Author: Samikhsya Bureau

କେନ୍ଦୁଝର: ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି କେନ୍ଦୁଝର ସର୍କିଟ ହାଉସଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରାଯାଇଛି। ଏହି ବୈଠକରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ଶ୍ରୀମତୀ ମମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବିଭାଗୱାରୀ ଆକଳନ…

Read More

ଭୁବନେଶ୍ବର: ଦେଶର ପ୍ରମୁଖ କଂପାନୀ ବେଦାନ୍ତକୁ ଲାଗିଛି ଝଟକା। ତାହା ହେଲା କଂପାନୀ ଭୂତଳରୁ ପର୍ଯ୍ୟାପ୍ତ ପାଣି ବାହାର କରି ବ୍ୟବହାର କରୁଛି। ଝାରସୁଗୁଡାରେ ପ୍ରତିଷ୍ଠିତ ବେଦାନ୍ତ କଂପାନୀ ଦୀର୍ଘ ବର୍ଷ ଧରି ଏପରି କରି ଆସୁଛି। ଫଳରେ ଭୂତଳ ଜଳ ହ୍ରାସ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏହା ଉପରେ ତୁରନ୍ତ ତଦନ୍ତ କରାଯାଉ ବୋଲି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ବା CGWB ଜିଲ୍ଲା ପ୍ରଶାସନକୁ ନୋଟିସ କରିଛି। ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି ବୋର୍ଡ କହିଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ CGWB କହିଛି। ଚଳିତ ଅଗଷ୍ଟ ତିନି ତାରିଖରେ CGWB ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏହ ଚିଠି କରିଛି। ସେହିପରି ବୋର୍ଡ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ନେଇ ଅବଗତ କରାଇଛି। ପ୍ରଶାସନ ଯଥାଶିଘ୍ର ଏହାର ତଦନ୍ତ କରି…

Read More

ଭୁବନେଶ୍ବର: ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଚିଲିକାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଐତିହ୍ୟ ଓ ଅପାର ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱସ୍ତରରେ ପରିଚିତ କରିବା, ସୁଦୃଢ ସଡ଼କ ସଂଯୋଗର ଉନ୍ନତି, ପର୍ଯ୍ୟଟକଙ୍କ ସୁବିଧା, ୱାଟର ସ୍ପୋର୍ଟ୍ସ, ବୋଟିଂ, ଚିଲିକା ଜେଟିର ଉନ୍ନତି ସହିତ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦେବୋତ୍ତର ଆୟୁକ୍ତ ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ,ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହା,ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା,ଇଆଇସି (ସିଭିଲ୍ ) ଇଂ…

Read More

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ପ୍ରସଙ୍ଗରେ ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କିଶୋର ମାଝୀ, ବନ୍ୟା ପରିଚାଳନା ଓ ବନ୍ୟା ବିପନ୍ନଙ୍କ ସହାୟତାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯାଗ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ବନ୍ୟାର ପ୍ରକୋପ ବଢ଼ୁଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଏମପିମାନେ ଦିଲ୍ଲୀରେ ଦଳୀୟ ରାଜନୀତିରେ ବ୍ୟସ୍ତଥିଲେ। ବନ୍ୟାହେବା ଜାଣି ମଧ୍ୟ ସରକାର ଆଦୌ କୌଣସି ପୂର୍ବ ପ୍ରସ୍ତୁତି କରିନଥିଲେ। ପ୍ରଥମେ କହିଲେ ୩ଟି ଜିଲ୍ଲା ପ୍ରଭାବିତ ହେବ, ତାପରେ ୭, ୧୦ ଏବଂ ୧୫ଟି ଜିଲ୍ଲା କହି ବାସ୍ତବରେ ୨୨ଟି ଜିଲ୍ଲା ପ୍ରଭାବିତ ହେଲା। ପୂର୍ବ ବିଜେଡି ସରକାରର ଅପାରଗତା ପାଇଁ ଛତିଶଗଡ଼ ମନମାନୀ କରିବା ସହ ମହାନଦୀ ପାଣିକୁ…

Read More

ନୂଆଦିଲ୍ଳୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଚଳିତ ଆର୍ôଥକ ବର୍ଷରେ ଅନ୍ୟୁନ କୋଟିଏ ବାସଗୃହରେ ସୌରଶକ୍ତି ଉତ୍ପାଦନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୭୫,୦୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ସାଂସଦ ଦିଲ୍ଲୀପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ନୂତନ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀପଦ ନାଏକ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୨୪ ଫେବୃଆରୀ ମାସରୁ ପ୍ରଧାନମନ୍ତ୍ରୀ ସୂର‌୍ୟ୍ୟଘର ମାଗଣା ବିଜୁଳି ଯୋଜନା କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁସବୁ ଘରକୁ ବିଦ୍ୟୁତ ସଂଯୋଗ ରହିଛି ସେଗୁ୍‌ଡ଼ିକର ଛାତ ଉପରେ ସୌର ଶକ୍ତି ଉତ୍ପାଦନ କରାଯାଇ ଲୋକଙ୍କୁ ବିଜୁଳି ବିଲ୍‌ରୁ ଆଶ୍ୱସ୍ତି ଦିଆଯାଉଛି । ଘର ଛାତ ଉପରେ ଉତ୍ପାଦିତ ହେଉଥିବା ବିଜୁଳି ଶକ୍ତିକୁ ବିଦ୍ୟୁତ ପରିବଣ୍ଟନକାରୀ ସଂସ୍ଥାମାନଙ୍କ ମୁଖ୍ୟ ସ୍ରୋତକୁ ନିଆଯାଇ ବିଦ୍ୟୁତ ଉତ୍ପାଦନରେ ପରିବାରଗୁଡ଼ିକୁ…

Read More

ନୂଆଦିଲ୍ଳୀ/ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାର ୪୨୨ଟି ଆୟୁଷ ଡିସ୍‍ପେନ୍ସରୀକୁ ୱେଲ୍‍ନେସ୍‍ ସେଣ୍ଟର ଭାବେ ବିକାଶ କରିବା ସହିତ ଏଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରିଛନ୍ତି । ଏ ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ଷମ ରହିଛି । ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ତଥ୍ୟ ଦେଇଛନ୍ତି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ। ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିକାଶ ଏବଂ ଲୋକଙ୍କ ହାତ ପାଆନ୍ତାରେ ଏହି ପ୍ରାଚୀନ ତଥା ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବିଜ୍ଞାନ ସମ୍ମତ ଭାବେ ପହଞ୍ଚାଇବା ସଂକ୍ରାନ୍ତରେ ଶ୍ରୀ ରାୟ ସଂସଦରେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ରାଜ୍ୟ ସରକାରମାନଙ୍କ ବ୍ୟାପାର ହୋଇଥିବାବେଳେ ଏହାର ବିକାଶ ଦିଗରେ କେନ୍ଦ୍ର ସରକାର ସହଯୋଗ କରିଥାନ୍ତି । ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ପଳାତକ ଅପରାଧୀଙ୍କ ବିରୋଧରେ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରି ଭାରତ ୨୦୧୯ ଠାରୁ ୩୬ଟି ଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଛି। ପଳାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରେ ପଳାତକ ଆର୍ଥିକ ଅପରାଧ ଆଇନ ପ୍ରଣୟନ କରିଥିଲେ। ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ପଳାତକମାନଙ୍କ ବିରୋଧରେ ଏକ ସମନ୍ୱିତ, ଗୁଇନ୍ଦା-ଆଧାରିତ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ମଡେଲ ବିକଶିତ କରିଛି, ଯାହା ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ପଥ ପରିଷ୍କାର କରିଛି ଏବଂ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ସହଜ କରିଛି । ୨୦୧୪ ପୂର୍ବରୁ ଦେଶର ପ୍ରତ୍ୟର୍ପଣ ବ୍ୟବସ୍ଥା ପୁରୁଣା ହୋଇଯାଇଥିଲା, ଏବଂ ଭାରତର କେବଳ ୩୭ଟି ଦେଶ ସହିତ ପ୍ରତ୍ୟର୍ପଣ ଚୁକ୍ତି…

Read More

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ JEE ଏବଂ NEET ପାଇଁ ମାଗଣା ଆବାସିକ କୋଚିଂ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପୁଣେସ୍ଥିତ ଏକ ସଂଗଠନ ଦକ୍ଷିଣା ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଯାଇଥିବା ବୃତ୍ତି ଅଧୀନରେ ଏହା ପରିଚାଳିତ ହେବ। ଶିକ୍ଷା ନିର୍ଦ୍ଦେଶାଳୟ (DoE) ଏକ ସର୍କୁଲାର ଜାରି କରି ସ୍କୁଲଗୁଡ଼ିକୁ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି। ସେମାନଙ୍କୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାକୁ କୁହାଯାଇଛି। ଏହି ବୃତ୍ତି ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ବର୍ତ୍ତମାନ ଯେଉଁମାନେ ସରକାରୀ କିମ୍ବା ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢ଼ୁଛନ୍ତି ଏବଂ ସେମାନଙ୍କର ଏକ ଭଲ ଶିକ୍ଷାଗତ ରେକର୍ଡ ଅଛି ସେମାନଙ୍କୁ ଏଥିରେ ଯୋଗ୍ୟ ବିବେଚିତ କରାଯିବ। ଏହି ମାଗଣା କୋର୍ସରେ ଯେଉଁ ଛାତ୍ରଛାତ୍ରୀମାନେ ପଢିବେ…

Read More

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ଦିଲ୍ଲୀର ଜନ୍ତର ମନ୍ତର ଏବଂ ଦେଶର ଅନ୍ୟତ୍ର ଛାତ୍ର ପ୍ରତିବାଦରେ ସାମିଲ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ଏଫଆଇଆର ବନ୍ଦ କିମ୍ବା ପ୍ରତ୍ୟାହାର କରିପାରିବେ। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ବ୍ୟାଖ୍ୟା କରିଛନ୍ତି ଯେ “ଅପରାଧୀକ ପୂର୍ବବର୍ତ୍ତୀ” ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଅନୁମତି ଦେବା ପାଇଁ ଜୁଲାଇ 28 ତାରିଖରେ ଦିଆଯାଇଥିବା ତାଙ୍କର ଆଦେଶ କେବଳ ଗୁରୁତର ଏବଂ ଜଘନ୍ୟ ଅପରାଧର ଅଭିଯୁକ୍ତଙ୍କ ଉପରେ ଲାଗୁ ହେବା ପାଇଁ ଉଦ୍ଦିଷ୍ଟ ଥିଲା। NEET ପରୀକ୍ଷା ପତ୍ର ଲିକ୍ ପ୍ରସଙ୍ଗରେ 20 ଜୁଲାଇରେ ଜନ୍ତର ମନ୍ତର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦରେ ଅଂଶଗ୍ରହଣ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଅତ୍ୟଧିକ ପୋଲିସ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରୁଥିଲା। ଆହତ ପୋଲିସ ଅଧିକାରୀଙ୍କ ପରିବାର ମଧ୍ୟ…

Read More

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଉଦ୍ୟମ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ସାଂସ୍କୃତିକ ଐତିହ୍ୟରେ ସ୍ଥାନିତ ପାଇଁ ତଥ୍ୟପ୍ରମାଣ ପ୍ରଦାନ କରାଯାଇଛି। ତାହାକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କେନ୍ଦ୍ର ସରକାରଙ୍କୁ ଆବେଦନ କରାଯାଇଛି। କେନ୍ଦ୍ର ଏହାକୁ ଅନୁଧ୍ୟାନ କରି ୟୁନେସ୍କୋକୁ ପଠାଇଥାନ୍ତି। ଇତିମଧ୍ୟରେ ମନ୍ଦିର ପ୍ରଶାସନ ରଥଯାତ୍ରାର ସମସ୍ତ ତଥ୍ୟ ଓ ଭିଡିଓ ପ୍ରଦାନ କରାଯାଇଛି। ଏପରିକି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ମଧ୍ୟ…

Read More

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ଏବଂ ପୁନଃ ପଞ୍ଜିକରଣ ପ୍ରକ୍ରିୟା ର ଆରମ୍ଭ ଘୋଷଣା କରାଯାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା  ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର) ପିଜି ଡିପ୍ଲୋମା, (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ପ୍ରକ୍ରିୟା ଏବଂ ପୁନଃ ପଞ୍ଜିକରଣ ପ୍ରକ୍ରିୟା ଚଳିତ ଅଗଷ୍ଟ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଅଣ୍ଡର ଗ୍ରାଜୁଏଟ (ସ୍ନାତ୍ତକ) ପ୍ରୋଗ୍ରାମ, ଯଥା- କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି…

Read More

ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି। ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ। କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ…

Read More

କଟକ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଓଡ଼ିଶା ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସେବାର ସମୃଦ୍ଧ ପରମ୍ପରା ଥିବା ଏକ ମାଟି । ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଏହି ପବିତ୍ର ମାଟି ଶହ ଶହ ବର୍ଷ ଧରି ସମାବେଶୀ ଭାବନା, କରୁଣା ଏବଂ ମାନବ କଲ୍ୟାଣର ବାର୍ତ୍ତା ପ୍ରଚାର କରିଆସିଛି। କଟକର ଏହି ଅଞ୍ଚଳ ‘ଉତ୍କଳ ଗୌରବ’ ମଧୁସୂଦନ ଦାସ, ‘କର୍ମବୀର’ ଗୌରୀଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଭୂମି ମଧ୍ୟ। ଏହା ‘ଉତ୍କଳମଣି’ ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବଙ୍କ କର୍ମଭୂମି। ଜନସେବା, ସାହିତ୍ୟ ଓ ସଂସ୍କୃତିରେ କଟକର ଅବଦାନ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ। ଏପରି ଏକ ଗୌରବଶାଳୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ସ୍ତରରେ ପୁଣିଥରେ ନିଜର ଛାପ ଛାଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ୧୬ତମ ଭାରତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ପୁରସ୍କାର ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନ (ନୋଟ୍ଟୋ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ପୁଣ୍ୟ ସଲିଳା ଶ୍ରୀବାସ୍ତବ, ଡିଜିଏଚ୍ଏସ ଡ. ଲଭନୀଶ ଜି. କୃଷ୍ଣ, ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶ୍ରୀ ବିଜୟ ନେହରା, ଏବଂ ନୋଟ୍ଟୋ ନିର୍ଦ୍ଦେଶକ ଡ. ଅନିଲ କୁମାର…

Read More

ଭୁବନେଶ୍ବର: ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସହାୟତା ତୁରନ୍ତ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ତମ ଜନ୍ମୋତ୍ସବ ପାଳିତ ହୋଇଛି। ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଏହି ଜନ୍ମ ଉତ୍ସବ ପାଳିତ ହୋଇଛି। ଏଥିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,ମହାନ୍ ସନ୍ଥ ପରମହଂସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ପାଟଶାଣୀ ,ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶ୍ରୀ ହରେକୃଷ୍ଣ ଶତପଥୀ,ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ସଭାପତି ଡ଼ଃ ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅତିଥୀମାନେ ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କକୁ ଉପସ୍ଥାପିତ କରିଥିଲେ। ଏଥିରେ ବିଧାୟକ ଗଣେଶ୍ବର ବେହେରା ବିଶ୍ବଭୂଷଣ…

Read More

Bankipur Byepoll Result: ଜାତୀୟ ରାଜନୀତିରେ ବିହାର ଉପନିର୍ବାଚନ ଏକ ହଲଚଲ ସୃଷ୍ଟି କରିଛି। ତାହା ହେଲା ବାଙ୍କିପୁର ଉପନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ପୂର୍ବରୁ ପ୍ରଶାନ୍ତ ବିଭିନ୍ନ ପ୍ରାର୍ଥୀ ତଥା ଦଳକୁ ବିଜୟୀ କରିଆସୁଥିବା ବେଳେ ଏଥର ସେ ନିଜେ ବିଜୟ ଲାଭ କରିଛନ୍ତି। ଗତ ବିହାର ନିର୍ବାଚନରେ ତାଙ୍କ ଦଳ ସଫଳତା ହାସଲ କରିପାରି ନ ଥିଲା। ହେଲେ ଏଥର ଚର୍ଚ୍ଚିତ ବାଙ୍କିପୁର ଉପନିର୍ବାଚନରେ ଜିତିବା ନେଇ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି। ବାଙ୍କିପୁର ନିର୍ବାଚନ ମଣ୍ଡଳି ହେଉଛି ସେହି ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ନୀତିନ ନବୀନ ଲଗାତର ବିଜୟୀ ହେଉଆସୁଥିଲେ। ନବୀନ ଦଳର ରାଷ୍ଟ୍ରୀୟ ସଭାପତି ହେବାରୁ ସେ ସେହି ଆସନରୁ ଇସ୍ତଫା ଦେଇଥିଲେ। ଏହାପରେ ଜୁଲାଇ 30 ତାରିଖରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେପି ନୀରଜ…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି କାରକେଡରେ ଲୋକଭବନକୁ ଆସିଥିଲେ। ସେଠାରେ କିଛି ସମୟ ବିଶ୍ରାମ କରିବା ପରେ କଟକ ଅଭିମୁଖେ ବାହାରିବେ। ସେଠାରେ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଶୁଭ ଉଦଘାଟନ କରିବେ। ଏହାପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଲୋକଭବନରେ ଅବସ୍ଥାନ କରିବେ। ଆସନ୍ତାକାଲି ସକାଳୁ ରାଷ୍ଟ୍ରପତି ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ବ୍ରହ୍ମପୁର ଗସ୍ତ କରିବେ। ରାଷ୍ଟ୍ରପତି ଯିବା ପାଇଁ ଦଶଟି ବଗି ବିଶିଷ୍ଠ ଟ୍ରେନର ବ୍ୟବସ୍ଥା କରାଯାଇଛି। ସେଥିରେ ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଅଧିକାରୀ ଏବଂ ସୁରକ୍ଷା କର୍ମି ରହିବେ। ଏଥିସହିତ ସେହି ଟ୍ରେନ ଆଗରେ ଓ ପଛରେ ସୁରକ୍ଷା ପାଇଁ ଦୁଇଟି ଟ୍ରେନର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଷ୍ଟ୍ରପତି ତପ୍ତପାଣିରେ ମା କନ୍ଧୁଣୀ ଦେବୀଙ୍କ…

Read More

ଭୁବନେଶ୍ବର: ଆଜି ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ସେ ଓଡିଶା ରାଜନୀତିରେ ଭୀଷ୍ମ ପିତାମହ ଭାବେ ପରିଚିତ । ଜଣେ ପାଇକ ପୁଅ ହିସାବରେ ସେ ଯେପରି ଶିଖରୀକୁ ଛୁଇଁଛନ୍ତି ହୁଏତ ଆଉ କେହି ସେପରି ହୋଇପାରି ନାହିଁ। ପରିଣତ ବୟସରେ ମଧ୍ୟ ସେ ଓଡିଶାର ପାଇକମାନଙ୍କ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ସେ ଯେ କେବଳ ଜଣେ ରାଜନେତା ତାହା ନୁହେଁ। ସେ ଏକାଧାରରେ ଜଣେ ସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଭାବେ ମଧ୍ୟ ପରିଚିତ।୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିଶ୍ବଭୂଷଣ ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ…

Read More

ଭୁବନେଶ୍ୱର: ମୋବାଇଲ ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ ​​କରି, ରିଲାଏନ୍ସ ଜିଓ ୨୦୨୬ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଜିଓ ୧ ଲକ୍ଷ ୧୩ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଉଲ୍ଲେଖନୀୟ ଭାବରେ ଜୁନ୍ ମାସରେ ଓଡ଼ିଶାର ପ୍ରାୟ ୮୦ ପ୍ରତିଶତ ନୂତନ ମୋବାଇଲ୍ ଗ୍ରାହକ ଏବଂ ୯୧ ପ୍ରତିଶତ ନୂତନ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି, ଯାହା ଏହାକୁ ରାଜ୍ୟର ସବୁଠାରୁ ପସନ୍ଦିତ ଡିଜିଟାଲ୍ ସେବା ପ୍ରଦାନକାରୀ କରିଛି। ଏହା ସହିତ, ଜିଓ ଓ୍ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ସେବା ପ୍ରଦାନକାରୀ ଭାବରେ ଓଡ଼ିଶାରେ ଏହାର…

Read More

ଭୁବନେଶ୍ବର: ସୋମବାର ଶ୍ରାବଣରେ ଉପବାସର ଏକ ବିଶେଷ ନିୟମ ରହିଛି। ଆଜି ଶ୍ରାବଣର ପ୍ରଥମ ସୋମବାର। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ସୋମବାର ଉପବାସ ସମୟରେ ପ୍ରଭୁ ଭୋଲେନାଥ ଏବଂ ମାତା ପାର୍ବତୀଙ୍କୁ ପୂର୍ଣ୍ଣ ଭକ୍ତିର ସହିତ ପୂଜା କଲେ ମନସ୍କାମନା ପୂରଣ ହୁଏ। ବିବାହରେ ଆସୁଥିବା ବାଧାବିଘ୍ନ, ଶିଶୁ ସୁଖ, ଅର୍ଥ ଲାଭ, ରୋଗରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ସୋମବାରର ଉପବାସ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ସୋମବାର ଦିନ ସ୍ୱତନ୍ତ୍ର ଯୋଗ ଗଠନ ହେତୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ଶ୍ରାବଣରେ ବର୍ଷା ଆରମ୍ଭ ହୁଏ, ତେଣୁ ସୋମବାର ଉପବାସରେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ଏହି ଉପବାସ ସମୟରେ କେଉଁ ଜିନିଷ ଖାଇପାରିବା ନାହିଁ…. ଶ୍ରାବଣ ସୋମବାରର ଉପବାସ ସମୟରେ କ’ଣ ଖାଇବା ଉଚିତ୍ ନୁହେଁ?: – ଯଦି ଆପଣ ସୋମବାର ଶ୍ରାବଣରେ ଉପବାସ ରଖନ୍ତି, ତେବେ ପିଆଜ, ରସୁଣ,…

Read More