ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଶବରୀ’ ପକ୍ଷରୁ ଇଂରାଜୀ ଖବରକାଗଜ ‘ଦି ପାୟୋନିଅର’ର ଓଡ଼ିଶା ସଂସ୍କରଣର ଆବାସିକ ସମ୍ପାଦକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନରେ ସମ୍ବର୍ଧିତ କରାଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀଯୁକ୍ତ ନନ୍ଦଙ୍କୁ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍ କରି ମାନପତ୍ର, ଉତ୍ତରୀୟ ଓ ଉପଢୈାକନ ପ୍ରଦାନ କରିଥିଲେ। ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ସଂଘମିତ୍ରା ପରିଡ଼ା, ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ, କର୍ପୋରେଟର ଶିବ ନାରାୟଣ ରାୟ, ସାମ୍ବାଦିକ ବଦ୍ରି ନାରାୟଣ ଦାସ, ସପର୍ଯ୍ୟା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ନନ୍ଦଙ୍କୁ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦଙ୍କ ଧର୍ମପତ୍ନୀ କିରଣବାଳା ନନ୍ଦ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ନନ୍ଦ ଗତ ଛ’ ଦଶନ୍ଧି ଧରି ଗଣମାଧ୍ୟମ ଜଗତରେ ସକ୍ରିୟ ଅଛନ୍ତି। ସମାଜର ସହ ସମ୍ପାଦକ ଭାବେ ସେ କାର୍ଯ୍ୟ ଆରଂଭ କରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ, ଟେଲିଗ୍ରାଫ୍, ସନଡେ,…
Author: Samikhsya Bureau
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ଏବଂ ନେତୃତ୍ୱର ନିପୁଣତା କେବଳ ଭାରତବାସୀଙ୍କର କାହିଁକି, ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ସରଳତା ତାଙ୍କର ଭୂଷଣ, ପ୍ରତିବଦ୍ଧତା ତାଙ୍କ ହୃଦୟର ସ୍ପନ୍ଦନ। ପ୍ରଥମ ଓଡିଆ ରାଷ୍ଟ୍ରପତି ଭାବେ ସେ ଆମ ରାଜ୍ୟ ପାଇଁ ଆଣି ଦେଇଛନ୍ତି ଐତିହାସିକ ଗୌରବ ଓ ସମ୍ମାନ! ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଚାରିବର୍ଷ ପୂର୍ତ୍ତି ଅବସରରେ, ଶ୍ରୀମତୀ ମୁର୍ମୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ନେଇ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆଲେଖ ସମ୍ବଳିତ ସଚିତ୍ର ସଂକଳନ “ଆମ ରାଷ୍ଟ୍ରପତି: ଆମ ଗୌରବ” କଥାକାର ବିଜୟ ନାୟକଙ୍କ ସମ୍ପାଦନାରେ ପ୍ରକାଶ ପାଇଛି। “ଟାଇମପାସ” ଦ୍ଵାରା ପ୍ରକାଶିତ ଏହି ପୁସ୍ତକଟି ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ପରେ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର…
ଭୁବନେଶ୍ବର: କନ୍ଧମାଳର ସନ୍ଥ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କନ୍ଧମାଳରେ ପ୍ରତିଷ୍ଠିତ ‘ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀ’କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ସହିତ ଜଲେଶପଟ୍ଟାରେ ଥିବା ତାଙ୍କର ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ CMSA ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଏକ ଛାତ୍ରୀ ନିବାସ ପ୍ରତିଷ୍ଠା…
ବଙ୍ଗୋପସାଗରରେ ଗଭୀର ଅବପାତ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନସ୍ଥିତ ରାଜସ୍ୱ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସେ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ ଚବିଶ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକରେ ମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ଜୀବନର ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା l ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ଶୁଖିଲା ରାସନ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ରିଲିଫ ସାମଗ୍ରୀର ଯଥେଷ୍ଟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତ୍ୱରିତ ମୁକାବିଲା…
ଭୁବନେଶ୍ବର: ନାଇଡୁ କମିଶନ ତଦନ୍ତ ରିପୋର୍ଟ ହଜିବା ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି। ଏହି ଫାଇଲ କିପରି ହଜିଲା ସେ ନେଇ ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଦଙ୍ଗା ଏବଂ ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣା ନେଇ ଜଷ୍ଟିସ ଏସ ଏସ ନାଇଡୁ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ତେବେ ସେହି ରିପୋର୍ଟ ବର୍ତ୍ତମାନ ହଜିଯାଇଛି ବୋଲି ଗୃହ ବିଭାଗ ତରଫରୁ କ୍ୟାପିଟାଲ ଥାନାରେ ଏଫଆଇଆର ଦିଆଯାଇଛି। କ୍ୟାପିଟାଲ ପୋଲିସ ଏହାର ତଦନ୍ତ କରିବା ପାଇଁ ତତକାଳିନ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀଙ୍କୁ ନୋଟିସ କରିଥିଲେ। ହେଲେ କେବଳ ବରିଷ୍ଠ ଅଧିକାରୀ ମନୋଜ ମିଶ୍ର ହାଜର ହୋଇଥିଲେ। ସେହିପରି ବହୁ ଚର୍ଚ୍ଚିତ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଥାନାରେ ହାଜର ପାଇଁ ନୋଟିସ କରାଯାଇଛି। ହେଲେ ସେ…
ଭୁବନେଶ୍ବର: ଧିରେ ଧିରେ ଚିଲିକା ନିର୍ବାଚନ ମଣ୍ଡଳିରେ ବିଜେଡିର ଗଡ ଭାଙ୍ଗିବାରେ ଲାଗିଛି। ପ୍ରତିମାସରେ କିଛିନା କିଛି ବିଜେଡି ନେତା ଓ କର୍ମି ବିଜେପିରେ ମିଶିବାରେ ଲାଗିଛନ୍ତି। ବିଶେଷ କରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବକୁ ଆସ୍ଥା ରଖି ବିଜେଡି ନେତାମାନେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲେ। ଏଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ଚ଼ଣ୍ଡେଶ୍ବର ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଶ୍ରୀ କେଦାର ଖଟେଇ ଏବଂ ପୂର୍ବତନ ୱାର୍ଡ଼ ମେମ୍ବର ଶ୍ରୀ ରଘୁନାଥ ରଣା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।…
ଭୁବନେଶ୍ବର: ବିଜେଡିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ ଜଣାଇଛି ବିଜେଡି। ଆଜି ତାଙ୍କ ମରଶରୀର ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନରେ ପହଞ୍ଚିବା ପରେ ଦଳୀୟ ନେତା ତଥା ବିଧାୟକମାନେ ଶେଷ ଦର୍ଶନ କରିଥିଲେ। ସେହିପରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶେଷ ଦର୍ଶନ କରିବା ପାଇଁ ଶଙ୍ଖଭବନ ଆସିଥିଲେ। ଏହା ପୂର୍ବରୁ ତାଙ୍କ ମରଶରୀର ବିଧାନସଭା ପରିସରକୁ ନିଆଯାଇଥିଲା। ସୁଶାନ୍ତଙ୍କ ବିୟୋଗରେ ରାଜ୍ୟର ବହୁ ନେତା ଓ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରି ଦଳ ଜଣେ ଟାଣୁଆ ନେତାକୁ ହରାଇଲା ବୋଲି କହିଛନ୍ତି। ତାଙ୍କର ସାମାଜିକ ଗଣମାଧ୍ୟମରେ ନବୀନ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ…
ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଦାବୀ ଜୋର ଧରିବାକୁ ଲାଗିଛି। ଆଜି ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ଗଣ୍ଡ ଧର୍ମେନ୍ଦ୍ରଙ୍କ ପଥ ଅନୁସରଣ କରି ଇସ୍ତଫା ଦେଇଦେବା ଉଚିତ। ଆଜି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ପ୍ରଚଳନ କରିଥିବା ପାଠ୍ୟ ପୁସ୍ତକରେ ବହୁ ଭୁଲ ପରିଲକ୍ଷିତ ହୋଇଛି। ସେଥିପାଇଁ ଶ୍ରୀ ଗଣ୍ଡ ଇସ୍ତଫା ଦେବା ପାଇଁ ବିଜୁ ଜନତା ଦଳ ତରଫରୁ ଦାବୀ କରାଯାଇଛି ବୋଲି ଶ୍ରୀ ନବୀନ କହିଛନ୍ତି। ଏହା ବିରୋଧରେ ବିଜେଡି ଦୁଇ ସପ୍ତାହ ଧରି ଆନ୍ଦୋଳନ କରିବା ସହିତ ତାଙ୍କର ଇସ୍ତଫା ଦାବୀ କରିଆସିଛି। ପୂର୍ବରୁ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର…
Indian Idol Winner Returns: ଆଜି ଭୁବନେଶ୍ବରେ ପହଞ୍ଚିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ସ୍ବାଗତ କରାଯାଇଥିଲା। ଏକ ସୁସଜିତ କାରରେ ତାଙ୍କୁ ଏକ ଶୋଭାଯାତ୍ରା କରି ନିଆଯାଇଥିଲା। ଜ୍ୟୋତିର୍ମୟୀ ହାତରେ ତାଙ୍କର ସିଲକୁ ଧରି ସମସ୍ତଙ୍କ ଅଭିନନ୍ଦନକୁ ଗ୍ରହଣ କରୁଥିଲେ। ଓଡିଆ ଝିଅ ଜ୍ୟୋତିର୍ମୟୀ ଗତକାଲି ସୋନି ଟିଭିରେ ପ୍ରସାରିତ ଏହି ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟ ଥିଲା। ଏଥିରେ ଛଅ ଜଣ ପ୍ରତିଯୋଗୀ ଶେଷ ପର୍ଯ୍ୟାୟକୁ ଉନ୍ନତି ହୋଇଥିଲା। ଏହି ପର୍ଯ୍ୟାୟ ଶେଷରେ ଜ୍ୟୋତିର୍ମୟୀଙ୍କୁ ବିଜେତା ଭାବେ ଘୋଷଣା କରାଯାଇଥିଲା। ତାଙ୍କୁ ପୁରସ୍କାର ସ୍ବରୂପ କୋଡିଏ ଲକ୍ଷ ଟଙ୍କା ସହିତ ଫଳକ ପ୍ରଦାନ କରାଯାଇଥିଲା। ଏହି ରିଅଲିଟ ସୋ ର ବିଚାରକ ଭାବେ ଥିଲେ ଶ୍ରେୟା ଘୋଷାଲ, ବିଶାଲ ଦାଦଲାନି ଏବଂ ବାଦଶାହା। ଏହି ପ୍ରତିଯୋଗୀତାରେ ତନିସ୍କ ଶୁକ୍ଲା ପ୍ରଥମ, ମନରାଜ ବୀରସିଂ ଦ୍ବିତୀୟ…
ଭୁବନେଶ୍ବର: ବିଜେଡିର ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ହେଲେ କିଛିଦିନ ତଳେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସୁଶାନ୍ତ ସିଂହ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୨୦୦୯ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ଓଡ଼ିଶା ସରକାରରେ ସେ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ବିଶେଷ କରି ବିଜେପୁର ଉପନିର୍ବାଚନ ସମୟରେ ତାଙ୍କର ନିର୍ବାଚନୀ ଗୋଟିଚାଳନା ଯୋଗୁଁ ସେ ରାଜ୍ୟ ରାଜନୀତିରେ ବେଶୀ ଚର୍ଚ୍ଚିତ ହୋଇଥିଲେ। ଏହା ପରେ ସୁଶାନ୍ତଙ୍କୁ ନବୀନ ପଟ୍ଟନାୟକ ନିଜ ପରବର୍ତ୍ତୀ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରିଥିଲେ। ତାଙ୍କ ବିୟୋଗରେ…
ଭୁବନେଶ୍ବର: ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହିତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ କୁନି ସାହୁ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର ଏବଂ କୋମନା ବ୍ଲକ ବିଜେଡି ସଭାପତି କ୍ଷମାସିଂହ ନିଆଲ ଓ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ବୃନ୍ଦାବନ ମହାନନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ଶ୍ରୀ ସୁଜିତ କୁମାର,…
ମହାପ୍ରଭୃଙ୍କ ସୁନାବେଶ: ସୁନାବେଶ ଶ୍ରୀଜଗନ୍ନାଥ ମନ୍ଦିରର ଏକ ପ୍ରମୁଖ ଉତ୍ସବ। ଏହି ବିଶେଷ ସେବାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଓ ମୂଲ୍ୟବାନ ବସ୍ତ୍ରରେ ସଜ୍ଜିତ କରାଯାଇ ଏକ ଆଧ୍ୟାତ୍ମିକ ତଥା ମନୋରମ ଦୃଶ୍ୟ ସୃଷ୍ଟି କରାଯାଏ। ଏହି ସୁନାବେଶକୁ ‘ରାଜାବେଶ’ ବା ‘ରାଜାଧିରାଜ ବେଶ’ ବା ରାଜାରାଜେଶ୍ବର ବେଶ ମଧ୍ୟ କୁହାଯାଇଥାଏ। ବର୍ଷକ ମଧ୍ୟରେ ମୋଟ ପାଞ୍ଚ ଥର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେଗୁଡ଼ିକ ହେଲା.. ୧ – ଆଷାଢ଼ ଏକାଦଶୀ (ରଥଯାତ୍ରା ସମୟରେ, ବାହୁଡ଼ା ଯାତ୍ରା ପରଦିନ ଜୁଲାଇ ମାସରେ) – ଏହା ଏକମାତ୍ର ସୁନାବେଶ ଯାହା ମନ୍ଦିର ବାହାରେ ରଥ ଉପରେ ହୁଏ ୨- ପୌଷ ପୂର୍ଣ୍ଣିମା (ଜାନୁଆରୀ) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ ୩- ଫାଲଗୁନ/ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ ୪- ବିଜୟା ଦଶମୀ / ଦଶହରା (ଅକ୍ଟୋବର) – ମନ୍ଦିର…
ଶ୍ରୀଜୀଉଙ୍କ ସୁନାବେଶ: ଆଜି ମହାପ୍ରଭୃଙ୍କ ସୁନାବେଶ ଦେଖି ଭକ୍ତମାନେ ବେଶ ବିଭୋରିତ ହୋଇପଡିଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ମହାପ୍ରଭୃଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ମହଣ ମହଣ ସୁନାରେ ତିନିଠାକୁରଙ୍କୁ ବେଶ କରାଯାଇଥିଲା। ଏହାପରେ ଭକ୍ତମାନଙ୍କୁ ଧାଡିରେ ସୁନାବେଶ ଦର୍ଶନ ପାଇଁ ଛଡାଯାଇଥିଲା। ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ଧରି ସୁନାବେଶ କରାଯାଇଥିଲା। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ର ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁନାବେଶରେ ସଜ୍ଜିତ କରିଥିଲେ। ଭକ୍ତମାନେ ସୁରୁଖୁରରୁ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଅଧରପଣା ଅନୁଷ୍ଠିତ ହେବ।
ଭୁବନେଶ୍ୱର: ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’। ବିଶ୍ୱର ଅଶୀ ଜଣ ପ୍ରେରଣାଦାୟୀ ନାରୀଙ୍କ ସଂଘର୍ଷ ଓ ସଫଳତାର ଲୋମହର୍ଷଣକାରୀ କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକ ଉନ୍ମୋଚନ କରି ବରିଷ୍ଠ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଯୋଉ ଘରର ମୂଳଦୁଆ ଯେତେ ଟାଣ, ସେ ଘର ସେତେ ଅଧିକ ମହଲା ପର୍ଯ୍ୟନ୍ତ ଯାଇପାରେ! ନାରୀ ସବୁ ସଭ୍ୟତାର ମୂଳଦୁଆ ପରି। ଗାଳ୍ପିକା ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ସମାଜରେ ସଂସ୍କାର ଆଣିଥିବା ନାରୀମାନଙ୍କୁ ଇତିହାସ ସବୁବେଳେ ଅଣଦେଖା କରିଥାଏ। କିନ୍ତୁ ପୁରାଣ ଓ ସାହିତ୍ୟ ସାହସିନୀ ନାରୀଙ୍କର ଗାଥା ବର୍ଣ୍ଣନା କରିଆସିଛି। ଅନ୍ୟତମ ଅତିଥି…
ପୁରୀ: ଆଜି ପବିତ୍ର ବାହୁଡାରେ ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ବିମୋହିତ ହୋଇଛନ୍ତି ଭକ୍ତଗଣ। କଳାମଚମଚ ମୁହଁ ସହିତ ରଂଗବେରଗର ଫୁଲରେ ତିଆରି ଟାହିଆ ଭକ୍ତଙ୍କୁ ପାଗଳ କରିଦେଇଛି। ଆଜି ପବିତ୍ର ବାହୁଡାରେ ପ୍ରଭୃ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଅପରାହ୍ନ ସାଢେ ଚାରିଟାରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୃ ବଳଦେବ ଏବଂ ପରେ ପରେ ମା ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ନେଇଛନ୍ତି। ଆଜି ବାହୁଡା ଉପଲକ୍ଷେ ସକାଳୁ ଆରମ୍ଭ ହୋଇଯାଇଛି ବିଭିନ୍ନ ନୀତି। ଦିନ ଏଗାରଟା ବେଳେ ଆରମ୍ଭ ହୋଇଥିଲା ପହଁଣ୍ଡି ବିଜେ। ପ୍ରଥମେ ପ୍ରଭୃ ସୁଦର୍ଶନଙ୍କୁ ସେବକମାନେ ତିନି ରଥ ଚାରିପାଖେ ବୁଲାଇ ମା ସୁଭଦ୍ରାଙ୍କ ରଥରେ ବିଜେ କରାଇଥିଲେ। ଏହାପରେ ପ୍ରାୟ ଦିନ ଏଗାରଟା ତିରିଶିରେ ଆସିଥିଲେ ବଡଭାଇ ବଳଭଦ୍ର। ଏହାପରେ ମା ସୁଭଦ୍ରା ମଧ୍ୟ ପହଁଣ୍ଡିରେ ଆସିଛନ୍ତି। ସେବକମାନେ ପ୍ରଭୃ ବଳଭଦ୍ରଙ୍କୁ ଧିରେଧିରେ ପହଁଣ୍ଡି କରାଇ ରଥରେ…
ଓଡ଼ିଶାରେ ଟେକ୍ ବିପ୍ଳବ: ଓଡ଼ିଶାର ଶିଳ୍ପ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଆଜି ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ବିଶ୍ୱପ୍ରସିଦ୍ଧ ‘HCLTech’ ଏବଂ ଦେଶର ସ୍ୱଦେଶୀ AI ସଂସ୍ଥା ‘ସର୍ଭମ AI’ (Sarvam AI) ସହିତ ଦୁଇଟି ଯୁଗାନ୍ତକାରୀ ବୁଝାମଣା ପତ୍ର (MoU) ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବା ସହ ରାଜ୍ୟର ହଜାର ହଜାର ଉଚ୍ଚଶିକ୍ଷିତ ଓ କୁଶଳୀ ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଐତିହାସିକ ସହଯୋଗିତା ଅନୁଯାୟୀ, HCLTech ଓଡ଼ିଶାରେ ନିଜର ଏକ ଡେଭେଲପମେଣ୍ଟ ସେଣ୍ଟର’ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ରାଜ୍ୟର IT ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବ। ଏହି…
ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମରାଳ ମାଳିନୀ ନିଳାମ୍ବୁ ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ। ଏଥିରେ ବିଭିନ୍ନ ସ୍ଥାପତ୍ୟ ନିର୍ମାଣ କରି ପ୍ରଦର୍ଶିତ କରାଯିବ। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ପ୍ରସ୍ତୁତି ବୈଠକ କରିଥିଲେ। ସରକାରୀ ବାସଭବନ ଠାରେ ବିଶିଷ୍ଟ ଭାରତୀୟ ଫଟୋ ସାମ୍ବାଦିକ ତଥା ଫଟୋଗ୍ରାଫର ପଦ୍ମଶ୍ରୀ ପାବ୍ଲୋ ବାର୍ଥୋଲୋମ୍ୟୁ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଚୁଗୁଲି ସାହୁ ଏବଂ ଶ୍ରୀ ଗୌରମଣି ଦାସଙ୍କ ସହ ଏହି ଆଲୋଚନା କରିଥିଲେ। ଏଭଳି ଏକ ପଦକ୍ଷେପ ସ୍ଥାନୀୟ ଯୁବକ-ଯୁବତୀ ଓ ଉଦୀୟମାନ କାରିଗରମାନଙ୍କ ପାଇଁ ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ପ୍ରଶିକ୍ଷଣ, ଦକ୍ଷତା ବିକାଶ ଏବଂ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବର ଯୋଜନା କରାଯାଉଛି।ଏହା ସହିତ ସମୃଦ୍ଧ ପାରମ୍ପରିକ ଭସ୍କର୍ଯ୍ୟ କଳାର ସଂରକ୍ଷଣ, ପୁନରୁଜ୍ଜୀବନ ଓ ସ୍ଥାୟୀ ବିକାଶକୁ ଆହୁରି ସୁଦୃଢ଼ କରିବା ସହ ଚିଲିକାକୁ କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ଏକ…
ବାହୁଡା ଯାତ୍ରା: ନଅ ଦିନର ଯାତ୍ରା ଶେଷ କରି ଆଜି ମହାପ୍ରଭୃ ବାହୁଡିବେ। ଏ ନେଇ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡା ନୀତି। ଦିନ ଏଗାରଟା ବେଳେ ଆରମ୍ଭ ହୋଇଛି ପହଁଣ୍ଡି ବିଜେ। ପ୍ରଥମେ ପ୍ରଭୃ ସୁଦର୍ଶନଙ୍କୁ ସେବକମାନେ ତିନି ରଥ ଚାରିପାଖେ ବୁଲାଇ ମା ସୁଭଦ୍ରାଙ୍କ ରଥରେ ବିଜେ କରାଇଥିଲେ। ଘଣ୍ଟ, ହରିବୋଲ ହୁଳହୁଳିରେ ଫାଟିପଡୁଛି ଗୁଣ୍ଡିଚା ମନ୍ଦିରର ପରିସର। ଏହାପରେ ପ୍ରାୟ ଦିନ ଏଗାରଟା ତିରିଶିରେ ଆସିଥିଲେ ବଡଭାଇ ବଳଭଦ୍ର। ଏହାପରେ ମା ସୁଭଦ୍ରା ମଧ୍ୟ ପହଁଣ୍ଡିରେ ଆସିଛନ୍ତି। ସେବକମାନେ ପ୍ରଭୃ ବଳଭଦ୍ରଙ୍କୁ ଧିରେଧିରେ ପହଁଣ୍ଡି କରାଇ ରଥରେ ବିଜେ କରାଇଛନ୍ତି। ଏହାପରେ ମା ସୁଭଦ୍ରାଙ୍କୁ ମଧ୍ୟ ରଥରେ ବିଜେ କରାଯାଇଛି। ଶେଷରେ ଆସିବେ ମହାପ୍ରଭୃ ଜଗନ୍ନାଥ। ତିନିଠାକୁର ରଥରେ ବିଜେ କରିବା ପରେ ଛେରା ପହଁରା ନୀତି ଆରମ୍ଭ କରାଯିବ।
NITI Aayog Index 2026: ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬’ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ, ନିବେଶକ ଏବଂ ସରକାରୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶକ-ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ସବୁଠାରୁ ନିବେଶ-ଅନୁକୂଳ ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପ୍ରତ୍ୟେକ ଓଡ଼ିଆଙ୍କ…
ଭୁବନେଶ୍ୱର: ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟ୍ରେ ଅନୁମାନ କରିଛନ୍ତି। ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୦୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ମୁତାବକ ୨୦୨୫-୨୬ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଭାରତର ଋଣବୋଝ ୨୦୧.୧୭ଲକ୍ଷ କୋଟି ଟଙ୍କା ଥିଲା। ଏହି ସମୟ ବେଳକୁ ବିଦେଶୀ ଋଣ ପରିମାଣ ୯.୮୯ଲକ୍ଷ କୋଟି ଟଙ୍କା ରହିଥିଲା । ତେବେ ୨୦୨୬-୨୭ ବର୍ଷ ଶେଷସୁଦ୍ଧା ଦେଶର ଋଣ ବୋଝ ୨୧୮.୬୩ଲକ୍ଷ କୋଟି ଟଙ୍କାରେ ପହଞ୍ôଚବା ଘେନି ବଜେଟ୍ରେ ଅନୁମାନ କରାଯାଇଛି। ବର୍ଷଶେଷ ସୁଦ୍ଧା ଦେଶର ବୈଦେଶିକ…
ଭୁବନେଶ୍ବର: ରଥଯାତ୍ରା ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ଆୟୋଜିତ ଗୁହାରି କାର୍ଯ୍ୟକ୍ରମର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଆଜିର ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀମାନେ ସଂଗୀତ ମାଧ୍ୟମରେ ଜଗନ୍ନାଥଙ୍କୁ ଗୁହାରି କରିବା ପରିବେଶ ବେଶ ଭକ୍ତିମୟ ହୋଇଥିଲା। କଣ୍ଠଶିଳ୍ପୀମାନେ ପାରଂପାରିକ ରଚନା ସହିତ ଆଧୁନିକ ଭଜନ ଓ ଜଣାଣ ପରିବେଷଣ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ଯେଉଁମାନେ ସଂଗୀତ ପରିବେଷଣ କରିଥିଲେ ସେମାନେ ହେଲେ ଆଶାଲତା ଷଡଙ୍ଗୀ, ପ୍ରଫୁଲ ଚନ୍ଦ୍ର ବେହେରା, ହରପ୍ରିୟା ସ୍ବାଇଁ, ବିଶ୍ବନାଥ ମିଶ୍ର, ମନ୍ଦାକିନୀ ଶ୍ରେୟା, ଶରତ ବାରିକ, ଲିପସା ମହାପାତ୍ର, ଶିବ ଶଙ୍କର ଷଡଙ୍ଗୀ ଏବଂ ସସ୍ମିତା ଗୁରୁ। ଲଗାତର ଗୋଟିଏ ପରେ ଗୋଟିଏ, ବିନା ବାଧାରେ ସଂଗୀତ ପରିବେଷଣ କରାଯିବା ଦର୍ଶକଙ୍କୁ ବେଶ ମନମୁଗ୍ଧ କରିଥିଲା। ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ମଣ୍ଡପ ବାହାରେ ହୋଇଥିବା ଏହି ପ୍ରଦର୍ଶନୀରେ ଜଗନ୍ନାଥଙ୍କ…

