ଭୁବନେଶ୍ବର: ପ୍ରଖ୍ୟାତ ସମାଜସେବୀ ତଥା ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥ ଆଉ ନାହାନ୍ତି। 84 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତା ଥିଲେ। ସେ ଜଣେ ସମାଜସେବୀ ଭାବେ ବେଶ ପରିଚିତ।
ଶାନ୍ତିଲତା ରଥ ଦୃଷ୍ଟି ଦାନର ପ୍ରତିଷ୍ଠାତା ସଦସ୍ୟ ଏବଂ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଖେଳଘରରେ ବିଭିନ୍ନ ପଦବୀରେ ରହି ସେବା କରୁଥିଲେ। ଅଗଣିତ ପିଲାମାନଙ୍କ ପାଇଁ ଆଶା ଏବଂ ଆନନ୍ଦ ଆଣି ଦେଇଥିଲେ। 2024 ମସିହାରେ ଶାନ୍ତିଲତା ରଥଙ୍କୁ ତାଙ୍କର ଆଦର୍ଶ ଜନସେବା ଏବଂ ସାହିତ୍ୟରେ ଅବଦାନ ପାଇଁ ଦ୍ୱିତୀୟ ଗୀତା ହୋତା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


