Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ
ବିଶେଷ ଖବର

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Raksha Bandhan
Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

Raksha Bandhan: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ ସମସ୍ତେ ଆଗ୍ରହ ସହକାରେ ଅପେକ୍ଷା କରିଛନ୍ତି। ଏହି ଦିନ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧିବା ପରଂପରା ରହିଛି। ସେଥିପାଇଁ ଭଉଣୀମାନେ ଏହି ଦିନକୁ ସବୁବେଳେ ଅପେକ୍ଷା କରି ରହିଥାନ୍ତି। ତେବେ ଭାଇ ହାତରେ ରାକ୍ଷୀ ବାନ୍ଧିବାର ଏକ ଶୁଭ ମୁର୍ହୁତ ରହିଛି। ଯଦି ସେହି ଶୁଭ ମୁର୍ହୁତରେ ରାକ୍ଷୀ ବନ୍ଧା ନ ଯାଏ ତେବେ ତାହା ବିଭ୍ରାଟ ହେବାର ସମ୍ଭାବନା ରହିଛି।

ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଛି ସେ ନେଇ ବିଭିନ୍ନ ସ୍ଥାନରେ ଦ୍ବନ୍ଦ ରହିଛି। ଏହି ଦ୍ବନ୍ଦ ହେବାର କାରଣ ମଧ୍ୟ ରହିଛି। ତାହା ହେଲା ଏଥର ପୂର୍ଣ୍ଣିମା ଦୁଇଦିନ ରହୁଛି। ଅର୍ଥାତ ଅଗଷ୍ଟ ୨୭ ତାରିଖରୁ ପୂର୍ଣ୍ଣିମା ଆରମ୍ଭ ହୋଇ ୨୮ ତାରିଖ ଶେଷ ହେଉଛି। ଫଳରେ ରକ୍ଷା ବନ୍ଧନ କେବେ ହେବ ସେ ନେଇ ଅନେକ ଦ୍ବନ୍ଦରେ ପଡିଛନ୍ତି।

ଚଳିତ ବର୍ଷ ରକ୍ଷା ବନ୍ଧନ ଅଗଷ୍ଟ ୨୮ ତାରିଖ ଶୁକ୍ରବାରରେ ପାଳନ ହେବ

ଚଳିତ ବର୍ଷ ରକ୍ଷା ବନ୍ଧନ ଅଗଷ୍ଟ ୨୮ ତାରିଖ ଶୁକ୍ରବାରରେ ପାଳନ ହେବ। ରାକ୍ଷୀ ପୂର୍ଣ୍ଣିମା ତା ପୂର୍ବଦିନ ବା ୨୭ ତାରିଖ ଗୁରୁବାରରେ ଆରମ୍ଭ ହେଉଥିଲେ ମଧ୍ୟ ଏହା ଶୁକ୍ରବାରରେ ପାଳନ ହେବ। ପଞ୍ଜିକା ଗଣନା ଅନୁସାରେ ପୂର୍ଣ୍ଣିମା ୨୭ ତାରିଖ ଗୁରୁବାର ସକାଳ ୯ ଟା ୦୮ରୁ ଆରମ୍ଭ ହେଉଛି। ପୂର୍ଣ୍ଣମୀ ସମୟ ସୂର୍ଯ୍ୟୋଦୟ ପରେ ହେଉଥିବାରୁ ସେଦିନ ରକ୍ଷା ବନ୍ଧନ ପାଳନ ହେବ ନାହିଁ।

ତେବେ ଗୁରୁବାର ଦିନ ଆଉ ଏକ ଅସୁବିଧା ରହିଛି। ତାହା ହେଲା ସେହିଦିନ ଭଦ୍ରାକାଳ ଆରମ୍ଭ ହେଉଛି। ଫଳରେ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ସେଥିପାଇଁ ପଣ୍ଡିତମାନେ ଶୁକ୍ରବାରକୁ ରକ୍ଷା ବନ୍ଧନ ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ହିସାବରେ ରାକ୍ଷୀ ପୂର୍ଣ୍ଣିମା ଗୁରୁବାର ସକାଳ ୯ ଟା ୦୮ରୁ ଆରମ୍ଭ ହୋଇ ଶୁକ୍ରବାର ସକାଳ ୯ ଟା ୪୮ ମିନିଟରେ ଶେଷ ହେଉଛି। ଫଳରେ ଶୁକ୍ରବାର ଦିନ ଶୁଭ ମୁହୁର୍ତ୍ତ ସକାଳ ୫ ଟା ୫୭ ରୁ ଆରମ୍ଭ ହୋଇ ୯ ଟା ୪୮ ପର୍ଯ୍ୟନ୍ତ ରହୁଛି।

ରକ୍ଷା ବନ୍ଧନ ୨୦୨୬ – ତାରିଖ, ସମୟ ଏବଂ ଶୁଭ ମୁହୁର୍ତ୍ତ 

  • ରକ୍ଷା ବନ୍ଧନ ତାରିଖ ଓ ଦିନ-  ଅଗଷ୍ଟ ୨୮ ତାରିଖ ୨୦୨୬, ଶୁକ୍ରବାର
  • ଶୁକ୍ରବାର – ସମଗ୍ର ଭାରତରେ ଅଧିକାଂଶ ପରିବାର ପାଇଁ ଲମ୍ବା ସପ୍ତାହାନ୍ତ
  • ଶୁଭ ମୁହୂର୍ତ୍ତ ଆରମ୍ଭ- ସକାଳ ୫ ଟା ୫୭ ମିନିଟ୍
  • ଶୁଭ ମୁହୂର୍ତ୍ତ ଶେଷ- ସକାଳ ୯ ଟା ୪୮ ମିନିଟ୍
  • ଶୁଭ ମୁହୂର୍ତ୍ତ ଅବଧି- ୩ ଘଣ୍ଟା ୫୧ ମିନିଟ୍
  • ଭଦ୍ରା କାଳ – ୨୮ ଅଗଷ୍ଟ ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ହୁଏ – ସମ୍ପୂର୍ଣ୍ଣ ସକାଳ ଶୁଭ ରହିଛି
  • ପୂର୍ଣ୍ଣିମା ତିଥି ଆରମ୍ଭ- ସକାଳ ୯ ଟା ୦୮ ମିନିଟ୍ ୨୭ ଅଗଷ୍ଟ ୨୦୨୬
  • ପୂର୍ଣ୍ଣିମା ତିଥି ଶେଷ- ସକାଳ ୯ ଟା ୪୮ ମିନିଟ୍ ୨୮ ଅଗଷ୍ଟ ୨୦୨୬

ଫଳରେ ଶୁକ୍ରବାର ଦିନ ସମସ୍ତେ ସକାଳୁ ସ୍ନାନ କରି ୯ ଟା ୪୮ ମଧ୍ୟରେ ସମସ୍ତ ପୂଜାବିଧି ଏବଂ ରକ୍ଷା ବନ୍ଧନ ଶେଷ କରିଦେବା ଉଚିତ। ଫଳରେ ଏଥିରେ ଉଭୟ ଭାଇ ଭଉଣୀଙ୍କ ପାଇଁ ମଙ୍ଗଳ ହେବ।

Raksha Bandhan ରକ୍ଷା ବନ୍ଧନ ରାକ୍ଷୀ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ସେୟାର ବଜାରରେ କମ୍ପନ: ୮୧୩ ପଏଣ୍ଟ ଖସିଲା ସେନ୍‌ସେକ୍ସ

September 9, 2026
Latest News

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.