକମାନଙ୍କୁ ମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆଜି ଦିନଟି ଆମ ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବର ଦିନ। ଯେଉଁ ମହାନ ଦେଶପ୍ରେମୀ ମାନେ ଜାତୀୟ ସଂଗ୍ରାମରେ ସାମିଲ…
Independence Day 2026: ଆଜି ଦେଶ ତା’ର 80 ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେଇଥିଲେ। ସେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ, ଲାଲକିଲ୍ଲାରେ ଜାତୀୟ ସଂଗୀତ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା। ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ “ବନ୍ଦେ ମାତରମ୍” ସଂଗୀତ ପ୍ରତିଧ୍ବନିତ ହୋଇଛି। ସେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଦେଶର କିଛି ଅଂଶରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଦେଖାଦେଇଛି, ଯାହା ଅନେକ ପରିବାରକୁ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ…
ଭୁବନେଶ୍ବର: ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ର ଆସନ୍ତା 16 ତାରିଖରେ ଦାୟିତ୍ବ ନେବେ। ସେହିଦିନ ବର୍ତ୍ତମାନ ଡିଜି ୱାଇ ବି ଖୁରାନିଆ ଅବସର ନେବେ। ସେ ନେଇ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିସାରିଛନ୍ତି। ଫଳରେ ବିନୟତୋଷ ବିଧିବଧ ଭାବେ ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନ ଓଡିଶାର ଡିଜିପି କିଏ ହେବ ସେ ନେଇ ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ନୂଆ ଡିଜିପି ନିଯୁକ୍ତିରେ ରୋକ ଲଗାଇଥିବାରୁ ବର୍ତ୍ତମାନ ନୂଆ ଡିଜିପି ଚୟନ ହୋଇପାରୁ ନାହିଁ। ଆଉ ଚାରିଦିନ ପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ନୂଆ ଡିଜିପି ନିଯୁକ୍ତି କିପରି ହେବ ତାହା ଜଣାପଡିବ। ବିନୟତୋଷ ବର୍ତ୍ତମାନ ସିଆଇଡି ଓ କ୍ରାଇମବ୍ରାଞ୍ଚର ଡିଜି ଅଛନ୍ତି।

