Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ବୁଧବାରରେ ରାକ୍ଷୀ ପୂର୍ଣ୍ଣିମା, ହେଲେ ରାକ୍ଷୀ ବାନ୍ଧିବା ସମୟ କେତେବେଳେ, ଦ୍ବନ୍ଦରେ ଭଉଣୀମାନେ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶ୍ରାବଣ ପୂର୍ଣ୍ଣିମା। ଏହିଦିନ ବଳଭଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିଦିନ ମଧ୍ୟ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ତେବେ ଚଳିତ ବର୍ଷ ରାକ୍ଷୀ ବାନ୍ଧିବା ସମୟକୁ ନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି। କାରଣ ହେଲା ଆସନ୍ତାକାଲି 30 ତାରିଖ ବୁଧବାର ସକାଳେ ପୂର୍ଣ୍ଣିମା ପ୍ରବେଶ କରୁଛି। ହେଲେ ମଧ୍ୟ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଉଛି।

ଜ୍ୟୋତିର୍ବିଦଙ୍କ ହିସାବରେ ଆସନ୍ତାକାଲି ସକାଳେ ପୂର୍ଣ୍ଣିମା ପ୍ରବେଶ କରିବା ସହିତ ଭଦ୍ରା ଛାୟା ମଧ୍ୟ ପ୍ରବେଶ କରୁଛି। ଭଦ୍ରା ଛାୟା ରହିଲେ କୌଣସି ଶୁଭ କାର୍ଯ୍ୟ କରାଯାଇପାରିବ ନାହିଁ। ଜ୍ୟୋର୍ତିବିଦଙ୍କ ଅନୁସାରେ ୩୦ ତାରିଖ ସକାଳ ୧୦ ଟା ୫୮ ମିନିଟରେ ପୂର୍ଣ୍ଣିମା ପ୍ରବେଶ ଆରମ୍ଭ ହେଉଛି। ଏହା ୩୧ ତାରିଖ ସକାଳ ୭ ଟା ୫ ମିନିଟରେ ଶେଷ ହେଉଛି।

ସେହିପରି ଭଦ୍ରାକାଳ ୩୦ ତାରିଖ ସେହି ସକାଳ ୧୦ ଟା ୫୮ ମିନିଟରେ ପ୍ରବେଶ କରୁଛି। ହେଲେ ଏହା ରାତି ୯ ଟା ୦୨ ମିନିଟ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ ଭଉଣୀମାନେ ରାତି ୯ ଟା ୦୨ ମିନିଟ ପରେ ବାନ୍ଧିପାରିବେ। ତେବେ ରାତିରେ ରାକ୍ଷୀ ବାନ୍ଧିବା ମଧ୍ୟ ଠିକ ହେବ ନାହିଁ ବୋଲି ବିବେଚନା କରାଯାଇଛି।

ସେଥିପାଇଁ ଜ୍ୟୋର୍ତିବିଦଙ୍କ ମତ ଦେଇଛନ୍ତି ଯେ, ଯେହେତୁ  ୩୧ ତାରିଖ ସକାଳ ୭ ଟା ୫ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଛି। ତେଣୁ ସକାଳ ୭ ଟା ୫ ମିନିଟ ମଧ୍ୟରେ ରାକ୍ଷୀ ବାନ୍ଧି ଦେବା ଉଚିତ ବୋଲି କୁହାଯାଉଛି।

Categories
ଆଜିର ଖବର ଧର୍ମ ସଂସ୍କୃତି

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ, ଜାଣନ୍ତୁ କଣ

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଏହି ଦିନ ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।

ବଡଭାଇଙ୍କ ଜନ୍ମ ଉତ୍ସବ

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ।

ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି।

ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ ଉପଲକ୍ଷେ ମଧ୍ୟ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଭଉଣୀ ସୁଭଦ୍ରା ପ୍ରଭୃ ବଳଭଦ୍ର, ପ୍ରଭୃ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ସେଥିପାଇଁ ଦୁଇଟି ସ୍ବତନ୍ତ୍ର ରାକ୍ଷୀ ତିଆରି କରାଯାଇଥାଏ।

ପାଟରା ସେବକମାନେ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଏହି ରାକ୍ଷୀ ବାସଙ୍ଗ ପାଟରେ ତିଆରି କରାଯାଇଥାଏ।  ଏଥସହିତ ଗୁଆମାଳ ମଧ୍ୟ ପ୍ରଭୃଙ୍କୁ ପରିଧାନ କରାଯାଇଥାଏ। ଏହାକୁ ପାଟରା ସେବକମାନେ ପ୍ରସ୍ତୁତ କରିଥାନ୍ତି।

ମହାପ୍ରଭୃଙ୍କ ରାକ୍ଷୀ ବେଶ୍ ବଡ ଏବଂ ଆକର୍ଷଣୀୟ ହୋଇଥାଏ। ପାଟରା ସେବକମାନେ ମନ୍ଦିର ଭିତରକୁ ରାକ୍ଷୀ ଓ ଗୁଆମାଳ ନେବା ପରେ ସେଠାରେ ସିଂହାରୀ ସେବକମାନେ ଏହି ରାକ୍ଷୀ ଲାଗି ନୀତି ସଂପର୍ଣ୍ଣ କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଅଗଷ୍ଟ ୧୧ ନା ୧୨ ତାରିଖ, କେବେ ବାନ୍ଧିବେ ରାକ୍ଷୀ? ଜାଣନ୍ତୁ ଶୁଭ ମୂହୁର୍ତ୍ତ

ନୂଆଦିଲ୍ଲୀ: ରକ୍ଷା ବନ୍ଧନ ପର୍ବ ଆସିଲେ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ବହୁତ ଉତ୍ସାହ ବଢିଯାଏ। ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ପଞ୍ଚାଙ୍ଗ ଅନୁଯାୟୀ, ଏଥର ପୂର୍ଣ୍ଣିମା ତାରିଖ ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୧ ଏବଂ ୧୨ ତାରିଖରେ ପଡୁଛି। ଏଭଳି ପରିସ୍ଥିତିରେ ରକ୍ଷା ବନ୍ଧନ ପର୍ବ କେବେ ପାଳନ କରାଯିବ? ଏହି ବିଷୟରେ ବହୁତ ସନ୍ଦେହ ଦେଖାଯାଇଛି….

ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ତାରିଖ ୨୦୨୨ ଦିନ ସକାଳ ୧୦.୩୮ ରୁ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ୨୦୨୨ ସକାଳ ୭.୦୫ ରେ ଶେଷ ହେବ। ଏପରି ପରିସ୍ଥିତିରେ ଲୋକମାନେ ସନ୍ଦେହ କରୁଛନ୍ତି ଯେ, ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ୧୧ ତାରିଖ କିମ୍ବା ଅଗଷ୍ଟ ୧୨ ତାରିଖରେ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡରରେ ଅଗଷ୍ଟ ୧୧ ତାରିଖରେ ରକ୍ଷା ବନ୍ଧନ ପାଳନ କରିବାକୁ କୁହାଯାଉଛି, କିନ୍ତୁ ଅଗଷ୍ଟ ୧୧ ତାରିଖରେ ଭଦ୍ରା କାଳର ଛାୟା ହେତୁ କିଛି ଲୋକ ଅଗଷ୍ଟ ୧୨ ତାରିଖରେ ରକ୍ଷା ବନ୍ଧନ ପାଳନ କରିବାକୁ କହୁଛନ୍ତି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ରକ୍ଷା ବନ୍ଧନର ନିଶ୍ଚିତ ତାରିଖ ଏବଂ ଉଭୟ ଦିନର ଶୁଭ ସମୟ।

ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ତାରିଖ ଦିନ ୧୦.୩୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ସକାଳ ୭.୦୫ ରେ ଶେଷ ହେବ। ଅଗଷ୍ଟ ୧୧ ତାରିଖରେ ଭଦ୍ରା କାଳ ସକାଳ ଠାରୁ ରାତି ୦୮.୫୧ ପର୍ଯ୍ୟନ୍ତ ରହିଛି। ହିନ୍ଦୁ ଧର୍ମ ବିଶ୍ୱାସ କରେ ଯେ, ସୂର୍ଯ୍ୟାସ୍ତ ପରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ସେଥିପାଇଁ ଭଦ୍ରା କାଳରେ କିମ୍ବା ରାତିରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିହେବ ନାହିଁ। ଅଗଷ୍ଟ ୧୨ ତାରିଖରେ, ସକାଳ ୭.୦୫ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିବ। ଏହି ସମୟରେ ଭଦ୍ରା ନାହିଁ ଏବଂ ଉଦୟତିଥି ମଧ୍ୟ ଅଛି। ସେଥିପାଇଁ କିଛି ଲୋକ ଅଗଷ୍ଟ ୧୨ ତାରିଖରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି ବିବେଚନା କରନ୍ତି। ଯଦି ଆପଣ ଅଗଷ୍ଟ ୧୨ ତାରିଖରେ ରାକ୍ଷୀ ବାନ୍ଧିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ୭.୦୫ ପୂର୍ବରୁ ରାକ୍ଷୀ ବାନ୍ଧନ୍ତୁ।

Categories
ଫଟୋ ଖବର

କୋଭିଡ19 କଟକଣା ସତ୍ବେ ମଧ୍ୟ ଚାଲିଛି ରାକ୍ଷୀ କିଣା, କୋଲକାତା ରାକ୍ଷୀ ବଜାରରେ ଭିଡ ଜମିଲାଣି

Kolkata : Women busy shopping ahead of Raksha Bandhan celebrations, in Kolkata on July 30, 2020. (Photo: IANS)

Categories
ଫଟୋ ଖବର

ଭାଇଙ୍କ ପାଇଁ ଦିନଟିଏ, ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଭଉଣୀମାନଙ୍କର ରାକ୍ଷୀ ଦୋକାନରେ କରିଛନ୍ତି ଭିଡ

Kolkata : Women busy shopping ahead of Raksha Bandhan celebrations, in Kolkata on July 30, 2020. (Photo: IANS)