ବୁଧବାରରେ ରାକ୍ଷୀ ପୂର୍ଣ୍ଣିମା, ହେଲେ ରାକ୍ଷୀ ବାନ୍ଧିବା ସମୟ କେତେବେଳେ, ଦ୍ବନ୍ଦରେ ଭଉଣୀମାନେ

Published: Aug 29, 2023, 6:17 pm IST

ଭୁବନେଶ୍ବର: ଆସନ୍ତାକାଲି ହେଉଛି ଶ୍ରାବଣ ପୂର୍ଣ୍ଣିମା। ଏହିଦିନ ବଳଭଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିଦିନ ମଧ୍ୟ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ତେବେ ଚଳିତ ବର୍ଷ ରାକ୍ଷୀ ବାନ୍ଧିବା ସମୟକୁ ନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି। କାରଣ ହେଲା ଆସନ୍ତାକାଲି 30 ତାରିଖ ବୁଧବାର ସକାଳେ ପୂର୍ଣ୍ଣିମା ପ୍ରବେଶ କରୁଛି। ହେଲେ ମଧ୍ୟ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଉଛି।

ଜ୍ୟୋତିର୍ବିଦଙ୍କ ହିସାବରେ ଆସନ୍ତାକାଲି ସକାଳେ ପୂର୍ଣ୍ଣିମା ପ୍ରବେଶ କରିବା ସହିତ ଭଦ୍ରା ଛାୟା ମଧ୍ୟ ପ୍ରବେଶ କରୁଛି। ଭଦ୍ରା ଛାୟା ରହିଲେ କୌଣସି ଶୁଭ କାର୍ଯ୍ୟ କରାଯାଇପାରିବ ନାହିଁ। ଜ୍ୟୋର୍ତିବିଦଙ୍କ ଅନୁସାରେ ୩୦ ତାରିଖ ସକାଳ ୧୦ ଟା ୫୮ ମିନିଟରେ ପୂର୍ଣ୍ଣିମା ପ୍ରବେଶ ଆରମ୍ଭ ହେଉଛି। ଏହା ୩୧ ତାରିଖ ସକାଳ ୭ ଟା ୫ ମିନିଟରେ ଶେଷ ହେଉଛି।

ସେହିପରି ଭଦ୍ରାକାଳ ୩୦ ତାରିଖ ସେହି ସକାଳ ୧୦ ଟା ୫୮ ମିନିଟରେ ପ୍ରବେଶ କରୁଛି। ହେଲେ ଏହା ରାତି ୯ ଟା ୦୨ ମିନିଟ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ ଭଉଣୀମାନେ ରାତି ୯ ଟା ୦୨ ମିନିଟ ପରେ ବାନ୍ଧିପାରିବେ। ତେବେ ରାତିରେ ରାକ୍ଷୀ ବାନ୍ଧିବା ମଧ୍ୟ ଠିକ ହେବ ନାହିଁ ବୋଲି ବିବେଚନା କରାଯାଇଛି।

ସେଥିପାଇଁ ଜ୍ୟୋର୍ତିବିଦଙ୍କ ମତ ଦେଇଛନ୍ତି ଯେ, ଯେହେତୁ  ୩୧ ତାରିଖ ସକାଳ ୭ ଟା ୫ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଛି। ତେଣୁ ସକାଳ ୭ ଟା ୫ ମିନିଟ ମଧ୍ୟରେ ରାକ୍ଷୀ ବାନ୍ଧି ଦେବା ଉଚିତ ବୋଲି କୁହାଯାଉଛି।

Related posts