Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ଦୁଇ ଭାଇଙ୍କ ହାତରେ ମା ସୁଭଦ୍ର ବାନ୍ଧିବେ ରାକ୍ଷୀ, ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ।  ଆଜି ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯିବ। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନିଜ ବାସଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ବନ୍ଧନ ଉତ୍ସବ ନିଜ ବାସଭବନରେ ପାଳନ କରିଛନ୍ତି। 7 ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ସେ ସ୍କୁଲ ଛାତ୍ରୀମାନଙ୍କ ସହିତ ଏହି ଉତ୍ସବ ପାଳନ କରିଛନ୍ତି। ଏ ନେଇ ମୋଦି ନିଜ ଟୁଇଟରରେ ମଧ୍ୟ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ମୋର ଯୁବ ବନ୍ଧୁମାନଙ୍କ ସହିତ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କଲି। ସେମାନଙ୍କ ସହିତ ଆଲୋଚନା ମଧ୍ୟ କଲି। ସେମାନେ ଚନ୍ଦ୍ରାୟନ-3 ସଫଳତା ନେଇ ବେଶ ଖୁସି ଥିବାର ଜଣାପଡିଥିଲା। ସେହିପରି ଆଦିତ୍ୟ ସଫଳତା ନେଇ ମଧ୍ୟ ସେମାନେ ଆଶା ବାଦୀ ଅଛନ୍ତି। ଏଥସହିତ ସେମାନଙ୍କ ଗୀତ ମୋତେ ବେଶ ଖୁସି କରିଥିଲେ।

Categories
ଆଜିର ଖବର ଧର୍ମ ସଂସ୍କୃତି

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ, ଜାଣନ୍ତୁ କଣ

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Categories
RakshaBandhan ଧର୍ମ ବିଶେଷ ଖବର

ପୁରାଣ ପୃଷ୍ଠାରେ ରକ୍ଷା ବନ୍ଧନର ମହତ୍ବ ରହିଛି ବେଶ୍ ଗୁରୁତ୍ବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Raksha Bandhan: ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ପରିଚିତ। ଏହିଦିନ ଭାଇଭଉଣୀଙ୍କ ପବିତ୍ର ସଂପର୍କର ଦିନ ହିସାବରେ ଗଣା ଯାଇଥାଏ। ତେବେ ଏହି ରାକ୍ଷା ବନ୍ଧନ ନେଇ ପୁରାଣରେ ଅନେକ କଥା ରହିଛି। ସେ ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ।

ବିଷ୍ଣୁପୁରାଣ ରକ୍ଷା ବନ୍ଧନ- ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜ ପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ ।

ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।

ମହାଭାରତରେ ରକ୍ଷା ବନ୍ଧନ- ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା ।

ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।