Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..
ବିଶେଷ ଖବର

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ
ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

ଭୁବନେଶ୍ୱର: ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟ୍‍ରେ ଅନୁମାନ କରିଛନ୍ତି। ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୦୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ମୁତାବକ ୨୦୨୫-୨୬ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଭାରତର ଋଣବୋଝ ୨୦୧.୧୭ଲକ୍ଷ କୋଟି ଟଙ୍କା ଥିଲା। ଏହି ସମୟ ବେଳକୁ ବିଦେଶୀ ଋଣ ପରିମାଣ ୯.୮୯ଲକ୍ଷ କୋଟି ଟଙ୍କା ରହିଥିଲା । ତେବେ ୨୦୨୬-୨୭ ବର୍ଷ ଶେଷସୁଦ୍ଧା ଦେଶର ଋଣ ବୋଝ ୨୧୮.୬୩ଲକ୍ଷ କୋଟି ଟଙ୍କାରେ ପହଞ୍ôଚବା ଘେନି ବଜେଟ୍‍ରେ ଅନୁମାନ କରାଯାଇଛି। ବର୍ଷଶେଷ ସୁଦ୍ଧା ଦେଶର ବୈଦେଶିକ ଋଣ ପରିମାଣ ୯.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରେ। ବର୍ତ୍ତମାନର ବୈଦେଶିକ ମୁଦ୍ରା ବିନିମୟ ହାର ଅନୁଯାୟୀ ବୈଦେଶିକ ଋଣର ଆକଳନ କରାଯାଇଥିବା ଏଥିରେ ଦର୍ଶାଯାଇଛି।

ସାଂସଦ ଶ୍ରୀ ରାୟଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ବର୍ଷକୁ ବର୍ଷ ଋଣର ମୂଳ ଓ ସୁଧ ପରିଶୋଧ ପରିମାଣ ବଢ଼ୁଛି । ୨୦୨୦-୨୧ ବର୍ଷରେ ୨.୬୨ଲକ୍ଷ କୋଟି ଟଙ୍କା ମୂଳ ପରିଶୋଧ ହୋଇଥିବାବେଳେ ୨୦୨୧-୨୨ରେ ୩ଲକ୍ଷ କୋଟି, ୨୦୨୨-୨୩ରେ ୩.୫୩ଲକ୍ଷ କୋଟି, ୨୦୨୩-୨୪ରେ ୪.୮୮ଲକ୍ଷ କୋଟି, ୨୦୨୪-୨୫ରେ ୪.୧୬ଲକ୍ଷ କୋଟି ଟଙ୍କା ସୁଝା ଯାଇଥିଲା। ୨୦୨୫-୨୬ରେ କେନ୍ଦ୍ର ସରକାର ୪.୬୧ଲକ୍ଷ କୋଟି ଟଙ୍କାର ଋଣ ସୁଝିଥିବାବେଳେ ୨୦୨୬-୨୭ର ବଜେଟ୍‍ ଆକଳନ ଅନୁଯାୟୀ ଏହି ପରିମାଣ ୬.୨୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ମୁତାବକ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଋଣ ଉପରେ ସୁଧ ବାବଦକୁ ୬.୮୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୧-୨୨ ବର୍ଷରେ ୮.୦୫ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୯.୨୯ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୧୦.୬୪ ଲକ୍ଷ କୋଟି ଟଙ୍କା ଓ ୨୦୨୪-୨୫ ବର୍ଷରେ ୧୧.୧୬ ଲକ୍ଷ କୋଟି ଟଙ୍କା ଦେଇଥିଲେ। ୨୦୨୫-୨୬ ବର୍ଷରେ ସୁଧ ବାବଦରେ କେନ୍ଦ୍ର ସରକାର ୧୨.୪୩ ଲକ୍ଷ କୋଟି ଟଙ୍କା ଦେୟ କରିଥିବାବେଳେ ଚଳିତ ଆର୍ôଥକ ବର୍ଷରେ ଏ ବାବଦରେ ୧୪.୦୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବଜେଟ୍‍ ଅଟକଳ ହୋଇଛି।

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଭୁବନେଶ୍ୱରସ୍ଥିତ ଏମ୍ସର ବାଲେଶ୍ୱରଠାରେ ଏକ ସାଟେଲାଇଟ୍‍ କେନ୍ଦ୍ର କାର୍ଯ୍ୟ କରୁଛି । ଏବେ ରାଜ୍ୟରେ ଆଉ ନୂଆ ସାଟେଲାଇଟ୍‍ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଉରକେଲାରେ ଏମ୍ସର ଏକ ଶାଖା ଖୋଲିବା ପାଇଁ ସାଂସଦ ଶ୍ରୀ ରାୟ ଦୀର୍ଘବର୍ଷ ହେବ ଦାବି କରିଆସୁଛନ୍ତି ।

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଧର୍ମେନ୍ଦ୍ର, ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି: ରାତି ସାରା ଧାରଣାରେ ବସିବ କଂଗ୍ରେସ

July 21, 2026
Latest News

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଧର୍ମେନ୍ଦ୍ର, ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି: ରାତି ସାରା ଧାରଣାରେ ବସିବ କଂଗ୍ରେସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.